Masthead

ବଡ଼ ଖବର ସାମ୍ବାଦିକଙ୍କୁ ଆକ୍ରମଣ

ପୁଇଁନ୍ତଳା, (ବଡ଼ ଖବର ବ୍ୟୁରୋ): ପୁଣି ସାମ୍ବାଦିକଙ୍କୁ ଆକ୍ରମଣ। ଏଥର ଖୋଦ ଜଣେ ଶିକ୍ଷକ ସାମ୍ବାଦିକଙ୍କୁ ଆକ୍ରମଣ କରିଛନ୍ତି। ପୁଇଁନ୍ତଳା ବ୍ଲକରେ କାର୍ଯ୍ୟରତ ବଡ଼ ଖବର ସାମ୍ବାଦିକ ରାଧେଶ୍ୟାମ ହାତୀଙ୍କୁ ଆକ୍ରମଣ କରାଯାଇଛି। ଠେଲକୋମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶୌଚାଳୟ କାମ ଚାଲିଥିଲା। ଏହି କାମ ନିମ୍ନମାନର ହୋଇଥିବା ଖବର ପାଇ ପୁଇଁନ୍ତଳା ପ୍ରତିନିଧି ରାଧେଶ୍ୟାମ ହାତୀ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଖବର ସଂଗ୍ରହ ପରେ ପୁଇଁନ୍ତଳା ବିଇଓ ଏବଂ ଜେଇଙ୍କୁ ଏ ବିଷୟରେ ଯୋଗାଯୋଗ କରିଥିଲେ। ଏହା ପରେ ରାଧେଶ୍ୟାମ ଖେଳପଡ଼ିଆରେ ଖେଳୁଥିବାବେଳେ ଉକ୍ତ କାମ କରିଥିବା ଶିକ୍ଷକ ଆମରେଶ ଖେତୀ, ତାଙ୍କ ଭଣଜା ଓ ଶିବାପାଲି ଗ୍ରାମର ଘଡ଼ି ନାମକ ବ୍ୟକ୍ତି ରାଧେଶ୍ୟାମଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଜୀବନ ବଞ୍ଚାଇବା ପାଇଁ ରାଧେଶ୍ୟାମ କୌଶଳ କ୍ରମେ ସେହି ସ୍ଥାନରୁ ପଳାଇଥିଲେ। ନିମ୍ନମାନର କାମକୁ ଲୋକଲୋଚନକୁ ଆଣିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଏପରି ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା