Masthead

ଜଗନ୍ନାଥଙ୍କ ଜମିକୁ ଆତ୍ମସାତ ଉଦ୍ୟମ

ସୋର (ବଡ଼ ଖବର ବ୍ୟୁରୋ): ଶ୍ରୀ ଜଗନ୍ନାଥଙ୍କ ଜମିକୁ ଚଞ୍ଚକତା କରି ଆତ୍ମସାତ୍ ଉଦ୍ୟମ ଘଟଣା । ୧୨ ଜଣଙ୍କ ନାମରେ ସୋର ତହସିଲଦାରଙ୍କ ଅଭିଯୋଗ । ଶ୍ରୀ ଜଗନ୍ନାଥଙ୍କ ଜମିକୁ ବାଲେଶ୍ବର ଜିଲା ସୋର ଅଞ୍ଚଳର କିଛି ଲୋକ ବ୍ୟକ୍ତିଗତ ନାମରେ କରିନେବାକୁ ଉଦ୍ୟମ କରିଥିଲେ । ଏହି ଘଟଣାରେ ସୋର ତହସିଲଦାର ଆଜି ୧୨ ଜଣଙ୍କ ନାମରେ ସୋର ଥାନାରେ ଅଭିଯୋଗ କରିଛନ୍ତି । ପୂର୍ବରୁ ତହସିଲଦାର ଦୁଇ ଜଣଙ୍କ ନାମରେ ଅଭିଯୋଗ କରିଥିଲେ।

ତହସିଲଦାରଙ୍କ ଅଭିଯୋଗ ପରେ ଶ୍ରୀ ଜଗନ୍ନାଥଙ୍କର ରାଇପୁର ଗ୍ରାମରେ ଥିବା ମୂଲ୍ୟବାନ ଜମିକୁ ବ୍ୟକ୍ତିଗତ ନାମରେ ଦରଜ କରିବା ଯୋଜନା ଭଣ୍ଡୁର ହୋଇଯାଇଛି। ସୋର ତହସିଲଦାର ଡ.ଅଶୋକ ଦାସ ରାଇପୁର ଗ୍ରାମର ମଞ୍ଜୁଲତା ଶିଅଳ, କାର୍ତ୍ତିକ ଚନ୍ଦ୍ର ପାତ୍ର, ତନୁଶ୍ରୀ ବେହେରା, ଯଦୁନାଥ ବାରିକ, ପୀତାମ୍ବର ମିଶ୍ର, ବାସନ୍ତୀ ପାତ୍ର, ନିଶାକର ପାତ୍ର, ଜ୍ଞାନରଞ୍ଜନ ନାୟକ, ଅଚ୍ୟୁତାନନ୍ଦ ପାତ୍ର, ଗଜେନ୍ଦ୍ର ପ୍ରସାଦ ବିଶ୍ବାଳ, ଅନସୂୟା ଭୋଇ, ଉଜ୍ଜ୍ଵଳ କୁମାର ପାତ୍ରଙ୍କ ନାମରେ ଦ୍ବିତୀୟ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ବ୍ୟକ୍ତିମାନେ ନିଜ ନାମରେ ଦରଜ କରିବାକୁ ଯୋଜନା କରିଥିବା ଶ୍ରୀ ଜଗନ୍ନାଥଙ୍କ ଜମିର ଆନୁମାନିକ ମୂଲ୍ୟ ତିନି କୋଟି ଟଙ୍କାରୁ ଅଧିକ ହେବ।

ପୂର୍ବରୁ ତହସିଲଦାର ଡ.ଦାସ ଶ୍ରୀ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟର ଅବସରପ୍ରାପ୍ତ ଅମିନ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ରବି ନାରାୟଣ ଦାସ ନକଲି ନଥିପତ୍ର ଦେଇଥିବାର ଥାନାରେ ଅଭିଯୋଗ କରିଥିଲେ। ଡ. ଦାସ ଅଭିଯୋଗ କରିଛନ୍ତି ଯେ ରାଇପୁର ମୌଜାରେ ଥିବା ଏହି ୧୨ ଜଣ ଶ୍ରୀ ଜଗନ୍ନାଥଙ୍କ ଜମିକୁ ନିଜ ନାମରେ କରିବାକୁ ଆବେଦନ କରିଥିଲେ। ସେମାନେ ଆବେଦନ ଦାଖଲ କରିଥିବା ନଥିପତ୍ରକୁ ନେଇ ତହସିଲଦାରଙ୍କର ସନ୍ଦେହ ହେବାରୁସେ ଶ୍ରୀ ମନ୍ଦିର ପ୍ରଶାସନକୁ ଜଣାଇଥିଲେ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ତାହା ନକଲି ବୋଲି ଦର୍ଶାଯିବା ସହ ଆବଶ୍ୟକ ପଦକ୍ଷେପ ନେବାକୁ ସୋର ତହସିଲଦାରଙ୍କୁ ଗତ ୧୬ ତାରିଖରେ ପତ୍ର ଆସିଥିଲା। ତହସିଲଦାର ଅଭିଯୋଗ କରିବା ପରେ ଏହାକୁ ନେଇ ସୋର ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ