Masthead

୨୦୦ କୋଟି ଟଙ୍କା ଠକେଇ ମାମଲାରେ ନୋରା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ୨୦୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହି, ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ପହଞ୍ଚିଥିଲେ । ଏହି ପ୍ରସଙ୍ଗରେ ପୋଲିସ ନୋରାଙ୍କୁ ଅନେକ ଥର ପଚରା ଉଚରା କରିଛି । ମନି ଲଣ୍ଡରିଂ ମାମଲାରେ ନୋରା ଇଡି ଟାର୍ଗେଟରେ ଅଛନ୍ତି । ଇଡି ଏପର୍ଯ୍ୟନ୍ତ ଅନେକ ଥର ଅନୁସନ୍ଧାନ କରିଛି । ନୋରା ମଧ୍ୟ ସୁକେଶ ଚନ୍ଦ୍ରଶେଖରଙ୍କ ଠାରୁ ଦାମି ଉପହାର ନେଇଥିବା ଅଭିଯୋଗ ହୋଇଛି ।

ବହୁ ବଡ ବଲିଉଡ ଅଭିନେତ୍ରୀଙ୍କ ନାମ ସୁକେଶ ଚନ୍ଦ୍ରଶେଖର ମାମଲା ଏବଂ ୨୦୦ କୋଟି ଟଙ୍କା ଠକେଇ ମାମଲାରେ ପ୍ରକାଶ ପାଇଛି । ନୋରାଙ୍କ ବ୍ୟତୀତ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ । କୁହାଯାଉଛି ଯେ ଅନେକ ବଲିଉଡ ଅଭିନେତ୍ରୀ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଯୋଗାଯୋଗରେ ଥିଲେ । ଇଡି ଏହାର ଚାର୍ଜସିଟ୍ ଦାଖଲ କରିବାବେଳେ କହିଥିଲେ ଯେ ଜ୍ୟାକଲିନ୍ ଏବଂ ନୋରା , ସୁକେଶଙ୍କ ଠାରୁ ବହୁ ମୁଲ୍ୟବାନ ଉପହାର ନେଇଛନ୍ତି । ଏଥିସହ ଇଡି କହିଛନ୍ତି ଯେ ଡିସେମ୍ବର ୨୦୨୦ରେ ନୋରା ସୁକେଶଙ୍କ ଠାରୁ ବିଏମଡବ୍ଲୁ କାର ଉପହାର ସ୍ୱରୁପ ଆଣିଥିଲେ । ପୂର୍ବରୁ ନୋରା ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ।

ଏହା ସହିତ ନୋରା ମଧ୍ୟ ଏହି ପ୍ରସଙ୍ଗରେ ଅନେକ ମିଡିଆ ହାଉସ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ । ନୋରା ଅଭିଯୋଗ କରିଛନ୍ତି ଯେ ଗ୍ୟାଙ୍ଗଷ୍ଟର ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କା ଲଣ୍ଡରିଂ ମାମଲାରେ ତାଙ୍କ ନାମ ଜବରଦସ୍ତ ବ୍ୟବହୃତ ହୋଇଛି । ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ସୁକେଶଙ୍କ ସହ ତାଙ୍କର କୌଣସୀ ସମ୍ପର୍କ ନଥିଲା । ସେ ସୁକେଶଙ୍କ ପତ୍ନୀ ଲୀନା ମାରିଆ ପାଲଙ୍କ ମାଧ୍ୟମରେ ସୁକେଶଙ୍କୁ ଜାଣିଥିଲେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ‘ତଥାପି’ ଚିତ୍ରକଳା ପ୍ରଦର୍ଶନୀ ଉଦ୍ଘାଟିତ