Masthead

ବ୍ୟାଙ୍କରୁ ଲୁଟ ଉଦ୍ୟମ

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ବଡ଼ବିଲ ୟୁକୋ ବ୍ୟାଙ୍କରୁ ଲୁଟ ଉଦ୍ୟମ । ଗତ ଶନିବାର ବିଳମ୍ବିତ ରାତିରେ ଏଲ ଆଇ ସି ବିଲ୍ଡିଂରେ ଥିବା ୟୁକୋ ବ୍ୟାଙ୍କର ପଛପଟ ଝରକା କାଟି ଦୃବୃର୍ତ୍ତମାମାନେ ଭିତରେ ପଶିବା ପରେ ପ୍ରଥମେ ଆଳାର୍ମ ସିଷ୍ଟମକୁ ଅଚଳ କରି ସିସିଟିଭି ତାର ସବୁ କାଟି ଦେବା ସହ ଗୋଟିଏ ସିସିଟିଭି କ୍ୟାମେରା ମଧ୍ୟ ଖୋଲି ଦେଇଥିଲେ । ଏହାପରେ ଗ୍ୟାସ କଟର ସାହାଯ୍ୟରେ ଷ୍ତ୍ରଙ୍ଗ ରୁମ୍ କାଟିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ ଦୁବୃର୍ତ୍ତ ।

ତେବେ ଟଙ୍କା ଲୁଟି ନପାରି ଗଲାବେଳକୁ ବ୍ୟାଙ୍କ୍ ଭିତରେ ଗ୍ୟାସ ପାଇପ୍ ଛାଡ଼ି ଯାଇଥିଲାବେଳେ, ପଛପଟ ଝରକା ପାଖରେ ଗୋଟିଏ ଲୁହା କଟା କରତ ଓ ଗୋଟିଏ ପେଚକସ୍ ଛାଡ଼ି ଯାଇଛନ୍ତି ଦୁବୃର୍ତ୍ତ । ଗତକାଲି ରବିବାର ବ୍ୟାଙ୍କ୍ ଛୁଟି ଥିବାରୁ ଲୁଟ ଉଦ୍ୟମ ହୋଇଥିବା ନେଇ ଆଜି ଜଣାପଡ଼ିଛି । ଆଜି ସକାଳୁ ଶାଖା ପ୍ରବନ୍ଧକ ସନ୍ଦୀପ ଶୁଭଙ୍କର ଜେନା ଓ ସହ ପ୍ରବନ୍ଧକ ବିଶ୍ଵନାଥ କୁମାର ବ୍ୟାଙ୍କ୍ ଖୋଲି ଭିତରେ ପ୍ରବେଶ କରିବା ପରେ ଘଟଣା ଜଣାପଡିଥିଲା ।

ତେବେ ଶନିବାର ରାତି ୧୨ ଟା ରୁ ୧ ଟା ମଧ୍ୟରେ ଦୁବୃର୍ତ୍ତ ବ୍ୟାଙ୍କରେ ପ୍ରବେଶ କରିବା ସମୟର ଭିଜୁଆଲ ବ୍ୟାଙ୍କରେ ଲାଗିଥିବା ଡିଭିଆରରେ କଏଦ୍ ହୋଇଛି । ୩ ଜଣ ମୁଖାପିନ୍ଧା ଦୁବୃର୍ତ୍ତ ବ୍ୟାଙ୍କ୍ ଭିତରେ ପଶିଥିବା ଫୁଟେଜରେ ଦେଖାଯାଇଛି ବୋଲି ସୂଚନା ମିଳିଛି । ଏନେଇ ବ୍ୟାଙ୍କ୍ ପକ୍ଷରୁ ବଡ଼ବିଲ ପୋଲିସକୁ ଖବର ଦିଆଯିବା ପରେ ଘଟଣା ସ୍ଥଳରେ ବଡ଼ବିଲ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଅଧିକ ତଦନ୍ତ ପାଇଁ ସାଇଣ୍ଟି ଫିକ ଟିମକୁ ଡକାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା