Masthead

ବଢ଼ୁଛି ବୈଜୟନ୍ତଙ୍କ ବିବାଦ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡାଙ୍କ ଟ୍ୱିଟକୁ ନେଇ ଦୁଇଦିନ ହେବ ଲାଗି ରହିଛି ବିବାଦ । ଶାସକ ଦଳର ନେତାମାନେ ବୈଜୟନ୍ତଙ୍କ ଟ୍ୱିଟର କଡ଼ା ଜବାବ ଦେଇଥିବା ବେଳେ ଏବେ ଜନସାଧାରଣଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଓଡ଼ିଶା ଷ୍ଟୁଡେଣ୍ଟ ଆଣ୍ଡ ୟୁଥ୍ ଫୋରମ ପକ୍ଷରୁ ବୈଜୟନ୍ତଙ୍କ ବିପକ୍ଷରେ ବିକ୍ଷୋଭ କରାଯାଇଛି । ସୋମବାର ମାଷ୍ଟର କ୍ୟାଷ୍ଟିନ ନିକଟରେ ବୈଜୟନ୍ତଙ୍କ କୁଶପୁତ୍ତଳିକା ଦାହ କରାଯାଇଛି । ବୈଜୟନ୍ତ ଓଡ଼ିଶାକୁ ଦେଶର ଚିରଶତ୍ରୃ ପାକିସ୍ତାନ ସହ ତୁଳନା କରିଥିବାରୁ ଫୋରମ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଜୟ ପଣ୍ଡା ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ମଧ୍ୟ ଫୋରମ ପକ୍ଷରୁ ଦାବି କରାଯାଇଛି ।

ସେପଟେ ସମ୍ବଲପୁର ସହରରେ ମଧ୍ୟ ବୈଜୟନ୍ତ ପଣ୍ଡାଙ୍କ ବିବାଦୀୟ ଟ୍ୱିଟକୁ ନେଇ ଅସନ୍ତୋଷ ଦେଖାଦେଇଛି । ସ୍ୱାଭିମାନ ଓଡ଼ିଶା ସମ୍ବଲପୁର ଶାଖା ପକ୍ଷରୁ ବୈଜୟନ୍ତ ପଣ୍ଡାଙ୍କ କୁଶପୁତ୍ତଳିକା ଦାହ କରାଯାଇଛି ।

ଗୋଲବଜାର ଛକଠାରେ ସ୍ୱାଭିମାନ ଓଡ଼ିଶା ସମ୍ବଲପୁର ଶାଖାର ସଭ୍ୟମାନେ ବିକ୍ଷୋଭ କରିବା ସହ କୁଶପୁତ୍ତଳିକା ଦାହ କରିଛନ୍ତି । ବୈଜୟନ୍ତ କ୍ଷମା ନମାଗିବା ପର୍ଯ୍ୟନ୍ତ ଏଭଳି ବିକ୍ଷୋଭ ଚାଲୁ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ