Masthead

ରଖେ ହରି ତ ମାରେ କିଏ, ମୃତ୍ୟୁ ମୁଖରୁ ବର୍ତ୍ତିଲେ ଦୁଇ ମହିଳା

ବଡ଼ବିଲ (ବଡ଼ ଖବର ବ୍ୟୁରୋ): ରଖେ ହରି, ତ ମାରେ କିଏ ? ଯଦି ଭଗବାନ ପ୍ରାଣୀକୁ ରକ୍ଷା କରିବାକୁ ଚାହିଁବେ, ତେବେ କୌଣସି ଶକ୍ତି ସେହି ପ୍ରାଣୀର ଜୀବନ ନେଇପାରିବ ନାହିଁ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେନ୍ଦୁଝରରେ । ସଡ଼କ ଦୁର୍ଘଟଣାରୁ ମୃତ୍ୟୁ ମୁଖରୁ ବର୍ତ୍ତିଗଲେ ଦୁଇ ମହିଳା ଶ୍ରମିକ । କେନ୍ଦୁଝର ଜିଲ୍ଲା ବଡ଼ବିଲ ସହର ଟ୍ରକ୍ ମାଲିକ ସଂଘ କାର୍ଯ୍ୟାଳୟ ନିକଟରେ ଗୁରୁବାର ହୋଇଛି ଏପରି ଅଘଟଣ । ଏହି ଘଟଣାର ଆଶ୍ଚର୍ୟ୍ୟଜନକ ଭିଡିଓ ଏବେ ସାମ୍ନାକୁ ଆସିଛି । ଯାହା ଆଖିକୁ ବିଶ୍ୱାସ ନ ହେଲେ ମଧ୍ୟ ସତ। ମାତ୍ର କେଇ ସେକେଣ୍ଡ ମଧ୍ୟରେ ସିଧାସଳଖ ମୃତ୍ୟୁ ମୁଖରୁ ଦୁଇ ଜଣ ମହିଳା କିପରି ବଞ୍ଚିଯାଉଛନ୍ତି ।

ଦୁଇଜଣ ମହିଳା ଶ୍ରମିକ ଏହି ରାସ୍ତା ଅତିକ୍ରମ କରୁଛନ୍ତି । କିଛି ସମୟ ପରେ ଉଭୟ ରାସ୍ତା କଡ଼ରେ ଛିଡ଼ା ହୋଇଥିଲେ । ହଠାତ୍ ରାସ୍ତାରେ ଯାଉଥିବା ଏକ ହାଇୱା ଟ୍ରକ୍ ଦୃତ ଗତିରେ ତାଙ୍କ ଉପରକୁ ମାଡ଼ି ଆସିଲା । କେହି କିଛି ବୁଝିବା ପୂର୍ବରୁ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା । ଏଥିରେ ଜଣେ ମହିଳା ବାମ ପଟକୁ ଛିଟିକି ପଡ଼ିଥିବା ବେଳେ, ଅନ୍ୟ ମହିଳା ଜଣକ ଗାଡ଼ିର ଠିକ୍ ମଝିରେ ପଡ଼ିଯାଥିଲେ । ଗାଡ଼ିଟି ଚାଲିଗଲା ପରେ ଉଭୟ କିପରି ରାସ୍ତାରୁ ଉଠୁଛନ୍ତି । ସୌଭାଗ୍ୟ ବଶତଃ ଏଭଳି ଭୟଙ୍କର ଦୁର୍ଘଟଣାରୁ ଉଭୟ ମୃତ୍ୟୁ ମୁଖରୁ ବଞ୍ଚିଯିବା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରିଛି। ଯାହାକୁ ଭଗବାନଙ୍କ ଆଶୀର୍ବାଦ କହିଲେ ଭୂଲ୍ ହେବାନାହିଁ । ଏହି ଦୁଇ ମହିଳା ଶ୍ରମିକ ପାଖରେ ଥିବା ଏକ ‘ଶୋ’ ରୁମରେ ଝାଡୁ ପୋଛା କାମକରନ୍ତି । ଏମାନେ ହେଲେ, ଠାକୁରାଣୀ ଅଞ୍ଚଳର ଫୁଲମତି କେରକେଟା ଓ ଦାମୁ ହଟିଂ ର ମମତା ପାତ୍ର । ଫୁଲମତିଙ୍କ ଅଣ୍ଟା ପିଠି ଓ ପଞ୍ଜରାରେ ମାଡ଼ ହୋଇଥିଲା ବେଳେ, ମମତା ମଧ୍ୟ ଆହତ ହୋଇଛନ୍ତି । ଘଟଣାରେ ପୋଲିସ୍ ନିଜ ଆଡ଼ୁ ମାମଲା ରୁଜୁ କରି ତଦନ୍ତ କରୁଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ