Masthead

ବିଜେପି ଶାସିତ ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅପରାଧର ହାର ସର୍ବାଧିକ ରହିଛି: ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଆଗକୁ ନିର୍ବାଚନ । ଏବେ ଠୁ ଆରମ୍ଭ ହେଲାଣି ଦଳରେ ମାନସମନ୍ଥନ । ନିର୍ବାଚନ ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟୁଇଟ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଖଡ଼ଗେ କହିଛନ୍ତି ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ବିଜେପି ଭାଙ୍ଗି ଚୁରମାର କରିଛି । ଏକ ମାସ ମଧ୍ୟରେ ମଧ୍ୟପ୍ରଦେଶରେ ଦଳିତ-ଆଦିବାସୀଙ୍କ ଉପରେ ଅତ୍ୟାଚାରର ଅତ୍ୟନ୍ତ ନିନ୍ଦନୀୟ ଏବଂ ଯନ୍ତ୍ରଣାଦାୟକ ଘଟଣା ଘଟିଛି।

ଏହା ମାନବିକତାକୁ ଲଜ୍ଜିତ କରିଛି। ଏନସିଆରବି ରିପୋର୍ଟ ୨୦୨୧କୁ ଦର୍ଶାଇ ସେ କହିଛନ୍ତି ବିଜେପି ଶାସିତ ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅପରାଧର ହାର ସର୍ବାଧିକ ରହିଛି। ଅଧିକାଂଶ ଅପରାଧ ଆଦିବାସୀଙ୍କ ବିରୋଧରେ କରାଯାଇଛି। ପ୍ରତିଦିନ ୭ ରୁ ଅଧିକ ଅପରାଧ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖଡ଼ଗେ କହିଛନ୍ତି ମଧ୍ୟପ୍ରଦେଶର ଆମର ଦଲିତ, ଆଦିବାସୀ ତଥା ପଛୁଆ ବର୍ଗର ନାଗରିକମାନେ ଦଶନ୍ଧି ଧରି ଭାଜପାର ଖରାପ ଶାସନରେ ଜର୍ଜରିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି