Masthead

ତୃଣମୂଳରେ ବାବୁଲ ସୁପ୍ରିଓ

କୋଲକାତା(ବଡ଼ କବର ବ୍ୟୁରୋ): ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିଓ । ନିକଟରେ ବିଜେପିରୁ ଇସ୍ତଫା ଦେବା ସହିତ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଥିଲେ । ଆଉ କୌଣସି ଦଳରେ ଯୋଗ ଦେବେ ନାହିଁ ବୋଲି କହିଥିଲେ । ସୂଚନା ଅନୁସାରେ , କେନ୍ଦ୍ରରୁ ମନ୍ତ୍ରୀ ପଦ ଚାଲିଯିବା ପରେ ଅସନ୍ତୁଷ୍ଟ ହୋଇ ସେ ବିଜେପି ଛାଡିଥିଲେ ।

ତେବେ ମମତାଙ୍କ ପ୍ରତି ଲୋକଙ୍କ ଭଲ ପାଇବାକୁ ଦେଖି ସେ ଟିଏମସିର କ୍ୟାଡର ଭାବେ କାର୍ଯ୍ୟ କରିବାକୁ ଚାହୁଁଥିବା କହିଛନ୍ତି। ଏଥିସହ ବିଜେପି ପ୍ରତିଶୋଧର ରାଜନୀତି କରୁଥିବା ବାବୁଲ ପରୋକ୍ଷରେ ସୂଚାଇ ଦେଇଛନ୍ତି। ସେପ୍ଟେମ୍ବର ୩୦ରେ ଭବାନୀପୁର ଉପ ନିର୍ବାଚନ ପାଇଁ ଭୋଟିଂ ହେବ। ଏଠାରେ ମମତା ନିଜେ ପ୍ରାର୍ଥୀ ହୋଇଛନ୍ତି। ହାଇଭୋଲଟେଜ ଲଢ଼େଇ ପୂର୍ବରୁ ବାବୁଲ ଟିଏମସିରେ ମିଶିବା ଦଳ ପାଇଁ ଆଶୀର୍ବାଦ ସଦୃଶ ହୋଇଛି। ଟିଏମସିରେ ଅନେକ ପ୍ରକାରର ସୁଯୋଗ ଥିବା ମଧ୍ୟ ବାବୁଲ କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ