Masthead

ହାଇକୋର୍ଟକୁ ଗଲା ସମବାୟ ଦୁର୍ନୀତି ମାମଲା

ଆଠଗଡ଼ (ବଡ଼ ଖବର ବ୍ୟୁରୋ): ଆଠଗଡ଼ ସମବାୟ ମହାଦୁର୍ନୀତି ଘଟଣାରେ ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା । ଜନସ୍ୱାର୍ଥ ମାମଲା ରୁଜୁ କରିଛି ଭାରତୀୟ କିଷାନ ପରିଷଦ । ୧୦ ବର୍ଷରୁ ଉଦ୍ଧ୍ୱର୍ ସେବା ସମବାୟ ସମିତିଗୁଡିକ ମାଧ୍ୟମରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଆସୁଛି ।

ପ୍ରତି ୩ବର୍ଷରେ କୃଷିଋଣ ସୀମା ସଂପୃକ୍ତ ଚାଷୀଙ୍କ ଜମିଜମାର ପରିମାଣ ଅନୁଯାୟୀ ନିର୍ଦ୍ଧାରଣ ହେବା କଥା। କିନ୍ତୁ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ ଶାଖା ଅଧୀନରେ ଥିବା ୨୪ଟି ପ୍ରାଥମିକ କୃଷି ସେବା ସମବାୟ ସମିତିରେ ଏହାର ବ୍ୟତିକ୍ରମ ଦେଖାଯାଇଛି। ପ୍ରାୟ ସମସ୍ତ ସେବା ସମବାୟ ସମିତିରେ ରାଜନୈତିକ କର୍ମୀମାନଙ୍କୁ କର୍ମଚାରୀ ଓ ସଭାପତି ଭାବେ ଥଇଥାନ କରାଯାଇଛି । ସେମାନଙ୍କ ମାଧ୍ୟମରେ ଚାଷୀଙ୍କ ଅଗୋଚରରେ ତାଙ୍କ ନାମରେ ଋଣ ଉଠାଇ ଆତ୍ମସାତ କରାଯାଇଥିବା ଅଭିଯୋଗ ହେଉଛି ।

ଏହି ଦୁର୍ନୀତିରେ ସମବାୟ ବ୍ୟାଙ୍କ କର୍ତ୍ତୃପକ୍ଷ, ଏଆରସିଏସ୍‍, ଡିଆରସିଏସ୍‍ ଓ ପ୍ରଭାବଶାଳୀ ନେତା ସଂପୃକ୍ତ ଥିବାରୁ ଦୁର୍ନୀତିର ତଦନ୍ତ ହେଉନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଋଣ ମଞ୍ଜୁର ପରେ ଚାଷୀମାନେ ନିଜେ ଯାଇ ବ୍ୟାଙ୍କରୁ କିଶାନ କ୍ରେଡିଟ କାର୍ଡ ଓ ଚେକ୍‍ ଜରିଆରେ ଟଙ୍କା ଉଠାଣ କରିବା କଥା। ହେଲେ ଆଠଗଡର ପ୍ରାୟ ସମସ୍ତ ୨୬ଟି ସେବା ସମବାୟ ସମିତିରେ କାର୍ୟ୍ୟରତ ସଭାପତି ଓ ସଂପାଦକମାନେ ଚାଷୀମାନଙ୍କର ପାସବହି, ଚେକ୍ବ ହି ବେଆଇନ ଭାବେ ନିଜ ପାଖରେ ରଖି ଋଣ ମଞ୍ଜୁର ଓ ବ୍ୟାଙ୍କରୁ ଟଙ୍କା ଉଠାଣ କରି ଆତ୍ମସାତ କରିଛନ୍ତି ବୋଲି ଅଭିଯୋଗ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି