Masthead

କାହା ମୁଣ୍ଡରେ ହାତୀ ଢାଳିବ ସୁନା କଳସ

ଭୁବନେଶ୍ୱର(ବଡ଼ ଖବ ବ୍ୟୁରୋ): ସଦ୍ୟ ସମାପ୍ତ ହୋଇଥିବା ଦୁଇଟି ବିଧାନସଭା ଆସନର ଉପନିର୍ବାଚନ ଭୋଟ ଗଣତି ଆଜି ସକାଳୁ ଆରମ୍ଭ ହୋଇଛି । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଥିଲା । ସକାଳୁ ଉଭିଏମ୍ ଖୋଲାଯାଇ ଭୋଟ୍ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । କାହା ମୁଣ୍ଡରେ ହାତୀ ସୁନା କଳସି ଢାଳୁଛି ଆଉ ଅଳ୍ପ ସମୟ ମଧ୍ୟରେ ଜଣାପଡିବ । ଓଡ଼ିଶାର ଦୁଇ ବିଧାନସଭା ଉପ ନିର୍ବାଚନ ପାଇଁ ବାଲେଶ୍ୱର ଓ ତର୍ତ୍ତୋଲ ଆସନରେ ନଭେମ୍ବର ୩ରେ ହୋଇଥିଲା ଭୋଟ ଗ୍ରହଣ । ଆଜି ସକାଳ ୮ଟାରୁ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମେ ପୋଷ୍ଟାଲ ବ୍ୟାଲେଟ ଗଣତି ହୋଇଥିଲା । ଭୋଟ ଗଣତି କେନ୍ଦ୍ରରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କୋଭିଡ ନିୟମ ଅନୁସାରେ ଚାଲିଛି ଭୋଟ ଗଣତି । ପ୍ରତି ରାଉଣ୍ଡ ଗଣତି ଶେଷ ହେବା ପରେ ଭୋଟ ଫଳାଫଳ ଘୋଷଣା କରାଯିବ । ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଓ ଜଗତସିଂହପୁର ଏସଭିଏମ କଲେଜରେ ଭୋଟ ଗଣତି ଚାଲିଛି ।

ପରିଚୟପତ୍ର ବିନା ଗଣତି କେନ୍ଦ୍ରକୁ କାହାରିକୁ ଚଢାଯାଇ ନାହିଁ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେବାପାଇଁ ସୂଚନା କେନ୍ଦ୍ର ରହିଛି । ଫଳାଫଳ ଜଣିବା ପାଇଁ କ୍ୟାମେରା ଓ ଟିଭିର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଉ କିଛି ଘଣ୍ଟାର ଅପେକ୍ଷା ପରେ ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା