Masthead

ଆମୀର ଖାନ ଓ କିରଣ ରାଓ: “ଆମ ପାଇଁ ଖୁସି ପ୍ରାର୍ଥନା କର”

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଆମୀର ଖାନ ଏବଂ କିରଣ ରାଓ ଶନିବାର ଛାଡପତ୍ର ଘୋଷଣା କରିଥିଲେ। ଉଭୟ ଏକ ମିଳିତ ଭିଡିଓରେ କହିଛନ୍ତି ସେମାନେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ ଅଛନ୍ତି। ଛାଡପତ୍ରର ଗୋଟିଏ ଦିନ ପରେ ଉଭୟଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ଆମୀର ଖାନ ଏବଂ କିରଣ ରାଓ ବହୁତ ଖୁସି ଦେଖାଯାଉଛନ୍ତି।

ସେମାନେ ଭିଡିଓ ମାଧ୍ୟମରେ କହିଛନ୍ତି, ଆମେ ପ୍ରଶଂସକଙ୍କ ମଧ୍ୟରେ ଏହି ବାର୍ତ୍ତା ଦେଉଛୁ ଯେ ଦୁଃଖ କରିବାର କୌଣସି ଆବଶ୍ୟକତା ନାହିଁ । ଆମେ ଏପର୍ଯ୍ୟନ୍ତ ଏକାଠି ଅଛୁ, କେବଳ ଆମର ସମ୍ପର୍କ ବଦଳି ଯାଇଛି । ଆଉ ମଧ୍ୟ କହିଛନ୍ତି, ଆମ ପାଇଁ ଖୁସି ପ୍ରାର୍ଥନା କର । ଆମୀର ଖାନ ଏବଂ କିରଣ ରାଓଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକମାନେ ମଧ୍ୟ ଅନେକ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଆମୀର ଖାନ ଏବଂ କିରଣ ରାଓ ପ୍ରଥମେ ୨୦୦୧ ରେ ଅଭିନେତା ଫିଲ୍ମ ‘ଲାଗାନ’ର ସେଟରେ ସାକ୍ଷାତ ହୋଇଥିଲେ ଏବଂ ସେମାନେ ଡିସେମ୍ବର ୨୦୦୫ ରେ ବିବାହ କରିଥିଲେ। ସେମାନଙ୍କର ପୁଅ ଆଜାଦ ରାଓ ଖାନ ଡିସେମ୍ବର ୨୦୧୧ ରେ ଜନ୍ମଗ୍ରହଣ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା