Masthead

ଗାଉଁଲି ଡାକ୍ତରଙ୍କ ଭୁଲ୍ ଚିକିତ୍ସାରେ ମହିଳା ଗୁରୁତର

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକରେ କ୍ଵାକଙ୍କ ପ୍ରାଦୁର୍ଭାବ । ଭୁଲ ଇଞ୍ଜେକସନ ନେଇ ଗୁରୁତର ହେଲେ ମହିଳା । ଠାକୁରମୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଛନ୍ତି ମହିଳା । ଏଭଳି ଘଟଣା ଘଟିଛି ଠାକୁରମୁଣ୍ଡା ଥାନା ସାଲେଇଵେଡା ଗ୍ରାମପଞ୍ଚାୟତ ରାଣିଭୋଳ ଗ୍ରାମରେ। ସୁଦୁର ପଶ୍ଚିମ ବଙ୍ଗ ରାଜ୍ୟର ନଦିଆ ଜିଲ୍ଲାର ପାରିତୋଷ ସରକାର କେନ୍ଦୁଜିଆଣି ଶିବ ମନ୍ଦିର ନିକଟରେ ରୋଗୀ ଚିକିତ୍ସା କେନ୍ଦ୍ର କରିଛନ୍ତି। ସୋମବାର ଦିନ ୧ ଟା ସମୟରେ ରାଣୀଭୋଳ ଗ୍ରାମର ମୁତୁଲୁ ହୋଙ୍କ ସ୍ତ୍ରୀ ନୁନି ହୋଙ୍କ ପେଟଵଥା ହେବାରୁ ବଙ୍ଗାଳୀ ଡାକ୍ତରଙ୍କୁ ଦେଖାଇଥିଲେ ।

ପାରିତୋଷ ସରକାର ଏକ ଇଂଜେକସନ ଦେବାରୁ ମହିଳାଙ୍କ ଦେହ କୁଣ୍ଡାଇ ହେବା ସହ ମହିଳା ସଂଜ୍ଞା ହୀନ ହୋଇ ପଡ଼ିଥିଲେ। ସଙ୍ଗେ ସଙ୍ଗେ ଏକ ଭଡ଼ା ଗାଡ଼ି କରି ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟକୁ ନେଇଥିଲେ ସ୍ୱାମୀ । ଠାକୁରମୁଣ୍ଡା ଡାକ୍ତରଖାନାରେ ଦୁଇ ଘଣ୍ଟା ଚିକିତ୍ସା ପରେ ମହିଳାଙ୍କ ଚେତା ଫେରିଥିଲା। ଠାକୁରମୁଣ୍ଡାରୁ ମହିଳାଙ୍କୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଅଧିକ ଚିକିତ୍ସା ନିମନ୍ତେ ନେବାକୁ ଡାକ୍ତର ପରାମର୍ଶ ଦେଇଥିଲେ ।

ମାତ୍ର ଅଧିକ ଅର୍ଥ ଖର୍ଚ୍ଚ ଭୟରେ କରଞ୍ଜିଆ ଯିବାକୁ ରାଜି ନହେବାରୁ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମହିଳାଙ୍କ ଚିକିତ୍ସା ଚାଲିଲା। ଠାକୁରମୁଣ୍ଡା ଥାନା ଅଧିକାରୀଣୀ ସାବିତ୍ରୀ ଦଳେଇ ଘଟଣାସ୍ଥଳରେ ପହଞ୍ଚି ବଙ୍ଗାଳୀ ଡାକ୍ତର ପାରିତୋଷ ସରକାରଙ୍କୁ ଅଟକ ରଖି ପଚରା ଉଚରା କରୁଛନ୍ତି । ସଚେତନତା ଅଭାବରୁ ଲୋକେ କ୍ଵାକଙ୍କ ପାଖରେ ଚିକିତ୍ସା ହୋଇ ଗୁରୁତର ହେଲେ ଡାକ୍ତରଖାନା ଆସୁଥିବା ଦେଖାଯାଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା