Masthead

ଟିକେଟ କଟାକୁ ନେଇ ଭୋ ଭୋ ହୋଇ କାନ୍ଦିଲେ ବିଜେପି ବିଧାୟକ

ମଧ୍ୟପ୍ରଦେଶ (ବଡ଼ ଖବର ବ୍ୟୁରୋ): ଟିକେଟ ବଣ୍ଟନ ପରେ ମଧ୍ୟପ୍ରଦେଶର ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଉତ୍ତେଜନା ଦେଖାଦେଇଛି। ଭାରତୀୟ ଜନତା ପାର୍ଟି ଛତ୍ରପୁର ଜିଲାର ଚାନ୍ଦ ଆସନରୁ ବିଧାୟକ ରାଜେଶ ପ୍ରଜାପତିଙ୍କ ଟିକେଟ ରଦ୍ଦ କରିଛି। ବିଧାୟକ ପ୍ରଜାପତି ତାଙ୍କ ସମର୍ଥକ ଏବଂ ବିଜେପି ନେତାଙ୍କ ସହ ଏକ ବୈଠକ କରିଥିଲେ। ଆଲାମ ଦେବୀ ମନ୍ଦିରରେ ଏହି ସଭା ଡକାଯାଇଥିଲା। ଯେଉଁଠାରେ ପୂର୍ବତନ ଚାନ୍ଦଲା ବିଧାୟକ ବିଜୟ ବାହାଦୂର ସିଂ ମଧ୍ୟ ଉପସ୍ଥିତ ଥିଲେ। ଏହି ବୈଠକରେ ସମର୍ଥକମାନେ ବିଧାୟକଙ୍କ ଟିକେଟ କାଟିବା ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଟିକେଟ କଟାକୁ ନେଇ ପ୍ରଜାପତି ନିଜ ଦଳର ରାଜ୍ୟ ସଭାପତି ଭି.ଡି ଶର୍ମାଙ୍କ ବିରୋଧ ଅଭିଯୋଗ ଆଣିଛନ୍ତି। ଟଙ୍କା ନେଇ ଶର୍ମା ଟିକେଟ ଦେଇଥିବା ସେ ଅଭିଯୋଗ କରିଛନ୍ତି। କେବଳ ଏତିକି ନୁହେଁ, ରାଜେଶ ପ୍ରଜାପତି କହିଛନ୍ତି ଯେଉଁ ନେତାଙ୍କୁ ଟିକେଟ ଦିଆଯାଇଛି ସେ ଜଣେ ଅପରାଧୀ ଏବଂ ଜୁଆ ଖେଳକୁ ପ୍ରୋତ୍ସାହିତ କରନ୍ତି। ଅନ୍ୟ ବେଆଇନ କାମ ମଧ୍ୟ କରନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ବିଧାନସଭା ଟିକେଟ ଦିଆଯାଇଛି। ଏପରି ନେତାଙ୍କ ପାଇଁ କିଏ ଠିଆ ହେବ? ସର୍ଭେରେ ମୋର ନାମ ମଧ୍ୟ ଥିଲା, ତେବେ ଟିକେଟ କିପରି କଟାଗଲା? ଏହା କହିବା କହିତ ରାଜେଶ ପ୍ରଜାପତି ମିଡିଆ କ୍ୟାମେରା ଆଗରେ ଭୋ ଭୋ ହୋଇ କାନ୍ଦିବାକୁ ଲାଗିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ସୌମ୍ୟ ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ 🔴 ପୂର୍ବଶତ୍ରୁତାକୁ କେନ୍ଦ୍ରକରି ବାପ-ପୁଅଙ୍କୁ ଆକ୍ରମଣ 🔴 ଶପଥ ପରେ ଆକ୍ସନ୍ ମୋଡ୍‌ରେ ବିଜୟ 🔴 ହିଜବୁଲ୍ଲାର ୫୮ ଠିକଣାକୁ ଟାର୍ଗେଟ୍ 🔴 ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! 🔴 ଶପଥ ନେଲେ ଶୁଭେନ୍ଦୁ ଅଧିକାରୀ 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ