Before Header

ଆଜିଠୁ ପ୍ରଚଣ୍ଡ ତାତି !

0 842

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟକୁ ପୁଣି ଫେରୁଛି ଗରମ । ଆଜିଠୁ ତାପମାତ୍ର ୬ରୁ ୮ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ହୋଇପାରେ । ଆଜି ଓ ଆସନ୍ତାକାଲି ଉଷ୍ମ ଓ ଆଦ୍ର ପାଗ ରହିବ । ୧୫ ତାରିଖରୁ ବିଭିନ୍ନ ସ୍ଥାନରେ ତାତି ୪୦ ଡିଗ୍ରୀ ଡେଇଁପାରେ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । କିନ୍ତୁ ଆଜିଠାରୁ ପାରଦ ବଢ଼ିବା ସହ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିବ । ଏପ୍ରିଲ୍‌ ଆରମ୍ଭ ଡହ ଡହ ଖରା ଦେଖିବାକୁ ମିଳିଥିଲା । ଓଡ଼ିଶାର ପ୍ରାୟ ସବୁଠି ଅସହ୍ୟ ହୋଇଥିଲା ତାତି । ଏମିତି କି ରାଜଧାନୀରେ ଏପ୍ରିଲ୍‌ ଆରମ୍ଭରେ ୪୩ ଡିଗ୍ରୀ ଡେଇଁଥିଲା ତାପମାତ୍ରା । ସେପଟେ ୧୭ ତାରିଖ ସୁଧା ସ୍ଥିତି ଅସମ୍ଭାଳ ହୋଇପାରେ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

Leave A Reply

Your email address will not be published.