Masthead

ବାହାନଗା ଷ୍ଟେସନ ସୁପରିଟେଣ୍ଡଙ୍କୁ ଆକ୍ରମଣ, ଲୁଟିନେଲେ ମୋବାଇଲ,ଟଙ୍କା

ବାଲେଶ୍ୱର(ବଡ଼ ଖବର ବ୍ୟୁରୋ)ପୁଣି ବ୍ଲାକ ପଲସର ଆତଙ୍କ । ଲୁଟର ଶିକାର ହେଲେ ବାହାନାଗା ଷ୍ଟେସନ ସୁପରିଟେଣ୍ଡେ । ବିଳମ୍ବିତ ରାତିରେ ଡ୍ୟୁଟି ସାରି ଫେରୁଥିବା ବେଳେ ଦୁବୁର୍ତ୍ତ ମାନେ ଆକ୍ରମଣ କରିଥିଲେ । ସୁପରିଟିଣ୍ଡେଣ୍ଟ ଜିତେନ୍ଦ୍ର ବାଇକରେ ଘରକୁ ଫେରୁଥିବା ସମୟରେ ଦୁବୁର୍ତ୍ତମାନେ ତାଙ୍କୁ ଅଟକାଇଥିଲେ ।

ଦହିସଡ଼ା ହନୁମାନ ମନ୍ଦିର ଟିକିଏ ପୂର୍ବରୁ ସେମାନେ ଜିତେନ୍ଦ୍ରଙ୍କ ଆଗରେ ବାଇକ୍ ଅଡ଼ା ପକାଇ ଅଟକାଇ ଭୁଜାଲିରେ ମୁଣ୍ଡକୁ ହାଣି ଦେଇଥିଲେ । ଆକ୍ରମଣ ବେଳେ ହେଲମେଟ ପିନ୍ଧିଥିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ତେବେ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ମୋବାଇଲ, ଟଙ୍କା,ପର୍ସ ଏବଂ ଚାବି ନେଇ ପଳାଇଥିଲେ । ଶେଷରେ ଜିତେନ୍ଦ୍ର ଉପାୟ ନପାଇ ସେଠାରୁ ବାଇକ୍‌କୁ ଗଡ଼ାଇ ଗଡ଼ାଇ ସୋରକୁ ଫେରି ଆସି ଥାନାରେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ