Masthead

ଭୁବନେଶ୍ୱର ପରେ କଟକରେ ଠାବ ହେଲା ସିମ୍ ବକ୍ସ !

କଟକ (ବଡ଼ ଖବର ବ୍ୟୁରୋ): ଓଡ଼ିଶାରେ ବାଂଲାଦେଶୀ ଆତଙ୍କୀଙ୍କ ଗୁମର ଖୋଲିବାରେ ଲାଗିଛି। ଭୁବନେଶ୍ୱର ପରେ କଟକରୁ ମଧ୍ୟ ସିମ୍‌ ବକ୍ସ ମିଳିଛି। ଏହି ଘଟଣାରେ ବିଦେଶୀ ଲିଙ୍କ୍‌ ମିଳିଥିବାରୁ କମିଶନରେଟ୍‌ ପୋଲିସ ଗୁରୁତ୍ୱର ସହ ନେଇ ଅଧିକ ତନାଘନା ଚଳାଇଛି। ଗିରଫ ହୋଇ ଜେଲରେ ଥିବା ଏଜେଣ୍ଟ ରାଜୁ ମଣ୍ଡଳଙ୍କୁ ୧୪ ଦିନିଆ ରିମାଣ୍ଡରେ ନେବାକୁ ଲକ୍ଷ୍ମୀସାଗର ଥାନା ପକ୍ଷରୁ ଭୁବନେଶ୍ୱର ଏସ୍‌ଡିଜେମ୍‌ କୋର୍ଟରେ ଆବେଦନ କରାଯାଇଥିଲା। କୋର୍ଟ ୫ ଦିନିଆ ରିମାଣ୍ଡ ଅନୁମତି ଦେବା ପରେ ରାଜୁଙ୍କୁ ରବିବାର ଝାରପଡା ଜେଲରୁ ନେଇ ପୋଲିସ ଟିମ୍‌ ମାରାଥନ ଜେରା ଆରମ୍ଭ କରିଛି।

ପ୍ରଥମ ଦିନରେ ରାଜୁଙ୍କଠାରୁ ବହୁ ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ଭୁବନେଶ୍ୱର ଭଳି କଟକରେ ମଧ୍ୟ ରାଜୁ ଘର ଭଡ଼ା ନେଇ ସିମ୍‌ ବକ୍ସ ଚଳାଇଥିବା କହିବା ପରେ ତୁରନ୍ତ ସେଠାରେ ଚଢ଼ାଉ ପାଇଁ ଯୋଜନା ହୋଇଥିଲା। ସ୍ପେଶାଲ ସ୍କ୍ବାଡ୍‌, ଲକ୍ଷ୍ମୀସାଗର ଓ ମଧୁପାଟଣା ଥାନା ପୋଲିସ ଏବଂ ସାଇବର ଏକ୍ସପର୍ଟଙ୍କୁ ନେଇ ଏକ ମିଳିତ ଟିମ୍‌ ଅପରାହ୍ନରେ ରାଜୁଙ୍କୁ ଧରି ମଧୁପାଟଣା ଥାନା ଅନ୍ତର୍ଗତ କଲ୍ୟାଣୀ ନଗରସ୍ଥିତ ବୃନ୍ଦାବନ ଭବନରେ ଭଡ଼ା ଘରେ ଯାଞ୍ଚ କରିଥିଲା। ଉକ୍ତ ଘରେ ଥିବା ର଼୍ୟାକ୍‌ରୁ ୫ଟି ସିମ୍‌ ବକ୍ସ ସମେତ ବିଭିନ୍ନ ଟେଲିକମ୍‌ କମ୍ପାନୀର ୫୪୬ ସିମ୍‌ କାର୍ଡ ଜବତ କରାଯାଇଛି।

ଏଥିସହ ସେଠାରୁ ୪୦ଟି ସିମ୍‌ କାରିୟର୍ସ, ଗୋଟିଏ ରାଉଟର, ୨ଟି ଏୟାରଟେଲ ବ୍ରଡ୍‌ବ୍ୟାଣ୍ଡ୍‌ ମଧ୍ୟ ମିଳିଛି। ଜବତ ସିମ୍‌ରୁ ୨୩୬ଟି ସିମ୍‌ ଆକ୍ଟିଭ୍‌ ଥିଲା ବୋଲି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି। ପୋଲିସ କହିଛି, ରାଜୁ ଉକ୍ତ ଘରକୁ ୮ ହଜାର ଟଙ୍କାରେ ୨୦୨୩ ଡିସେମ୍ବରରୁ ଭଡ଼ାରେ ନେଇଥିଲେ। କପଡା ବ୍ୟବସାୟ କରିବେ ବୋଲି ମାଲିକଙ୍କୁ କହିଥିଲେ। ଫୋନ୍‌ପେ ଜରିଆରେ ଘର ଭଡ଼ା ଦେଉଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି