Masthead

ଅନ୍ତର୍ଜାତୀୟ ହକିରୁ ସନ୍ନ୍ୟାସ ନେଲେ ଦୀପ୍‌ଗ୍ରେସ୍‌ ଏକ୍କା

 

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଭାରତୀୟ ମହିଳା ହକି ଷ୍ଟାର ଦୀପଗ୍ରେସ ଏକ୍କା ନେଲେ ଅବସର । ୧୩ ବର୍ଷ ଧରି ଭାରତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ଥିବା ଦୀପଗ୍ରେସ ସୋଶାଲ ମିଡିଆ ଯୋଗେ ତାଙ୍କ ଅବସର ଘୋଷଣା କରିଛନ୍ତି। ୧୭ ବର୍ଷ ବୟସରେ ୨୦୧୧ରେ ହକିରେ ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ ଦୀପଗ୍ରେସ । ଆର୍ଜେଣ୍ଟିନାରେ ସେ ପ୍ରଥମ ଟୁର୍ଣ୍ଣାମେଣ୍ଟ ଖେଳିଥିଲେ । ସେଠାରେ ଚମତ୍କାର ପ୍ରଦର୍ଶନ କରି ହକି ଜଗତରେ ନୂଆ ପରିଚୟ ସୃଷ୍ଟି କରିଥିଲେ ।

ପରେ ବ୍ୟାଙ୍କକରେ ହୋଇଥିବା ଅଣ୍ଡର ୧୮ ଏସିଆ କପରେ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ । ସୁନ୍ଦରଗଡ଼ ଝିଅ ଦୀପଗ୍ରେସ ଏକ୍କା ୨୦୧୩ରେ ଓମେନ୍ସ ଜୁନିୟର ହକି ବିଶ୍ବ କପରେ ବ୍ରୋଞ୍ଜ ମେଡାଲ ଜିତି ସମସ୍ତଙ୍କ ହୃଦୟ ଜିତିଥିଲେ । ପେନାଲ୍ଟି କର୍ଣ୍ଣର ଦେବାରେ ଏକ୍ସପର୍ଟ ହେଉଛନ୍ତି ଦୀପଗ୍ରେସ ଏକ୍କା । ସେ ଭାରତର ଜାତୀୟ ମହିଳା ହକି ଦଳର ନିୟମିତ ସଦସ୍ୟ ହୋଇ ରହିଥିଲେ। ସେ ଦେଶ ପାଇଁ ୨୬୮ଟି ମ୍ୟାଚ୍ ଖେଳିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ 🔴 ‘ସାଳନ୍ଦୀ ପାଇଁ ସତର୍କ ରହିବାକୁ ପଡ଼ିବ’ 🔴 ଲଗାଣ ବର୍ଷାରେ ଧୋଇ ଗଲା ପୋଲ 🔴 କୃଷି ବିଭାଗର ଚଢ଼ାଉ, ୧୯୦ ବସ୍ତା ସାର ଜବତ 🔴 ଶେଷ ହେଲା ଲୋକସଭାର ମୌସୁମୀ ଅଧିବେଶନ 🔴 ପ୍ରିନ୍ସିପାଲଙ୍କୁ ଲୁଟିଲେ ସାଇବର ଠକ 🔴 ଓଡ଼ିଶାକୁ ରେଡ୍‌ ୱାର୍ଣ୍ଣିଂ ଜାରି 🔴 ଶ୍ରେଣୀ ଭିତରେ ପଶି ଛାତ୍ରର ଆଙ୍ଗୁଠି ଛିଣ୍ଡାଇ ନେଲା ବୁଲା କୁକୁର 🔴 କାଠଗଡ଼ାରେ ଡ଼ିଜିପି ଚୟନ, ଆଶା ବାନ୍ଧି ବସିଛନ୍ତି ଆଇପିଏସ୍ 🔴 ରାଜ୍ୟ କ୍ୟାବିନେଟର ବଡ ବୈଠକ, ଆସିପାରେ ନୂଆ ନିଷ୍ପତ୍ତି 🔴 ଶ୍ରୀମନ୍ଦିରରେ ଚିତାଲାଗି ନୀତି, ୫ ଘଣ୍ଟା ସର୍ବସାଧାରଣ ଦର୍ଶନ ବନ୍ଦ