Masthead

ବଡ଼ ଖବର ଓ ଅର୍ଦ୍ଧେନ୍ଦୁ ଦାସ

ଭୁବନେଶ୍ୱର, (ବଡ଼ ଖବର ବ୍ୟୁରୋ): ୨୫ ବର୍ଷର ସାମ୍ବାଦିକତା ଜୀବନ ଭିତରେ ମିଡିଆର ଭୂମିକାକୁ ନେଇ ଅର୍ଦ୍ଧେନ୍ଦୁ ଦାସଙ୍କ ମନରେ ଅନେକ ପ୍ରଶ୍ନ ଉଙ୍କି ମାରିଛି । ମିଡିଆକୁ ନିଜ ସ୍ୱାର୍ଥ ଲାଗି ବ୍ୟବହାର କରୁଥିବା ଲୋକଙ୍କ ପାଇଁ ସେ ଆଶ୍ଚର୍ଯ୍ୟ ହୋଇନାହାନ୍ତି ବରଂ ଏତେ ସହଜରେ ମିଡିଆ କାହିଁକି ସରେଣ୍ଡର କରିଯାଏ ସେକଥା ଭାବି ସେ ଦୁଃଖ ଅନୁଭବ କରନ୍ତି । ତାଙ୍କ ମନ ଭିତରେ ସୃଷ୍ଟି ହୁଏ ବିଦ୍ରୋହ । ପୁଣି ସେ ନିଜକୁ ପ୍ରଶ୍ନ କରନ୍ତି କ’ଣ ଏମିତି ନକରି ଲୋକଙ୍କ ପାଇଁ ଦି’ପଦ କହିବାକୁ ସାହସ ଜୁଟାଇ ହେବନି ।

ନିଜକୁ ନିଜେ ସେ ପ୍ରଶ୍ନ କରିଚାଲନ୍ତି । ବିଜୟା ଦଶମୀରେ ସେ ଖୋଜି ପାଇଛନ୍ତି ତାଙ୍କ ଉତ୍ତର ‘ବଡ଼ ଖବର’ । ବହୁ ଘରୋଇ ସ୍ୟାଟେଲାଇଟ ଟିଭି ଚ୍ୟାନେଲରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହୋଇଥିବା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କର ଏକ ଲୋକପ୍ରିୟ କାର୍ଯ୍ୟକ୍ରମ ଥିଲା ‘ବଡ଼ ଖବର’ । ଖବର ଭିତରେ ଲୁଚି ରହିଥିବା ଖବରକୁ ବାହାର କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଖବରର ବିଶ୍ଲେଷଣ, ତର୍ଜମା ଏହି କାର୍ଯ୍ୟକ୍ରମର ଅନ୍ୟ ଏକ ବିଭବ । କିଛି ଲୋକ ସତ୍ୟକୁ ସାମ୍ନା କରିପାରିଲେ ନାହିଁ । ଘରୋଇ ଚ୍ୟାନେଲରେ ପ୍ରସାରିତ ‘ବଡ଼ ଖବର’ କାର୍ଯ୍ୟକ୍ରମ ବନ୍ଦ ହେଲା । କିନ୍ତୁ ଅର୍ଦ୍ଧେନ୍ଦୁ ଦାସଙ୍କ ମନ ଓ ହୃଦୟ ରହିଯାଇଥିଲା ‘ବଡ଼ ଖବର’ ପାଖରେ । ଚାପକୁ ଅଣ ଦେଖା କରି ଓ ଭୟକୁ ବେଖାତିର କରି ସାଧାରଣ ଲୋକର ପ୍ରଶ୍ନ ପଚାରିବାର ଦମ୍ଭ ନେଇ ସେ ଆଗେଇ ଚାଲିଛନ୍ତି । ବିଜୟା ଦଶମୀରେ ୨୪ ଘଣ୍ଟିଆ ସ୍ୟାଟେଲାଇଟ ଓଡ଼ିଆ ନ୍ୟୁଜ ଚ୍ୟାନେଲ ‘ବଡ଼ ଖବର’ ଉଦଘାଟିତ ହୋଇଛି । ଆରମ୍ଭ ହୋଇଛି ନୂଆ ଦିଶା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ 🔴 ଏୟାରଲିଫ୍ଟ ହେବେ ବଳଙ୍ଗା ପୀଡ଼ିତା 🔴 ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ 🔴 ପ୍ରଶ୍ନପତ୍ର ଭାଇରାଲ ପରେ ସ୍ବତନ୍ତ୍ର OTET-୨୦୨୫ ସ୍ଥଗିତ 🔴 ବଳଙ୍ଗା ଘଟଣାକୁ ନେଇ ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ 🔴 ଏମ୍ସରେ ବିକ୍ଷୋଭ ମନା 🔴 ଛାତ୍ରୀଙ୍କ ପାଇଁ ଆସିଲା ‘ଶକ୍ତିଶ୍ରୀ’ ଯୋଜନା 🔴 ନାବାଳିକାଙ୍କ ଶରୀର ୭୦ ପ୍ରତିଶତ ପୋଡ଼ିଛି ! 🔴 ଛାତ୍ରୀଙ୍କୁ ନିଆଁ ଲଗାଇ ଜାଳିଲେ ଦୁର୍ବୃତ୍ତ, ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ 🔴 ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଯାଞ୍ଚ କରିବ କ୍ରାଇମବ୍ରାଞ୍ଚ 🔴 ବିସ୍ଫୋରକ ଭର୍ତ୍ତି ଗାଡ଼ି ଜବତ