Masthead

ରାହୁଲଙ୍କୁ ନିଶା ସେବକ କହିବା ବିବୃତ୍ତିରେ ପ୍ରତିକ୍ରିୟା ରଖିଲେ ୟେଦୁରପ୍ପା

କର୍ଣ୍ଣାଟକ(ବଡ଼ ଖବର ବ୍ୟୁରୋ): କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଡ୍ରଗ୍ସ ଆଡିକ୍ଟ କହି ଅଡ଼ୁଆରେ ଭାରତୀୟ ଜନତା ପାର୍ଟି । ଏନେଇ ସାରା ଦେଶରେ ରାଜନୀତି ସରଗରମ ହୋଇ ଉଠିଛି । ଆଗକୁ ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିବା ବେଳେ ବିଜେପିର ଏପରି ଆଭିମୁଖ୍ୟକୁ ଏକ ବଡ଼ ରାଜନୈତିକ ମୁଦ୍ଦା କରିବା ଲକ୍ଷ୍ୟରେ ରହିଛି ଜାତୀୟ କଂଗ୍ରେସ । ଏହା ମଧ୍ୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି.ଏସ ୟେଦୁରପ୍ପା ମଧ୍ୟ ରାଜ୍ୟ ବିଜେପି ସଭାପତିଙ୍କ ଏହି ବିବୃତ୍ତିକୁ ବିରୋଧ କରିଛନ୍ତି । ତେବେ କେହି ଏପରି ଅପମାନଜନକ ଭାଷା ବ୍ୟବହାର କରିବା ଉଚିତ ନୁହେଁ । ରାହୁଲ ଗାନ୍ଧୀଙ୍କ ବିଷୟରେ ବିଜେପି ରାଜ୍ୟ ସଭାପତିଙ୍କ ଭାଷା ସୀମିତ ନୁହେଁ । ସେ ବିଜେପି ହେଉ କି ଅନ୍ୟ ବିରୋଧୀ ଦଳ କେହି ବି ଅପମାନଜନକ ଭାଷା କହିବା ଉଚିତ ନୁହେଁ । ବିଜୟପୁର ଜିଲ୍ଲାରେ ଉପ-ନିର୍ବାଚନ ପାଇଁ ଏକ ବୈଠକକୁ ସମ୍ବୋଧିତ କରି ୟେଦୁରପ୍ପା ଏପରି କହିଛନ୍ତି ।

ସେପଟେ ଦୁଇ ଦିନ ପୂର୍ବେ ବିଜେପି ରାଜ୍ୟ ସଭାପତି କେଟେଲ ଶ୍ରମିକମାନଙ୍କୁ ସମ୍ବାଧିକ କରି ରାହୁଲ ଗାନ୍ଧୀଙ୍କୁ କଟାକ୍ଷ କରିଥିଲେ । ରାହୁଲ ଗାନ୍ଧୀ କହିଛନ୍ତି ସେ କଂଗ୍ରେସର ସଭାପତି ହେବେ । ମୋତେ କୁହ ରାହୁଲ ଗାନ୍ଧୀ କ’ଣ ? ରାହୁଲ ଜଣେ ନିଶା ସେବକ । ମୁଁ ଏହାକୁ କହୁ ନାହିଁ ବରଂ ଏହା ସମ୍ବାଦ ରିପୋର୍ଟରେ ଆସିଛି । ସେମାନେ କଂଗ୍ରେସ ଦଳକୁ ଚଳାଇବାକୁ ଅସମର୍ଥ । ଯେଉଁମାନେ ଦଳ ଚଳାଇ ପାରିବେ ନାହିଁ । ସେମାନେ କିପରି ଦେଶ ଚଳାଇବେ? ବାସ ଏହା ପରେ ଆରମ୍ଭ ହୋଇଯାଇଥିଲା ରାଜନୀତି । ବର୍ତ୍ତମାନ ଏହା ଦେଶର ମୁଖ୍ୟ ରାଜନୈତିକ ମୁଦ୍ଦା ହେବାରେ ଲାଗିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର! 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ବଙ୍ଗୋପସାଗରରେ ବଳ ଗୋଟାଉଛି ବାତ୍ୟା 🔴 ତିଦ୍ଦତରେ ପୁଣି ଭୂକମ୍ପ ଝଟକା 🔴 ସର୍ଭେ ହୋଇନଥିବା ତିନି ଗାଁରେ ନିର୍ବାଚନ କରିବ ଆନ୍ଧ୍ର!