Masthead

‘ବଡ଼ ଖବର’ ପ୍ରଭାବ, ଦୂର ହେଲା ଜଳ ସଙ୍କଟ

ରଣପୁର,(ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ସାନଚାକୁଣ୍ଡା ଗାଁ ହେଉଛି ଆଦିବାସୀ ଅଧ୍ୟୁଷିତ ଇଲାକା । ଗାଁରେ ଥିବା ନଳକୂଅଗୁଡିକ ଅଚଳ ହୋଇ ପଡି ରହିଥିଲା । ଲୋକେ ମଇଳା ଓ ଦୂଷିତ କେନାଲ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ । ଦୂଷିତ କେନାଲ ପାଣି ପିଇ ଲୋକେ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଥିଲେ । ଅକ୍ଟୋବର ୨୧ରେ ସାନଚାକୁଣ୍ଡା ଗାଁର ଜଳ ସମସ୍ୟା ଖବରକୁ “ବଡ଼ ଖବର’ରେ ସ୍ଥାନୀତ କରାଯାଇଥିଲା । ଖବର ପ୍ରସାରଣ ହେବାର ସାତଦିନ ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଆରଡବ୍ଲୁଏସଏସ ଅଧିକାରୀ ଗାଁରେ ଥିବା ସମସ୍ତ ନଳକୂଅ ମରାମତି କରାଇଛନ୍ତି ।

ଗାଁଠାରୁ ୧ କିଲୋମିଟର ଦୂରରେ ଥିବା କେନାଲର ପାଣି ଲୋକଙ୍କ ଶୋଷ ମେଣ୍ଟାଉଥିଲା । ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗାଁ ଲୋକେ ଗୁହାରି କରିଥିଲେ । ଶୁଖିଲା ପ୍ରତିଶ୍ରୁତିକୁ ଛାଡି ଦେଲେ ଆଉ କିଛି ମିଳିନଥିଲା । ‘ବଡ଼ ଖବର’ରେ ଖବର ପ୍ରସାରଣ ପରେ ପ୍ରଶାସନର ନଜର ପଡ଼ିଛି । ଗାଁକୁ ଯାଇ ସ୍ଥିତି ପରଖିବା ପରେ ଆରଡବ୍ଲ୍ୟୁଏସଏସ ଅଧିକାରୀଙ୍କ ନିର୍ଦ୍ଦେଶରେ ନଳକୂଅ ମରାମତି ହୋଇଛି । ଏବେ ନଳକୂଅରୁ ଲୋକେ ବିଶୁଦ୍ଧ ପାଣି ନେଉଛନ୍ତି । ପାଣି ପାଇଁ ଆଉ କାହାରିକୁ କେନାଲକୁ ଯିବାକୁ ପଡୁନାହିଁ । ଯେଉଁ କାମ ଦୀର୍ଘ ବର୍ଷଧରି ହେଉନଥିଲା ଗୋଟିଏ ନ୍ୟୁଜ୍ରେ ସମସ୍ୟା ସୁଧୁରି ଯାଇଥିବାରୁ ଲୋକେ ‘ବଡ଼ ଖବର’କୁ ଧନ୍ୟବାଦ ଜଣାଇଛନ୍ତି । ‘ବଡ଼ ଖବର’ ଲାଗି ଏହା ସମ୍ଭବ ହେଲା ବୋଲି ଲୋକେ କହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ