Masthead

ଏଗଜିଟ୍ ପୋଲ: ବିଜେପିକୁ ମିଳିବ ଅଧିକ ଆସନ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦେଶରେ ସମସ୍ତ ୭ଟି ପର୍ଯ୍ୟାୟ ଏବଂ ରାଜ୍ୟରେ ସମସ୍ତ ୪ଟି ପର୍ଯ୍ୟାୟରେ ଭୋଟ୍ ଗ୍ରହଣ ଶେଷ ହୋଇଥିବା ବେଳେ ଆସିବାରେ ଲାଗିଛି ଏଗଜିଟ୍ ପୋଲ୍। ଏଥିରେ ପ୍ରାୟ ସବୁ ସଂସ୍ଥା ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ସର୍ବାଧିକ ଆସନ ଜିତିବ ବୋଲି ପୂର୍ବାନୁମାନ କରିଛନ୍ତି। ଆସନ୍ତା ୪ ତାରିଖରେ ଭୋଟଗଣତି କରାଯାଇ ପ୍ରକୃତ ଫଳାଫଳ ପ୍ରକାଶ ପାଇବ। ତେବେ ଏକ୍‌ଜିଟ ପୋଲ୍‌ ପୂର୍ବାନୁମାନ ଅନେକ ସମୟରେ ଠିକ୍‌ ହୋଇ ନ ଥାଏ।

ତେବେ ଓଡ଼ିଶାର ୨୧ ଲୋକ ସଭା ଆସନକୁ ନେଇ ହୋଇଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ଆସିଛି। ସମସ୍ତ ରିପୋର୍ଟରେ ବିଜେପିକୁ ଅଧିକ ଲୋକ ସଭା ସିଟ୍‌ ମିଳିବା ନେଇ ପୂର୍ବାନୁମାନ କରାଯାଇଛି। ଚଳିତ ନିର୍ବାଚନରେ ରାଜ୍ୟରେ ବିଜେପିକୁ ୨୧ ଲୋକ ସଭା ସିଟ୍‌ରୁ ୧୫ କିମ୍ବା ଏହାଠାରୁ ଅଧିକ ଆସନ ମିଳିବ ବୋଲି କେତେକ ସଂସ୍ଥାର ଏକ୍‌ଜିଟ ପୋଲ ତଥ୍ୟରୁ ଜଣାପଡ଼ିଛି। ଇଣ୍ଡିଆ ଟିଭିର ଏକ୍‌ଜିଟ ପୋଲ୍‌ ତଥ୍ୟ କହୁଛି ବିଜେପି ୧୫ରୁ ୧୭ ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡିକୁ ମିଳିବ ମାତ୍ର ୪ରୁ ୬ଟି ସିଟ୍‌। ସେହିପରି କଂଗ୍ରେସକୁ ୦-୧ ଆସନ ମିଳିବା ନେଇ ଅନୁମାନ କରାଯାଇଛି। ଚାଣକ୍ୟ ପକ୍ଷରୁ କରାଯାଇଥିବା ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁଯାୟୀ, ରାଜ୍ୟରେ ବିଜେପି ୧୬ଟି ଲୋକ ସଭା ଆସନରେ ବିଜୟୀ ହେବ।

ବିଜେଡିକୁ ୪ଟି ଆସନ ଓ କଂଗ୍ରେସକୁ ଏଥର ମଧ୍ୟ ଗୋଟିଏ ଆସନ ମିଳିବ। ଇଣ୍ଡିଆ ନ୍ୟୁଜ୍‌’ର ଏକ୍‌ଜିଟ ପୋଲ୍‌ ଅନୁଯାୟୀ ରାଜ୍ୟରେ ୨୧ଟି ଲୋକ ସଭା ଆସନରୁ ୧୩ଟିରେ ବିଜେପି ଓ ବିଜେଡିକୁ ୮ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନରେ ବି ଜିତିପାରିବ ନାହିଁ। ‘ଜନ୍‌ କି ବାତ୍‌’ର ଏକ୍‌ଜିଟ ପୋଲ୍‌ ତଥ୍ୟ କହୁଛି ବିଜେପ ରାଜ୍ୟରେ ୧୫-୧୮ଟି ଲୋକ ସଭା ଆସନ ହାତେଇବାରେ ସଫଳ ହୋଇପାରେ। ବିଜେଡିକୁ ୩ରୁ ୭ଟି ଆସନ ମିଳିବା ସମ୍ଭାବନା ରହିଛି। ୨୦୧୯ରେ ଗୋଟିଏ ଆସନ ଜିତିଥିବା କଂଗ୍ରେସର ହାତ ଖାଲି ରହିପାରେ ବୋଲି ଆକଳନ କରାଯାଇଛି। ରିପବ୍ଲିକ ମାଟ୍ରିଜ୍‌ର ଏକ୍‌ଜିଟ ପୋଲ୍‌ ରିପୋର୍ଟରେ ଟିକେ ଅଲଗା ତଥ୍ୟ ରହିଛି। ଏହାର ଆକଳନ କହୁଛି ବିଜେପି ୯ରୁ ୧୨ଟି ଆସନ ଜିତିବ।

ବିଜେଡି ହାତକୁ ୭ରୁ ୧୦ଟି ସିଟ୍‌ ଯିବ। କଂଗ୍ରେସ ଗୋଟିଏ ଆସନ ଜିତିପାରେ। ସେହିପରି ଏନ୍‌ଟିଭିରେ ପ୍ରସାରିତ ଏକ୍‌ଜିଟ୍‌ ପୋଲ୍‌ ରିପୋର୍ଟ ଅନୁଯାୟୀ, ଓଡ଼ିଶାରେ ବିଜେପି ୧୫ ଲୋକ ସଭା ଆସନରେ ବିଜୟୀ ହେବାକୁ ଥିବାବେଳେ ବିଜେଡି ୩ରୁ ୮ଟି ଆସନ ହାସଲ କରିପାରେ। କଂଗ୍ରେସକୁ ନିରାଶ ହେବାକୁ ପଡ଼ିପାରେ। ସେହିପରି ଆଜତକ୍‌ ଏକ୍‌ଜିଟ ପୋଲ୍‌ ସର୍ଭେ କହୁଛି ବିଜେପି ୨୧ ଆସନରୁ ୧୮ରୁ ୨୦ରେ ବିଜୟୀ ହେବ। ବିଜେଡି ୦-୨ ଓ କଂଗ୍ରେସ ଗୋଟିଏ ସିଟ୍‌ ନେଇପାରେ। ଇଣ୍ଡିଆ ନ୍ୟୁଜ୍‌ ଏକ୍‌ଜିଟ ପୋଲ୍‌ ରିପୋର୍ଟ ଅନୁଯାୟୀ ବିଜେପିକୁ ୧୩, ବିଜେଡିକୁ ୮ ଲୋକ ସଭା ସିଟ୍‌ ମିଳିବ। କଂଗ୍ରେସ ଖାତା ଖୋଲିପାରିବ ନାହିଁ। ସି-ଭୋଟରର ସର୍ଭେ ଅନୁସାରେ ବିଜେପି ୧୭ରୁ ୧୯ଟି ଆସନ ଜିତିବ। ବିଜେଡିକୁ ମାତ୍ର ୧ରୁ ୩ଟି ଆସନ ମିଳିବ। କଂଗ୍ରେସ ଗୋଟିଏ ଆସନ ପାଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ଏସସିବି ଟ୍ରମା କେୟାରରେ ଅଗ୍ନିକାଣ୍ଡ, ୧୦ ମୃତ 🔴 ପାରାଦୀପ ଛାଡିଲେ ବିଜେପି ବିଧାୟକ 🔴 ଆଜିଠୁ ରାଜ୍ୟରେ କାଳବୈଶାଖୀ ବର୍ଷା ! 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା