Masthead

ରାମଲାଲାଙ୍କ ମାହେନ୍ଦ୍ର ବେଳା

ଉତ୍ତରପ୍ରଦେଶ (ବଡ଼ ଖବର ବ୍ୟୁରୋ): ଭବ୍ୟ, ଦିବ୍ୟ, ଅଲୌକିକ ମୁହୂର୍ତ୍ତ । ଆଉ କିଛି ସମୟର ଅପେକ୍ଷା । ବହୁ ବର୍ଷର ପ୍ରତୀକ୍ଷା ଅନ୍ତ ହେବ, ଆସିବ ମାହେନ୍ଦ୍ର ବେଳା । ସାକାର ହେବ କୋଟି କୋଟି ନୟନର ସ୍ୱପ୍ନ । ୫ ଶହ ବର୍ଷର ତ୍ୟାଗ, ସଂଘର୍ଷ, ବଳିଦାନରେ ପଡ଼ିବ ପୂର୍ଣ୍ଣଚ୍ଛେଦ । ଉପନୀତ ହୋଇସାରିଛି ସେହି ବହୁ ଆକାଂକ୍ଷିତ ତିଥି । ସେହି ୮୪ ସେକେଣ୍ଡକୁ ସମସ୍ତେ ଅପେକ୍ଷା କରିଛନ୍ତି । ଗର୍ଭ ଗୃହରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଗୋଟିଏ ଯୁଗର ଅବସାନ ଘଟିବ । ପୌଷ ଶୁକ୍ଳ ଦ୍ୱାଦଶୀ, ଜାନୁଆରୀ ୨୨ ତାରିଖ ଆଜି ସୋମବାର ।

କୃଷ୍ଣଶିଳା ନିର୍ମିତ ବିଗ୍ରହ ପାଇବେ ଜୀବନ୍ୟାସ । ଅପରାହ୍ନ ୧୨ଟା ୧୫ରୁ ୧୨ଟା ୪୫ ଯାଏଁ, ଅର୍ଥାତ ୩୦ ମିନିଟ ମାହେନ୍ଦ୍ର ବେଳା ରହିଛି । ଆଉ ସେଥି ମଧ୍ୟରୁ ୮୪ ସେକେଣ୍ଡ ରହିବ ଅଭିଜିତ ମୁହୂର୍ତ୍ତ । ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରୁ ୧୨ଟା ୩୦ ମିନିଟ ୩୨ ଭିତରେ ରାମ ଲାଲଙ୍କ ପ୍ରାଣ ପ୍ରତିଷ୍ଠା ହେବ । ଏହି ଦିବ୍ୟ, ଭବ୍ୟ ଉତ୍ସବର ସାକ୍ଷୀ ରହିବ ଭାରତବର୍ଷ । ଦିନ ୧୦ଟାରୁ ଅତି ସ୍ୱତନ୍ତ୍ର ମଙ୍ଗଳ ଧ୍ୱନି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ପ୍ରାଣ ପ୍ରତିଷ୍ଠା ସମୟରେ ଅଯୋଧ୍ୟା ଝାଞ୍ଜ, ମୃଦଙ୍ଗ, ସଂକୀର୍ତ୍ତନ, ବେଦଧ୍ୱନୀରେ ପ୍ରକମ୍ପିତ ହେବ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ସେହି ସମୟକୁ ଅପେକ୍ଷା କରିଛନ୍ତି । ସମସ୍ତଙ୍କ ମୁହଁରେ ଗୋଟିଏ ନାରା ଜୟ ଶ୍ରୀରାମ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ