Masthead

ରାହୁଲଙ୍କୁ ନିଶା ସେବକ କହିବା ବିବୃତ୍ତିରେ ପ୍ରତିକ୍ରିୟା ରଖିଲେ ୟେଦୁରପ୍ପା

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଡ୍ରଗ୍ସ ଆଡିକ୍ଟ କହି ଅଡ଼ୁଆରେ ଭାରତୀୟ ଜନତା ପାର୍ଟି । ଏନେଇ ସାରା ଦେଶରେ ରାଜନୀତି ସରଗରମ ହୋଇ ଉଠିଛି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବା ବେଳେ ବିଜେପିର ଏପରି ଆଭିମୁଖ୍ୟକୁ ଏକ ବଡ଼ ରାଜନୈତିକ ମୁଦ୍ଦା କରିବା ଲକ୍ଷ୍ୟରେ ରହିଛି ଜାତୀୟ କଂଗ୍ରେସ । ଏହା ମଧ୍ୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ମଧ୍ୟ ରାଜ୍ୟ ବିଜେପି ସଭାପତିଙ୍କ ଏହି ବିବୃତ୍ତିକୁ ବିରୋଧ କରିଛନ୍ତି । ତେବେ କେହି ଏପରି ଅପମାନଜନକ ଭାଷା ବ୍ୟବହାର କରିବା ଉଚିତ ନୁହେଁ । ରାହୁଲ ଗାନ୍ଧୀଙ୍କ ବିଷୟରେ ବିଜେପି ରାଜ୍ୟ ସଭାପତିଙ୍କ ଭାଷା ସୀମିତ ନୁହେଁ । ସେ ବିଜେପି ହେଉ କି ଅନ୍ୟ ବିରୋଧୀ ଦଳ କେହି ବି ଅପମାନଜନକ ଭାଷା କହିବା ଉଚିତ ନୁହେଁ । ବିଜୟପୁର ଜିଲ୍ଲାରେ ଉପ-ନିର୍ବାଚନ ପାଇଁ ଏକ ବୈଠକକୁ ସମ୍ବୋଧିତ କରି ୟେଦୁରପ୍ପା ଏପରି କହିଛନ୍ତି ।

ସେପଟେ ଦୁଇ ଦିନ ପୂର୍ବେ ବିଜେପି ରାଜ୍ୟ ସଭାପତି କେଟେଲ ଶ୍ରମିକମାନଙ୍କୁ ସମ୍ବାଧିକ କରି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ । ରାହୁଲ ଗାନ୍ଧୀ କହିଛନ୍ତି ସେ କଂଗ୍ରେସର ସଭାପତି ହେବେ । ମୋତେ କୁହ ରାହୁଲ ଗାନ୍ଧୀ କ’ଣ ? ରାହୁଲ ଜଣେ ନିଶା ସେବକ । ମୁଁ ଏହାକୁ କହୁ ନାହିଁ ବରଂ ଏହା ସମ୍ବାଦ ରିପୋର୍ଟରେ ଆସିଛି । ସେମାନେ କଂଗ୍ରେସ ଦଳକୁ ଚଳାଇବାକୁ ଅସମର୍ଥ । ଯେଉଁମାନେ ଦଳ ଚଳାଇ ପାରିବେ ନାହିଁ । ସେମାନେ କିପରି ଦେଶ ଚଳାଇବେ? ବାସ ଏହା ପରେ ଆରମ୍ଭ ହୋଇଯାଇଥିଲା ରାଜନୀତି । ବର୍ତ୍ତମାନ ଏହା ଦେଶର ମୁଖ୍ୟ ରାଜନୈତିକ ମୁଦ୍ଦା ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା