Masthead

ମମତାଙ୍କୁ ଚେକ୍, ରାଲି ନୁହେଁ ଘରକୁ ଘର ବୁଲୁଛି ବିଜେପି

କୋଲକାତା(ବଡ଼ ଖବର ବ୍ୟୁରୋ):  ପାଖେଇ ଆସୁଛି ପଶ୍ଚିମବଙ୍ଗ ଉପନିର୍ବାଚନ ତାରିଖ । ତା ପୂର୍ବରୁ ରାଜନୀତିକ ବାତାବରଣ ସରଗରମ ହୋଇ ଉଠିଛି । ତେବେ ଏ ନେଇ ରାଜନୀତିକ ନେତାମାନଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଆରମ୍ଭ ହୋଇଛି । ଏବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରୋଇ ଆସନ ଭବାନୀପୁରରେ ମଧ୍ୟ ବିଜେପି ମମତାଙ୍କୁ ମାତ୍ ଦେବାକୁ ଅଣ୍ଟା ଭିଡିଛି । ଏଥିପାଇଁ ବିଜେପି ତାର ନିର୍ବାଚନ ଷ୍ଟ୍ରାଟେଜି ବଦଳାଇଛି । ତେବେ ପୂର୍ବରୁ ପଶ୍ଚିମବଙ୍ଗରେ ନିର୍ବାଚନ ପରେ ଯେଉଁ ହିଂସା ଘଟିଥିଲା ସେ ନେଇ ନିଜ ରଣନୀତି ବଦଳାଇଦେଇଛି ବିଜେପି । ତେବେ ରାଲି ପରିବର୍ତ୍ତେ ଘରକୁ ଘର ବୁଲି ଦଳୀୟ ପ୍ରାର୍ଥୀ ପ୍ରିୟଙ୍କା ଟିବରେଓ୍ବାଲ ଭୋଟ ଯୋଗାଡ କରିବେ ବୋଲି ବିଜେପି ନିଷ୍ପତି ନେଇଛି।

ଆଗକୁ ହେବାକୁ ଥିବା ଉପନିର୍ବାଚନ ପ୍ରଚାରରେ ଦଳ ନୀରବ ନୀତି ଗ୍ରହଣ କରିଛି । ପୂର୍ବ ନିର୍ବାଚନରେ ଆମେ ଗଣମାଧ୍ୟମ ସହ ପ୍ରଚାର କରୁଥିଲୁ, ଏହା ପରେ ଟିଏମସି ସେଠାରେ ପହଞ୍ଚି ଲୋକଙ୍କୁ ଧମକ ଦେଉଥିଲେ । ସେଥିପାଇଁ ଆମେ ରଣନୀତି ଅନୁଯାଇ କାର୍ଯ୍ୟ କରୁଛୁ । ପଶ୍ଚମବଙ୍ଗ ବିଧାନସଭା ନିର୍ବାଚନ ପରେ ଜଣେ ହିନ୍ଦୁ କହୁଥିବା ଓ ଅଣ ବଙ୍ଗାଳୀଙ୍କୁ ଟାର୍ଗେଟ କରାଯାଇଥିଲା । ସେମାନଙ୍କୁ ଧମକାଇବା ସହ ତାଙ୍କର ଗାଡି ଓ ଘର ଭାଙ୍ଗିଦିଆଯାଇଥିଲା । ଫଳରେ ସେମାନେ ଭୟଭୀତ ହୋଇଯାଇଥିଲେ । ଏଥିପାଇଁ ଆମେ ନୂଆ ରଣନୀତି ଆପଣାଇଛୁ ବୋଲି ରାଜ୍ୟ ବିଜେପି ସଭାପତି ଦିଲୀପ ଘୋଷ କହିଛନ୍ତି । ସୂଚନା ଅନୁସାରେ ଆସନ୍ତା ୩୦ତାରିଖରେ ଭବାନୀପୁରରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ । ଅକ୍ଟୋବର ୩ ତାରିଖରେ ଗଣତି ହେବ । ତେବେ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ଏବେ ଟିଏମସି ଆତଙ୍କ ସୃଷ୍ଟି କରୁଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର