Masthead

ଅରୁଣ ସାହୁଙ୍କ ବହିଷ୍କାର ଓ ଗିରଫ ଦାବି କଲା ବିଜେପି

ଜୟପୁର(ବଡ଼ ଖବର ବ୍ୟୁରୋ): ନୟାଗଡର ଶିଶୁ ପରୀ ହତ୍ୟା ମାମଲା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ଏହାକୁ ନେଇ ବିଧାନସଭାରେ ଶୀତ ଅଧିବେଶନ ନ ସରୁଣୁ ବିଧାନ ସଭା ବନ୍ଦ ହୋଇଗଲା। କୋରାପୁଟ ଜିଲ୍ଲା ବିଜେପି ତରଫରୁ ଜୟପୁର ବିଜେପି କାର୍ୟ୍ୟାଳୟ ଓ ସିମିଳିଗୁଡାରରେ ଦଳ ପକ୍ଷରୁ ରଣନୀତି ପ୍ରସ୍ତୁତ କରାଯାଇଛି। ବିଜେପି ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ, ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଗୌତମ ସାମନ୍ତରାୟ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁରଭି ପାଣି,ଓ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣିମା ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ପରୀ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିବା ସହ ତୁରନ୍ତ ମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀ ମଣ୍ଡଳରେ ବହିଷ୍କାର କରିବା ସଙ୍ଗେ ସଙ୍ଗେ ଗିରଫ କରିବାକୁ ଦାବି କରିଛି ବିଜେପି। ଏହି ଘଟଣାରେ ଜଡିତ ଥିବା ବାବୁଲି ନାୟକଙ୍କୁ କାହା ଚାପରେ ପୋଲିସ ଗିରଫ କରୁନି ବୋଲି ବିଜେପି ପ୍ରଶ୍ନ କରିଛି । ରାଜ୍ୟରେ ଗତ ୨୦୧୭ ମସିହାଠାରୁ ୫ହଜାରରୁ ଉର୍ଦ୍ଧ ଶିଶୁ ଅପହରଣ, ଓ ହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ କେବଳ ୨୭% ପ୍ରତିଶତ ମାମଲାର ସମାଧାନ ହୋଇଛିା ରାଜ୍ୟ ସରକାରକୁ ସମାଲୋଚନା କରିବାକୁ ବି ପଛେଇନି ବିଜେପି।  ପରୀ ହତ୍ୟା ଘଟଣା ସଙ୍ଗେ ସଙ୍ଗେ କୁନ୍ଦୁଲି ଗଣ ଦୁଷ୍କର୍ମ,ଓ କୋଟପାଡ଼ ଅଞ୍ଚଳ ଝିଅ ଗଣଦୁଷ୍କର୍ମ ଘଟଣାନେଇ ରାଜ୍ୟ ସରକାରଙ୍କୁ ଚାପ ପକାଯିବ। ଆସନ୍ତା ୧୫ ତାରିଖ ଠାରୁ ଜିଲ୍ଲା ର ୩୩ଟି ମଣ୍ଡଳରେ ବିଜେପି ତରଫରୁ ଜନ ସଚେତନ କାର୍ୟ୍ୟକ୍ରମ ଆରମ୍ଭ କରାଯିବ । ପରୀକୁ ନ୍ୟାୟ ହତ୍ୟା ଘଟଣା ର ହତ୍ୟାକାରୀ ଗିରଫ ହେବା ପର୍ୟ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି ଜିଲ୍ଲା ବିଜେପି ସଭାପତି ସୁମନ୍ତ ପ୍ରଧାନ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା