Masthead

ପରିଚୟ ଜାଣିବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିସ୍ଫୋରଣ, ଦାୟିତ୍ୱହୀନତା ଏବଂ ଷଡ଼ଯନ୍ତ୍ରର ଗନ୍ଧ । ଶେଷରେ ଆଖି ବୁଜିଲେ ଦିଲ୍ଲୀପ ସାମନ୍ତରାୟ । ହାଇଟେକ୍ ବିସ୍ଫୋରଣ ଘଟଣାରେ ମୃତ୍ୟୁସଂଖ୍ୟା ୩ରେ ପହଂଚିଛି । ଯେଉଁ ଦିଲ୍ଲୀପ ସମାନ୍ତରାୟ ଜୀବିତ ଅଛନ୍ତି ବୋଲି ହସ୍ପିଟାଲ ପକ୍ଷରୁ ଶୁକ୍ରବାର ଦିନସାରା ସଫେଇ ଦେଉଥିଲା ଶନିବାର ଖବର ଆସିଲା ତାଙ୍କର ମୃତ୍ୟୁ ହେଇଗଲା । ଦିଲ୍ଲୀପଙ୍କ ମୃତ୍ୟୁ ସହ ହାଇଟେକ୍ ବିସ୍ଫୋରଣ, ରୋଗୀଙ୍କ ଜୀବନ, ହସ୍ପିଟାଲର ଦାୟିତ୍ୱହୀନତା ଓ ପ୍ରଶାସନର ନିଷ୍କ୍ରିୟତା ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ସେପଟେ ହାଇଟେକ୍ ଟ୍ରାଜେଡିର ଅନ୍ତ ପାଇଁ ମୃତକଙ୍କ ହେବ ଡିଏନଏ ଟେଷ୍ଟ । ତୃତୀୟ ମୃତଦେହକୁ ଚିହ୍ନଟ କରିବାକୁ ହେବ ଡିଏନଏ ପରୀକ୍ଷା । ଏଥିପାଇଁ ଡିଏନଏ ସାମ୍ପଲ ଦିଲ୍ଲୀ ପଠାଯାଇଛି । ରିପୋର୍ଟ ଆସିବାକୁ ୭ ଦିନ ସମୟ ଲାଗିବ । ମୃତକଙ୍କ ପରିଚୟ ଜାଣିବା ପାଇଁ ଡିଏନଏ ରିପୋର୍ଟକୁ ଅପେକ୍ଷା । ଉଭୟ ଜ୍ୟୋତିରଞ୍ଜନ ଓ ଦିଲ୍ଲୀପ ସାମନ୍ତରାୟଙ୍କ ପରିଚୟକୁ ନେଇ ଦ୍ୱନ୍ଦ୍ୱ ରହିଛି । ଗତକାଲି ଦିଲ୍ଲୀପଙ୍କ ମୃତ୍ୟୁ ପରେ ଏଯାବତ ମୃତଦେହ ପୁଲିସ ରଖିଛି ।

ଶବ ବ୍ୟବଚ୍ଛେଦ ସହ ଡିଏନଏ ଟେଷ୍ଟ ରିପୋର୍ଟ ପରେ ସ୍ପଷ୍ଟ ହେବ, ଶନିବାର ପ୍ରାଣ ହରାଇଥିବା ବ୍ୟକ୍ତି ଦିଲ୍ଲୀପ ସାମନ୍ତରାୟ ନା ଜ୍ୟୋତିରଞ୍ଜନ । ଏହା ପରେ ମୃତଦେହର ପରିଚୟ ମିଳିବା ପରେ ଏହାକୁ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ । ଗତ ୩୦ ତାରିଖରେ ଦିଲ୍ଲୀପଙ୍କ ମୃତ୍ୟୁ ହୋଇଥିବା କହିଥିଲେ ହସ୍ପିଟାଲ୍ କର୍ତ୍ତୃପକ୍ଷ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ