Masthead

ମାଓବାଦୀଙ୍କ ବର୍ବରତା, ୩ ଯବାନ ସହିଦ

ମାଲକାନଗିରି(ବଡ଼ ଖବର ବ୍ୟୁରୋ):  ନକ୍ସଲ ହାମଲାରେ ସହିଦ ହେଲେ ଯବାନ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ସୁକମା ଜିଲ୍ଲାରେ ଦେଖିବାକୁ ମିଳିଛି ମାଓ ହିଂସାର ବର୍ବର ଚିତ୍ର । ନକ୍ସଲ ପନ୍ଥିଙ୍କ ଗୁଳିରେ ତିନି ଜଣ ଡିଆରଜି ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି । ସହିଦ ଯବାନମାନେ ଡିଆରଜି ବାହିନୀର ଏ.ଏସ.ଆଇ ରାମୁରାମ ନାଗ ଏବଂ କନେଷ୍ଟବଳ କୁଞ୍ଜାମ ଜଗା ଓ ଭାଞ୍ଜାମ ଭିମା ।

ଜାଗରକୋଣ୍ଡା ଥାନା  କୁନ୍ଦେର ଜଙ୍ଗଲରେ ହୋଇଛି ମାଓ ହାମଲା । ସକାଳ ସମୟରେ ଜାଗରକୋଣ୍ଡା କ୍ୟାମ୍ପରୁ ଯବାନମାନେ କୁନ୍ଦେର ଜଙ୍ଗଲ ଦେଇ କମ୍ବିଂ ଅପରେସନରେ ଯାଉଥିବା ବେଳେ ହଠାତ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳିଚାଳନା କରିଥିଲେ । ଘଟଣାସ୍ଥଳରେ ତିନି ଜଣ ଯବାନ ସହିଦ ହୋଇଥିବା ବେଳେ ଦୁଇ ଜଣଙ୍କୁ ଜାଗରକୋଣ୍ଡା କ୍ୟାମ୍ପକୁ ନିଆଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ