Masthead

ଚିକିତ୍ସା ପାଇଁ ଅପେକ୍ଷା କରିବାକୁ କହିବାରୁ ନିସ୍ତୁକ ମାଡ଼

କାକଟପୁର  (ବଡ଼ ଖବର ବ୍ୟୁରୋ): ଫାର୍ମାସିଷ୍ଟଙ୍କୁ ମରଣାନ୍ତକ ଆକ୍ରମଣ । ଚିକିତ୍ସା  ପାଇଁ ୫ ମିନିଟ ଅପେକ୍ଷା କରିବାକୁ କହିବାରୁ ନିସ୍ତୁକ ମାଡ଼ ମାରିଲେ ଯୁବକ । ସିସିଟିଭିରେ କଏଦ ହେଲା ଦୃଶ୍ୟ । କାକଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଚେୟାର, ଚେବୁଲ ଫୋପାଡିବା ସହ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରିଛନ୍ତି ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ ଯୁବକ ତାଙ୍କ ଭାଇଙ୍କୁ ଚିକିତ୍ସା ନିମନ୍ତେ କାକଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଆସିଥିଲେ । ଚିକିତ୍ସା ପାଇଁ ଫାର୍ମାସିଷ୍ଟଙ୍କ ପରାମର୍ଶ ନେଉଥିବା ସମୟରେ ଅନ୍ୟ ରୋଗୀଙ୍କ ସହ ଫାର୍ମାସିଷ୍ଟ ଚିକିତ୍ସାରେ ବ୍ୟସ୍ତ ଥିଲେ । ତେଣୁ ୫ମିନିଟ ଅପେକ୍ଷା କରିବାକୁ କହିଥିଲେ ।

କିନ୍ତୁ ବ୍ୟକ୍ତି ଜଣଙ୍କ ଉତକ୍ଷିପ୍ତ ହୋଇ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରିବା ସହିତ ଗାଳି ଗୁଲଜ କରି ଡାକ୍ତରଖାନାର ଜିନିଷ ପତ୍ର ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ସେ ସ୍ଥାନରେ ୧୦ ରୁ ୧୫ଜଣ ଅନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ମଧ୍ୟ କେହି ଯୁବକଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରିନଥିଲେ । ଘଟଣା ପରେ କାକଟପୁର ପୋଲିସ ଖବର ପାଇ ଯୁବକଙ୍କୁ ତାଙ୍କ ଘରୁ ଗିରଫ କରି , ହାଜତରେ ରଖିଛି । କିନ୍ତୁ ଫାର୍ମାସିଷ୍ଟଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ମିଳିଛି , ତେଣୁ ଫାର୍ମାସିଷ୍ଟଙ୍କ ଜୀବନ ସଙ୍କଟାପନ୍ନ ଅଛି ବୋଲି ଯାହା ପ୍ରତିକ୍ରିୟା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ