Masthead

ଜଙ୍ଗଲରେ ଅଙ୍ଗନୱାଡି ଘର

କଟକ, (ବଡ଼ ଖବର ବ୍ୟୁରୋ): କଟକ ଜିଲ୍ଲା ବଡ଼ମ୍ବା ବ୍ଲକ ଦିନିଆିରି ପଞ୍ଚାୟତ ବେଲପଡା ଗ୍ରାମରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣକୁ ନେଇ ଅସନ୍ତୋଷ । ଗାଁ ମଝିରେ ସରକାରୀ ଜମି ଥିଲେ ମଧ୍ୟ ସେଠାରେ ତିଆରି କରାଯାଉନାହିଁ । ଗାଁ ଠାରୁ ୧ କି.ମି ଦୂର ଜଙ୍ଗଲ ନିକଟରେ ଅଙ୍ଗନୱାଡ଼ି କେନ୍ଦ୍ରର ଗୃହ ନିର୍ମାଣ କରାଯାଉଛି । ଜଙ୍ଗଲକୁ ଲାଗି ନାଳ, ଶ୍ମଶାନ ରହିଛି । ଯାହାକୁ ବିରୋଧ କରୁଛନ୍ତି ଗ୍ରାମବାସୀ ।

ଗାଁଲୋକେ ଏନେଇ ତହସିଲଦାର, ବିଡ଼ିଓ, କଲେକ୍ଟରଙ୍କୁ ଲିଖିତ ଅଭିଯୋଗ କରିଥିଲେ । ତହସିଲଦାର କ୍ଷେତ୍ର ପରିଦର୍ଶନରେ ଯାଇ ସତ୍ୟାସତ୍ୟ ଅନୁଧ୍ୟାନ କରିଥିଲେ । ଉକ୍ତ ସ୍ଥାନଟି ଉପଯୁକ୍ତ ହୋଇନଥିବାରୁ ନିର୍ମାଣ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି । ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଯାଇଥିଲେ ସୁଦ୍ଧା ଫଳକରେ କିଛି ଲେଖା ହୋଇନାହିଁ । ଯାହାକୁ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ମଧ୍ୟ ବିରକ୍ତ ହୋଇଥିଲେ ତହସିଲଦାର ।
ସେପଟେ ନିର୍ମାଣ କାର୍ଯ୍ୟ ବନ୍ଦ ହେବାରୁ କିଛି ନେତା ଅଭିଯୋଗକାରୀଙ୍କ ନାମରେ ଥାନାରେ ମିଥ୍ୟା ମକଦ୍ଦମା ରୁଜୁ କରାଇଛନ୍ତି । । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଶତାଧିକ ପୁରୁଷ ଓ ମହିଳା । ବାରମ୍ବାର ଅଭିଯୋଗ ପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସ୍ୱଚ୍ଛ ପ୍ରଶାସନ ବ୍ୟବସ୍ଥା ଉପରେ ଉଠିଛି ପ୍ରଶ୍ନବାଚୀ । ନ୍ୟାୟ ପାଇଁ ଜନସାଧାରଣ ଖୁବଶୀଘ୍ର ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହେବେ ବୋଲି ସୂଚନା ଦେଇଛନ୍ତି ବେଲପଡା ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ