Masthead

ବଦଳିଲା ଟ୍ୱିଟରର ନାମ, ଟ୍ୱିଟର ଡଟକମରୁ ଏକ୍ସ ଡଟକମ୍

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିଲା ଟ୍ୱିଟରର ନାମ । ଟ୍ୱିଟର ବର୍ତ୍ତମାନ ‘ଏକ୍ସ’ ଭାବରେ ଜଣାଶୁଣା । ଟ୍ୱିଟରର ଡୋମେନ ମଧ୍ୟ ଟ୍ୱିଟରର ଡଟକମରୁ ‘ଏକ୍ସ’ ଡଟକମ୍ ହୋଇଛି । ‘ଏକ୍ସ’ ଡଟକମ୍ ଖୋଲିଲେ ଓପନ୍ ହେଉଛି ଟ୍ୱିଟର । ଦେଶଠୁ ନେଇ ବିଦେଶ ସବୁଠି ସୋସିଆଲ ମିଡିଆ କ୍ରେଜ ବହୁତ ଅଧିକ । ଫେସବୁକ, ଟ୍ୱିଟର, ହ୍ୱାଟସଆପ ହେଉଛି ସବୁଠାରୁ ଅଧିକ ଲୋକପ୍ରିୟ ଆପ ।

କିନ୍ତୁ ଏହାରି ମଧ୍ୟରେ ଟ୍ୱଟରକୁ ନେଇ ଦେଖାଦେଇଛି ସଙ୍କଟ । ଟ୍ୱିଟରର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟ୍ୱିଟରର ନବୀକରଣ କରିଛନ୍ତି । ଚୀନର ୱିଚାଟ ଭଳି ଟ୍ୱିଟରକୁ ମସ୍କ ଏକ ସୁପର ଆପ ଭାବେ ବିକାଶ କରିବାକୁ ଚାହୁଁଛନ୍ତି । ଟ୍ୱିଟରର ନାମକୁ ପରିବର୍ତ୍ତନ କରିଛନ୍ତି । ଟ୍ୱିଟର ବର୍ତ୍ତମାନ ‘ଏକ୍ସ’ ଭାବରେ ଜଣାଶୁଣା ଟ୍ୱିଟରର ଡୋମେନ ମଧ୍ୟ ଟ୍ୱିଟରର ଡଟକମରୁ ‘ଏକ୍ସ’ ଡଟକମକୁ ବଦଳିଛି ।

‘ଏକ୍ସ’ ଡଟକମ୍ ଖୋଲିଲେ ସିଧାସଳଖ ଖୋଲୁଛି ଟ୍ୱିଟର ଡଟକମ୍ । ‘ଏକ୍ସ’ ନାମରେ ଆଭ୍ୟନ୍ତରୀଣ ଲୋଗୋ ମଧ୍ୟ ଲାଗୁ ହେବ ବୋଲି କହିଛନ୍ତି ମସ୍କ । ଦୀର୍ଘ ଦିନରୁ କମ୍ପାନୀର ପରିଚୟ ଥିବା ନୀଳ ପକ୍ଷୀକୁ ହଟାଇ ଆଣିବେ ନୂଆ ଲୋଗୋ । ଏହାକୁ ନେଇ ମସ୍କ ଏକ ଭିଡିଓ ଜାରି କରି ବହୁଦିନ ପୂର୍ବରୁ ଲୋଗୋ ବଦଳାଯିବାର ଥିଲା ବୋଲି କହିଛନ୍ତି । ଟ୍ୱିଟରର ବ୍ରାଣ୍ଡକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦିଆଯିବ ବୋଲି ସେ କହିଛନ୍ତି ।

ଗତବର୍ଷ ୪୪୦୦ କୋଟି ଡଲାରରେ ସେ ଟ୍ୱିଟରକୁ କିଣିଛନ୍ତି । ଏହାକୁ ଏସ୍କ ସହିତ ମିଶ୍ରଣ କରାଯିବ ବୋଲି କହିଥିଲେ ମସ୍କ । କିଛିଦିନ ପୂର୍ବରୁ ଲିଣ୍ଡା ୟାକାରିନୋକୁ ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଟ୍ୱିଟରକୁ ‘ଏକ୍ସ’ରେ ରୂପାନ୍ତରିତ କରିବା ଦିଗରେ କାର‌୍ୟ୍ୟ କରିବେ । ଏଲନ ମସ୍କ ମଓ୍ୟ ନିଜ ଟ୍ୱିଟର ପ୍ରୋଫାଇଲରେ ‘ଏକ୍ସ’ ଲୋଗୋ ରଖିଛନ୍ତି । ମସ୍କ ଟ୍ୱିଟରକୁ ସୁପର ଆପ ମଧ୍ୟ କରିପାରନ୍ତି ଯାହାପରେ ସମାନ ପ୍ଲାଟ ଫର୍ମରେ ଅନେକ ସେବା ଉପଲବ୍ଧ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ