Masthead

କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ୱାର୍ଡ ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ

ବାସୁଦେବପୁର (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନସ୍ଥ ବରଣ୍ଡୁଆ ପଞ୍ଚାୟତ ମଧୂସୁଦନପୁର ଗ୍ରାମରେ କମ୍ୟୁନିଟି ସେଣ୍ଟର ନିର୍ମାଣକୁ ନେଇ ୱାର୍ଡ ମେମ୍ବରଙ୍କୁ ମରଣାନ୍ତକ ଆକ୍ରମଣ । ଏନେଇ ୱାର୍ଡ ସଭ୍ୟ ସୁରେଶ ଚନ୍ଦ୍ର ପାଣିଗ୍ରାହୀ ବାସୁଦେବପୁର ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ।

ସୂଚନାଅନୁଯାୟୀ ମଧୁସୂଦନପୁର ଗ୍ରାମରେ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ନିର୍ମାଣାଧିନ କମ୍ୟୁନିଟ ସେଣ୍ଟରକୁ ପଡୋଶୀ ବାଲେଶ୍ଵର ଜିଲ୍ଲା ସିମୁଳିଆ ଥାନା ଚାଲୁଣୀଗାଁ ପଞ୍ଚାୟତ ଅନ୍ତର୍ଗତ ମାଳିବ୍ରହ୍ମପୁର ଗ୍ରାମର ଉପେନ୍ଦ୍ର ସାହୁ ଓ ତାଙ୍କର ସମ୍ପର୍କୀୟମାନେ ଜବରଦଖଲ କରିବାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ନିର୍ମାଣାଧିନ ପ୍ରକଳ୍ପର ଛାତ ପକାଇବା ପାଇଁ ଶ୍ରମିକମାନେ ପହଞ୍ଚିବା ପରେ ସାହୁଙ୍କ ସମେତ ତାଙ୍କର ସଂପର୍କୀୟମାନେ ବାରଣ କରି କାର୍ଯ୍ୟ କରିବାକୁ ଦେଇ ନଥିଲେ ।

ଏହି ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ୱାର୍ଡସଭ୍ୟ ସୁରେଶଚନ୍ଦ୍ର ପାଣିଗ୍ରାହୀ ଘଟଣାସ୍ଥଳରେ ପହଞ୍ଚି ବୁଝାଶୁଝା କରିବା ସମୟରେ ତାଙ୍କୁ ଉପେନ୍ଦ୍ର ଓ ତାଙ୍କ ପରିବାରର ଲୋକମାନେ ସଂଘବଦ୍ଧ ଭାବରେ ମରଣାନ୍ତକ ଆକ୍ରମଣ କରିଥିଲେ ।  ଏ ନେଇ ଥାନାରେ ଅଭିଯୋଗ କରିଥିଲେ ସୁରେଶଚନ୍ଦ୍ର। ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରି ନ ଥିବା ଜଣାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ