Masthead

ପରିଚୟ ଜାଣିବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିସ୍ଫୋରଣ, ଦାୟିତ୍ୱହୀନତା ଏବଂ ଷଡ଼ଯନ୍ତ୍ରର ଗନ୍ଧ । ଶେଷରେ ଆଖି ବୁଜିଲେ ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଂଚିଛି । ଯେଉଁ ଦିଲ୍ଲୀପ ସମାନ୍ତରାୟ ଜୀବିତ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଦିନସାରା ସଫେଇ ଦେଉଥିଲା ଶନିବାର ଖବର ଆସିଲା ତାଙ୍କର ମୃତ୍ୟୁ ହେଇଗଲା । ଦିଲ୍ଲୀପଙ୍କ ମୃତ୍ୟୁ ସହ ହାଇଟେକ୍ ବିସ୍ଫୋରଣ, ରୋଗୀଙ୍କ ଜୀବନ, ହସ୍ପିଟାଲର ଦାୟିତ୍ୱହୀନତା ଓ ପ୍ରଶାସନର ନିଷ୍କ୍ରିୟତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ହାଇଟେକ୍ ଟ୍ରାଜେଡିର ଅନ୍ତ ପାଇଁ ମୃତକଙ୍କ ହେବ ଡିଏନଏ ଟେଷ୍ଟ । ତୃତୀୟ ମୃତଦେହକୁ ଚିହ୍ନଟ କରିବାକୁ ହେବ ଡିଏନଏ ପରୀକ୍ଷା । ଏଥିପାଇଁ ଡିଏନଏ ସାମ୍ପଲ ଦିଲ୍ଲୀ ପଠାଯାଇଛି । ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିବ । ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା । ଉଭୟ ଜ୍ୟୋତିରଞ୍ଜନ ଓ ଦିଲ୍ଲୀପ ସାମନ୍ତରାୟଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ରହିଛି । ଗତକାଲି ଦିଲ୍ଲୀପଙ୍କ ମୃତ୍ୟୁ ପରେ ଏଯାବତ ମୃତଦେହ ପୁଲିସ ରଖିଛି ।

ଶବ ବ୍ୟବଚ୍ଛେଦ ସହ ଡିଏନଏ ଟେଷ୍ଟ ରିପୋର୍ଟ ପରେ ସ୍ପଷ୍ଟ ହେବ, ଶନିବାର ପ୍ରାଣ ହରାଇଥିବା ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଞ୍ଜନ । ଏହା ପରେ ମୃତଦେହର ପରିଚୟ ମିଳିବା ପରେ ଏହାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଗତ ୩୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା କହିଥିଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ