Masthead

ଚିକିତ୍ସା ପାଇଁ ଅପେକ୍ଷା କରିବାକୁ କହିବାରୁ ନିସ୍ତୁକ ମାଡ଼

କାକଟପୁର  (ବଡ଼ ଖବର ବ୍ୟୁରୋ): ଫାର୍ମାସିଷ୍ଟଙ୍କୁ ମରଣାନ୍ତକ ଆକ୍ରମଣ । ଚିକିତ୍ସା  ପାଇଁ ୫ ମିନିଟ ଅପେକ୍ଷା କରିବାକୁ କହିବାରୁ ନିସ୍ତୁକ ମାଡ଼ ମାରିଲେ ଯୁବକ । ସିସିଟିଭିରେ କଏଦ ହେଲା ଦୃଶ୍ୟ । କାକଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଚେୟାର, ଚେବୁଲ ଫୋପାଡିବା ସହ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରିଛନ୍ତି ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତିଙ୍କ ସମ୍ପର୍କୀୟ । ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ସୂଚନା ଅନୁସାରେ ଯୁବକ ତାଙ୍କ ଭାଇଙ୍କୁ ଚିକିତ୍ସା ନିମନ୍ତେ କାକଟପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣି ଆସିଥିଲେ । ଚିକିତ୍ସା ପାଇଁ ଫାର୍ମାସିଷ୍ଟଙ୍କ ପରାମର୍ଶ ନେଉଥିବା ସମୟରେ ଅନ୍ୟ ରୋଗୀଙ୍କ ସହ ଫାର୍ମାସିଷ୍ଟ ଚିକିତ୍ସାରେ ବ୍ୟସ୍ତ ଥିଲେ । ତେଣୁ ୫ମିନିଟ ଅପେକ୍ଷା କରିବାକୁ କହିଥିଲେ ।

କିନ୍ତୁ ବ୍ୟକ୍ତି ଜଣଙ୍କ ଉତକ୍ଷିପ୍ତ ହୋଇ ଫାର୍ମାସିଷ୍ଟଙ୍କୁ ଆକ୍ରମଣ କରିବା ସହିତ ଗାଳି ଗୁଲଜ କରି ଡାକ୍ତରଖାନାର ଜିନିଷ ପତ୍ର ଭଙ୍ଗାରୁଜା ଆରମ୍ଭ କରିଦେଇଥିଲେ । ସେ ସ୍ଥାନରେ ୧୦ ରୁ ୧୫ଜଣ ଅନ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ମଧ୍ୟ କେହି ଯୁବକଙ୍କୁ ଆୟତ୍ତ କରିବାକୁ ଚେଷ୍ଟା କରିନଥିଲେ । ଘଟଣା ପରେ କାକଟପୁର ପୋଲିସ ଖବର ପାଇ ଯୁବକଙ୍କୁ ତାଙ୍କ ଘରୁ ଗିରଫ କରି , ହାଜତରେ ରଖିଛି । କିନ୍ତୁ ଫାର୍ମାସିଷ୍ଟଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ମିଳିଛି , ତେଣୁ ଫାର୍ମାସିଷ୍ଟଙ୍କ ଜୀବନ ସଙ୍କଟାପନ୍ନ ଅଛି ବୋଲି ଯାହା ପ୍ରତିକ୍ରିୟା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ