Masthead

ବାଘେଲ ଖୋଲିଲେ ଓଡ଼ିଶା ଗଞ୍ଜେଇର ଗୁମର

ଭୁବନେଶ୍ଵର(ବଡ଼ ଖବର ବ୍ୟୁରୋ): ବାଘେଲ ଖୋଲିଲେ ଓଡ଼ିଶା ଗଞ୍ଜେଇର ଗୁମର। ଛତିଶଗଡ ଯଶପୁର ଦୁର୍ଘଟଣା ପାଇଁ ଓଡ଼ିଶା ଉପରେ ଦୋଷ ଲଦିଲେ ଛତିଶଗଡ଼ ସରକାର। ଦୁର୍ଗା ମୂର୍ତ୍ତି ଭସାଣୀବେଳେ କାର ମାଡିଯିବା ଘଟଣାର ପ୍ରତିକ୍ରୀୟା ରଖି ସାଂଘାତିକ ଅଭିଯୋଗ ଆଣିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। ଶନିବାର କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରୁ ଫେରିବା ପରେ ଉଭୟ  ମଧ୍ୟପ୍ରଦେଶ ଓ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଛନ୍ତି। ଉଭୟ ରାଜ୍ୟ ଗଞ୍ଜେଇ ଚୋରା ଚାଲାଣ ରୋକିବା ଉପରେ ସେ ଗୁରୁତ୍ଵ ଦେଇଛନ୍ତି। ଓଡ଼ିଶାରୁ ଗଞ୍ଜେଇ ଭର୍ତ୍ତି କାର ମଧ୍ୟପ୍ରଦେଶ ଯାଉଥିଲା। ନିଶାଶକ୍ତ ଯୁବକ ଦୁର୍ଗା ମୂର୍ତ୍ତି ଭସାଣି ଶୋଭାଯାତ୍ରାରେ ମାଡ଼ି ଯାଇଥିଲା। ଫଳରେ ୪ ଜଣଙ୍କର ଜୀବନ ଯିବା ସହ ୧୬ ଜଣ ଆହତ ହୋଇଛନ୍ତି।

ରାୟପୁର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ବାଘେଲ ଗଣମାଧ୍ୟମକୁ କହିଛନ୍ତି ଦୁର୍ଘଟଣା ଘଟାଇଥିବା ଗାଡ଼ି ମଧ୍ୟପ୍ରଦେଶର ।  ଗଞ୍ଜେଇ ଚୋରା ଚାଲାଣକାରୀମାନେ ଓଡ଼ିଶାରୁ ଗଞ୍ଜେଇ ନେଇଥାନ୍ତି। ସାଧାରଣତ ଗଞ୍ଜେଇ ଚୋରା ଚାଲାଣକାରୀ ଓଡିଶାରୁ ଆସିଥାନ୍ତି, ଏଥିପାଇଁ ଓଡିଶା ସରକାର କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍।  ସେ ଆହୁରି ମଧ୍ୟ କହିଛନ୍ତି କାରରେ ଥିବା ଲୋକମାନେ ମଧ୍ୟପ୍ରଦେଶର। ତେଣୁ ମଧ୍ୟପ୍ରଦେଶର ବିଜେପି ସରକାର ଏହି ଦିଗ ଉପରେ ବିଚାର କରିବା ଉଚିତ୍।

ବାଘେଲ ଏହି ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କହିବା ସହିତ  ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।   ପାଥଲଗାଓଁ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥି ପାଇଁ ଜଣେ ସବ୍-ଇନ୍ସପେକ୍ଟରଙ୍କୁ  ମଧ୍ୟ ନିଲମ୍ବିତ କରାଯାଇଛି । ତଦନ୍ତ ଚାଲିଛି ଦୋଷୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି