Before Header

ବଦଳିଲା ଟ୍ୱିଟରର ନାମ, ଟ୍ୱିଟର ଡଟକମରୁ ଏକ୍ସ ଡଟକମ୍

0 39

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ବଦଳିଲା ଟ୍ୱିଟରର ନାମ । ଟ୍ୱିଟର ବର୍ତ୍ତମାନ ‘ଏକ୍ସ’ ଭାବରେ ଜଣାଶୁଣା । ଟ୍ୱିଟରର ଡୋମେନ ମଧ୍ୟ ଟ୍ୱିଟରର ଡଟକମରୁ ‘ଏକ୍ସ’ ଡଟକମ୍ ହୋଇଛି । ‘ଏକ୍ସ’ ଡଟକମ୍ ଖୋଲିଲେ ଓପନ୍ ହେଉଛି ଟ୍ୱିଟର । ଦେଶଠୁ ନେଇ ବିଦେଶ ସବୁଠି ସୋସିଆଲ ମିଡିଆ କ୍ରେଜ ବହୁତ ଅଧିକ । ଫେସବୁକ, ଟ୍ୱିଟର, ହ୍ୱାଟସଆପ ହେଉଛି ସବୁଠାରୁ ଅଧିକ ଲୋକପ୍ରିୟ ଆପ ।

କିନ୍ତୁ ଏହାରି ମଧ୍ୟରେ ଟ୍ୱଟରକୁ ନେଇ ଦେଖାଦେଇଛି ସଙ୍କଟ । ଟ୍ୱିଟରର ମାଲିକ ତଥା ବିଶ୍ୱର ଏକ ନମ୍ବର ଧନୀ ଏଲନ ମସ୍କ ଟ୍ୱିଟରର ନବୀକରଣ କରିଛନ୍ତି । ଚୀନର ୱିଚାଟ ଭଳି ଟ୍ୱିଟରକୁ ମସ୍କ ଏକ ସୁପର ଆପ ଭାବେ ବିକାଶ କରିବାକୁ ଚାହୁଁଛନ୍ତି । ଟ୍ୱିଟରର ନାମକୁ ପରିବର୍ତ୍ତନ କରିଛନ୍ତି । ଟ୍ୱିଟର ବର୍ତ୍ତମାନ ‘ଏକ୍ସ’ ଭାବରେ ଜଣାଶୁଣା ଟ୍ୱିଟରର ଡୋମେନ ମଧ୍ୟ ଟ୍ୱିଟରର ଡଟକମରୁ ‘ଏକ୍ସ’ ଡଟକମକୁ ବଦଳିଛି ।

‘ଏକ୍ସ’ ଡଟକମ୍ ଖୋଲିଲେ ସିଧାସଳଖ ଖୋଲୁଛି ଟ୍ୱିଟର ଡଟକମ୍ । ‘ଏକ୍ସ’ ନାମରେ ଆଭ୍ୟନ୍ତରୀଣ ଲୋଗୋ ମଧ୍ୟ ଲାଗୁ ହେବ ବୋଲି କହିଛନ୍ତି ମସ୍କ । ଦୀର୍ଘ ଦିନରୁ କମ୍ପାନୀର ପରିଚୟ ଥିବା ନୀଳ ପକ୍ଷୀକୁ ହଟାଇ ଆଣିବେ ନୂଆ ଲୋଗୋ । ଏହାକୁ ନେଇ ମସ୍କ ଏକ ଭିଡିଓ ଜାରି କରି ବହୁଦିନ ପୂର୍ବରୁ ଲୋଗୋ ବଦଳାଯିବାର ଥିଲା ବୋଲି କହିଛନ୍ତି । ଟ୍ୱିଟରର ବ୍ରାଣ୍ଡକୁ ସଂପୂର୍ଣ୍ଣ ଭାବେ ବଦଳାଇ ଦିଆଯିବ ବୋଲି ସେ କହିଛନ୍ତି ।

ଗତବର୍ଷ ୪୪୦୦ କୋଟି ଡଲାରରେ ସେ ଟ୍ୱିଟରକୁ କିଣିଛନ୍ତି । ଏହାକୁ ଏସ୍କ ସହିତ ମିଶ୍ରଣ କରାଯିବ ବୋଲି କହିଥିଲେ ମସ୍କ । କିଛିଦିନ ପୂର୍ବରୁ ଲିଣ୍ଡା ୟାକାରିନୋକୁ ସିଇଓ ଭାବେ ନିଯୁକ୍ତି ଦେଇଛନ୍ତି । ସେ ଟ୍ୱିଟରକୁ ‘ଏକ୍ସ’ରେ ରୂପାନ୍ତରିତ କରିବା ଦିଗରେ କାର‌୍ୟ୍ୟ କରିବେ । ଏଲନ ମସ୍କ ମଓ୍ୟ ନିଜ ଟ୍ୱିଟର ପ୍ରୋଫାଇଲରେ ‘ଏକ୍ସ’ ଲୋଗୋ ରଖିଛନ୍ତି । ମସ୍କ ଟ୍ୱିଟରକୁ ସୁପର ଆପ ମଧ୍ୟ କରିପାରନ୍ତି ଯାହାପରେ ସମାନ ପ୍ଲାଟ ଫର୍ମରେ ଅନେକ ସେବା ଉପଲବ୍ଧ ହେବ ।

Leave A Reply

Your email address will not be published.