Masthead

‘ବଡ଼ ଖବର’ ପ୍ରଭାବ, ଦୂର ହେଲା ଜଳ ସଙ୍କଟ

ରଣପୁର,(ବଡ଼ ଖବର ବ୍ୟୁରୋ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବନ୍ଧମୁଣ୍ଡା ପଞ୍ଚାୟତ ସାନଚାକୁଣ୍ଡା ଗାଁ ହେଉଛି ଆଦିବାସୀ ଅଧ୍ୟୁଷିତ ଇଲାକା । ଗାଁରେ ଥିବା ନଳକୂଅଗୁଡିକ ଅଚଳ ହୋଇ ପଡି ରହିଥିଲା । ଲୋକେ ମଇଳା ଓ ଦୂଷିତ କେନାଲ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରୁଥିଲେ । ଦୂଷିତ କେନାଲ ପାଣି ପିଇ ଲୋକେ ବିଭିନ୍ନ ରୋଗର ଶିକାର ମଧ୍ୟ ହେଉଥିଲେ । ଅକ୍ଟୋବର ୨୧ରେ ସାନଚାକୁଣ୍ଡା ଗାଁର ଜଳ ସମସ୍ୟା ଖବରକୁ “ବଡ଼ ଖବର’ରେ ସ୍ଥାନୀତ କରାଯାଇଥିଲା । ଖବର ପ୍ରସାରଣ ହେବାର ସାତଦିନ ପରେ ତତ୍ପରତା ଦେଖାଇଛି ପ୍ରଶାସନ । ଆରଡବ୍ଲୁଏସଏସ ଅଧିକାରୀ ଗାଁରେ ଥିବା ସମସ୍ତ ନଳକୂଅ ମରାମତି କରାଇଛନ୍ତି ।

ଗାଁଠାରୁ ୧ କିଲୋମିଟର ଦୂରରେ ଥିବା କେନାଲର ପାଣି ଲୋକଙ୍କ ଶୋଷ ମେଣ୍ଟାଉଥିଲା । ଏନେଇ ବାରମ୍ବାର ପ୍ରଶାସନିକ ଅଧିକାରୀଙ୍କ ନିକଟରେ ଗାଁ ଲୋକେ ଗୁହାରି କରିଥିଲେ । ଶୁଖିଲା ପ୍ରତିଶ୍ରୁତିକୁ ଛାଡି ଦେଲେ ଆଉ କିଛି ମିଳିନଥିଲା । ‘ବଡ଼ ଖବର’ରେ ଖବର ପ୍ରସାରଣ ପରେ ପ୍ରଶାସନର ନଜର ପଡ଼ିଛି । ଗାଁକୁ ଯାଇ ସ୍ଥିତି ପରଖିବା ପରେ ଆରଡବ୍ଲ୍ୟୁଏସଏସ ଅଧିକାରୀଙ୍କ ନିର୍ଦ୍ଦେଶରେ ନଳକୂଅ ମରାମତି ହୋଇଛି । ଏବେ ନଳକୂଅରୁ ଲୋକେ ବିଶୁଦ୍ଧ ପାଣି ନେଉଛନ୍ତି । ପାଣି ପାଇଁ ଆଉ କାହାରିକୁ କେନାଲକୁ ଯିବାକୁ ପଡୁନାହିଁ । ଯେଉଁ କାମ ଦୀର୍ଘ ବର୍ଷଧରି ହେଉନଥିଲା ଗୋଟିଏ ନ୍ୟୁଜ୍ରେ ସମସ୍ୟା ସୁଧୁରି ଯାଇଥିବାରୁ ଲୋକେ ‘ବଡ଼ ଖବର’କୁ ଧନ୍ୟବାଦ ଜଣାଇଛନ୍ତି । ‘ବଡ଼ ଖବର’ ଲାଗି ଏହା ସମ୍ଭବ ହେଲା ବୋଲି ଲୋକେ କହୁଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି