Masthead

୪୩ ବର୍ଷ ବୟସରେ ଅଷ୍ଟ୍ରେଲିଆନ ଓପନ ଜିତି ଇତିହାସ ରଚିଲେ ଟେନିସ୍ ତାରକା ରୋହନ ବୋପନ୍ନା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଅଷ୍ଟ୍ରେଲିଆନ୍ ଓପନ୍ ଜିତି ଇତିହାସ ସୃଷ୍ଟି କରିଛନ୍ତି ଭାରତର ଟେନିସ ତାରକା ରୋହନ ବୋପନ୍ନା। ୪୪ବର୍ଷରେ ବି ୟଙ୍ଗ୍। ମାର୍ଚ୍ଚ ୪ ତାରିଖ ପରେ ୪୩ ପୂରି ୪୪ ଚାଲିବ। ଜୀବନର ଅଧାରୁ ଅଧିକ ସମୟ ସରିଗଲାଣି କହିଲେ ସରେ। ଏ ବୟସରେ ଆପଣଙ୍କ ପିଠି ଯନ୍ତ୍ରଣା, ଗୋଡ଼ ବିନ୍ଧା, ରକ୍ତ ସଂଚାଳନରେ ଶିଥିଳତା ଦେଖାଦିଏ। କହିବାକୁ ଗଲେ ଶରୀର ବୋଲମାନେନି। ହେଲେ ରୋହନ ବୋପାନ୍ନାଙ୍କ ହେଲ୍ଥ ଡିକ୍ସନାରୀରେ ଏସବୁ ଡିଲିଟ୍। ଟେନିସରେ ଅଷ୍ଟେଲିୟାନ୍ ଓପନ୍ ଟାଇଟଲକୁ ଧରିବା ପାଇଁ ପ୍ରତ୍ୟେକ ଖେଳାଳିଙ୍କ ସ୍ବପ୍ନ ଥାଏ। ବୋଧେ ବୋପାନ୍ନା ଏହା ହିଁ ଭାବିଛନ୍ତି ଯେ ଅବସର ନେବା ପୂର୍ବରୁ ଦେଖିଥିବା ସ୍ବପ୍ନ ସାକାର ହେବା ଦରକାର।

ଯାହା କରି ଦେଖାଇଛନ୍ତି ରୋହନ୍ ବୋପାନ୍ନା। କିଛି ଘଣ୍ଟା ପୂର୍ବରୁ ଡବଲ୍ସରେ ବିଶ୍ବରେ ନମ୍ବର ୱାନ ସ୍ଥାନରେ ବୋପାନ୍ନ ଯେ ଅଷ୍ଟେଲିଆନ୍ ଓପନ୍ସ ଟାଇଟଲ ବିଜୟ ଲାଭ କରିବେ ବୋଧେ କେହି ଆଶା କରିନଥିବେ। କାରଣ ଫାଇନାଲରେ ତାଙ୍କ ବିପକ୍ଷରେ ଥିଲେ ଖୁବ୍ ୟଙ୍ଗ୍ ପ୍ଲେୟାର। ସେ ଯାହା ହେଉନା କାହିଁକି ଖେଳ ଜୀବନର ଶେଷ ସମୟରେ ଏହି ଟ୍ରଫି ନିଶ୍ଚିତ ଆଗ ଜୀବନକୁ ଶାନ୍ତି ଦେବ। ପୁରୁଷ ଡବଲ୍ସ ଗ୍ରାଣ୍ଡସ୍ଲାମ୍ ଟାଇଟଲ ଜିତିବାରେ ରୋହନ ବୋପନ୍ନା ହେଉଛନ୍ତି ତୃତୀୟ ଭାରତୀୟ। ଦିନକ ପୂର୍ବରୁ ସେ ସବୁଠାରୁ ବୟସ୍କ ଡବଲ୍ସ ଖେଳାଳି ଭାବେ ନମ୍ବର ୱାନ ରାଙ୍କରେ ପହଞ୍ଚିଥିଲେ। ଏଥିସହିତ ଗୁରୁବାର ତାଙ୍କୁ କେନ୍ଦ୍ର ସରକାର ପଦ୍ମଶ୍ରୀ ସମ୍ମାନ ଦିଆଯିବ ବୋଲି ଘୋଷଣା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ