Masthead

ବିଜେପି ଶାସିତ ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅପରାଧର ହାର ସର୍ବାଧିକ ରହିଛି: ମଲ୍ଲିକାର୍ଜୁନ ଖଡ଼ଗେ

ନୂଆଦିଲ୍ଲୀ  (ବଡ଼ ଖବର ବ୍ୟୁରୋ): ଆଗକୁ ନିର୍ବାଚନ । ଏବେ ଠୁ ଆରମ୍ଭ ହେଲାଣି ଦଳରେ ମାନସମନ୍ଥନ । ନିର୍ବାଚନ ପୂର୍ବରୁ ଉଭୟ ଶାସକ ଏବଂ ବିରୋଧୀ ମଧ୍ୟରେ ଚାଲିଛି ଆରୋପ ପ୍ରତ୍ୟାରୋପ । କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଟୁଇଟ କରି ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି। ଖଡ଼ଗେ କହିଛନ୍ତି ବାବାସାହେବ ଆମ୍ବେଦକରଙ୍କ ସ୍ୱପ୍ନକୁ ବିଜେପି ଭାଙ୍ଗି ଚୁରମାର କରିଛି । ଏକ ମାସ ମଧ୍ୟରେ ମଧ୍ୟପ୍ରଦେଶରେ ଦଳିତ-ଆଦିବାସୀଙ୍କ ଉପରେ ଅତ୍ୟାଚାରର ଅତ୍ୟନ୍ତ ନିନ୍ଦନୀୟ ଏବଂ ଯନ୍ତ୍ରଣାଦାୟକ ଘଟଣା ଘଟିଛି।

ଏହା ମାନବିକତାକୁ ଲଜ୍ଜିତ କରିଛି। ଏନସିଆରବି ରିପୋର୍ଟ ୨୦୨୧କୁ ଦର୍ଶାଇ ସେ କହିଛନ୍ତି ବିଜେପି ଶାସିତ ମଧ୍ୟପ୍ରଦେଶରେ ଦଳିତଙ୍କ ବିରୋଧରେ ଅପରାଧର ହାର ସର୍ବାଧିକ ରହିଛି। ଅଧିକାଂଶ ଅପରାଧ ଆଦିବାସୀଙ୍କ ବିରୋଧରେ କରାଯାଇଛି। ପ୍ରତିଦିନ ୭ ରୁ ଅଧିକ ଅପରାଧ ଘଟିଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଖଡ଼ଗେ କହିଛନ୍ତି ମଧ୍ୟପ୍ରଦେଶର ଆମର ଦଲିତ, ଆଦିବାସୀ ତଥା ପଛୁଆ ବର୍ଗର ନାଗରିକମାନେ ଦଶନ୍ଧି ଧରି ଭାଜପାର ଖରାପ ଶାସନରେ ଜର୍ଜରିତ ହୋଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ