Before Header

ମେଣ୍ଟ ଚର୍ଚ୍ଚା ଯୋଗୁଁ କଂଗ୍ରେସର ପ୍ରାର୍ଥୀ ଦେବା ବିଳମ୍ବ ହେଉଛି: ସୁର ରାଉତରାୟ

0 1,061

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମେଣ୍ଟ ଚର୍ଚ୍ଚାକୁ ନେଇ କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପ୍ରତିକ୍ରିୟା । କହିଛନ୍ତି ଓଡ଼ିଶାରେ ମେଣ୍ଟ ଚର୍ଚ୍ଚା ଯୋଗୁଁ କଂଗ୍ରେସର ବିଳମ୍ବ ହେଉଛି । ବିଜେପି-ବିଜେଡି ପ୍ରାର୍ଥୀ ଦେଖି ଦଳ ପ୍ରାର୍ଥୀ ଦେବ । ବିଳମ୍ବ ହେବ କଂଗ୍ରେସ ପ୍ରାର୍ଥୀ ତାଲିକା ପ୍ରକାଶ । ସେପଟେ ଘୁଞ୍ଚିଲା ଆସନ୍ତା କାଲି ବସିବାକୁ ଥିବା ଦ୍ଵିତୀୟ ପର୍ଯ୍ୟାୟ ସ୍କ୍ରିନିଂ କମିଟି ବୈଠକ ।

କେବେ ବୈଠକ ବସିବ ତାରିଖ ଘୋଷଣା ହୋଇ ନ ଥିଲେ ବି ଖୁବ ଶୀଘ୍ର ବସିବ ବୋଲି ସୂଚନା ମିଳିଛି । ସ୍କ୍ରିନିଂ କମିଟି ବୈଠକରେ ପ୍ରାର୍ଥୀ ତାଲିକା ଉପରେ ମୋହର ବାଜିବା ପରେ ସିଇସି ପାଖକୁ ପଠାଯିବ । ସିଇସିର ମୋହର ବାଜିବା ପରେ ତାଲିକା ପ୍ରକାଶ ପାଇବ ।

Leave A Reply

Your email address will not be published.