Masthead

ଅନଲାଇନ ଗେମ ନେଲା ଜୀବନ

ସୋର(ବଡ଼ ଖବର ବ୍ୟୁରୋ): ଏବେ ଅନଲାଇନ ଗେମର ଚାହିଦା ବହୁତ ଅଧିକ । ସମସ୍ତେ ଘରେ ବସି ବିଭିନ୍ନ ପ୍ରକାରର ଅନଲାଇନ ଗେମ ଗୁଡିକ ଖେଳିବାକୁ ପସନ୍ଦ କରୁଛନ୍ତି । ଏପରିକି ଗେମ୍ ଖେଳିବା ପାଇଁ ଲକ୍ଷ ଲକ୍ଷ ଟଙ୍କାକୁ ମଧ୍ୟ ବାଜିରେ ଲଗାଉଛନ୍ତି । ସେହିପରି ସୋର ଥାନା ଅନ୍ତର୍ଗତ ଗୁଡ ପଞ୍ଚାୟତର ଉଦୟ କୁମାର ବେହେରା ଏହି ଅନଲାଇନ ଗେମ୍ ର ଶିକାର ହୋଇଛନ୍ତି ।

ଅନଲାଇନରେ ଗେମ୍ ଖେଳି ଳକ୍ଷାଧିକ ଟଙ୍କା ହରାଇବାରୁ ମାନସିକ ଭାରସାମ୍ୟ ହରାଇ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି । ସେ ବାସୁଦେବପୁର ଏ ବି କଲେଜରେ ସ୍ନାତକର ଦ୍ୱିତୀୟ ବର୍ଷରେ ପଢୁଥିଲେ । ସେଠାରେ ହଷ୍ଟେଲରେ ରହୁଥିବା ବେଳେ ଗତ ଦୁଇଦିନ ତଳେ ଘରକୁ ଆସିଥିଲେ। ଘରେ ରହିବା ବେଳେ ସେ ଅନଲାଇନ ଗେମ ଖେଳନ୍ତି ଯାହାକୁ ନେଇ ତାଙ୍କ ମା ତାଙ୍କୁ ଅନେକ ବାର ବାରଣ କରିଥିଲେ।

ଉଦୟ ଗେମ ଖେଳିବା ସମୟରେ ଲକ୍ଷାଧିକ ଟଙ୍କା ହରାଇଥିବାରୁ ଅନେକ ସମୟରେ ମାନସିକ ଚାପରେ ରହୁଥିଲେ। ଗତକାଲି ରାତିରେ ଖାଇପିଇ ଶୋଇବାକୁ ଯାଇଥିବା ବେଳେ ଆଜି ସକାଳେ ତାଙ୍କ ମା ତାଙ୍କୁ ଉଦୟଙ୍କ ଶୋଇବା ଘର ଫ୍ୟାନରେ ବେକରେ ଗାମୁଛା ଲଗାଇ ଝୁଲୁଥିବାର ଦେଖିଥିଲେ। ପରେ ଗ୍ରାମବାସୀ ଓ ସମ୍ପର୍କୀୟମାନେ ତାଙ୍କୁ ଉଦ୍ଧାର କରି ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ସୋର ପୁଲିସ ଡ଼ାକ୍ତରଖାନାରେ ପହଂଚି ଶବ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ପ୍ରକାଶ ଥାଉକି ଅନେକ ଅଭିନେତା ମାନେ ଅନଲାଇନ ଗେମ ଖେଳିବା ପାଇଁ ବିଭିନ୍ନ ବିଜ୍ଞାପନ ମାଧ୍ୟମରେ ଟଙ୍କା ରୋଜଗାର ପାଇଁ ଅଭିନୟ କରୁଥିବା ବେଳେ ଏହାର ପ୍ରଭାବରେ ଯୁବପିଢି ଆସି ଏହି ଭଳି ଭାବେ ଅର୍ଥ ହରାଇବା ସହିତ ମାନସିକ ଚାପରେ ପଡି ଜୀବନ ହାରୁଛନ୍ତି।

ଏହି ଗ୍ରାମ ସମେତ ଅନେକ ଗ୍ରାମର ପିଲାମାନେ ଏହି ଅନଲାଇନ ଗେମ ଖେଳି ଅର୍ଥ ହରାଇବା ସହିତ ଘର ଛାଡ଼ି ବିଦେଶ ଯାଉଥିବା ଅଭିଯୋଗ ହେଉଛି। ସରକାର ଏଥିପ୍ରତି ଦୃଷ୍ଟି ଦେବା ସହିତ ସଚେତନ କରିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ