Masthead

ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ହଜାର ମୁହାଁ

ଭୁବନେଶ୍ବର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପୁଣି କାୟା ବିସ୍ତାର କରୁଛି କୋରୋନା । ଦୈନିକ ସଂକ୍ରମଣ ଏବେ ହଜାର ମୁହାଁ ହେବାରେ ଲାଗିଛି । ଗୁରୁବାର ୮୭୯ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନରୁ ୫୧୮ ଓ ସ୍ଥାନୀୟ ଅଞ୍ଚଳରୁ ୩୬୧ ଜଣ ରହିଛନ୍ତି । ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪୪ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଅନୁଗୋଳ ଜିଲ୍ଲାରୁ ୨୦, ବାଲେଶ୍ବରରୁ ୨୨, ବରଗଡ ୫୩, ଭଦ୍ରକ ୧୭, ବଲାଙ୍ଗୀର ୨୬, ବୌଦ୍ଧ ୧, କଟକ ୫୦, ଦେବଗଡ ୧,ଗଞ୍ଜାମରୁ ୩୧, ଗଜପତିରୁ ୧, ଜଗତସିଂହପୁରରୁ ୨, ଯାଜପୁରରୁ ୧୫, ଝାରସୁଗୁଡାରୁ ୨୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି କଳାହାଣ୍ଡିରୁ ୪୩, କନ୍ଧମାଳରୁ ୫, କେନ୍ଦ୍ରାପଡାରୁ ୯, ଖୋର୍ଦ୍ଧାରୁ ୧୪୪, କେନ୍ଦୁଝର ୨୫, କୋରାପୁଟ ୫, ମୟୂରଭଞ୍ଜ ୨୯, ମାଲକାନଗିରି ୨, ନବରଙ୍ଗପୁର ୧୯, ନୟାଗଡ ୬, ନୂଆପଡା ୬୧, ପୁରୀ ୪୫, ରାୟଗଡା ୧୩, ସମ୍ବଲପୁର ୪୮, ସୋନପୁର ୨, ସୁନ୍ଦରଗଡରୁ ୧୩୧ଜଣ ଆକ୍ରାନ୍ତ ରହିଥିବା ବେଳେ ଷ୍ଟେଟ ପୋଲରୁ ୩୨ଜଣ ଆକ୍ରାନ୍ତ ରହିଛନ୍ତି । ଏହି ରିପୋର୍ଟ ପରେ ରାଜ୍ୟରେ ମୋଟ ସଂକ୍ରମିତ ସଂଖ୍ୟା ୩ଲକ୍ଷ ୪୫ ହଜାର ୫୨୬ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ ୪୮୮୮ଟି ସକ୍ରିୟ ମାମଲା ରହିଛି । ସେପଟେ, ବର୍ତ୍ତମାନର ସ୍ଥିତିକୁ ଦେଖି ମୁଖ୍ୟମନ୍ତ୍ରୀ କୋଭିଡ ସ୍ଥିତି ସମୀକ୍ଷା କରିଥିଲେ । ଛତିଶଗଡ ସୀମାକୁ ଲାଗିଥିବା ଜିଲ୍ଲା ଉପରେ ଫୋକସ ଦେଇଛନ୍ତି ରାଜ୍ୟ ସରକାର । ପୁଣି ରାଜ୍ୟରେ ହୁ ହୁ ହୋଇ ସଂକ୍ରମଣ ବଢୁଥିବା ନେଇ ଚିନ୍ତାରେ ସରକାର । କୋଭିଡ ସ୍ଥିତି ସମୀକ୍ଷା କରିବାକୁ ଆଜି ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି