ବାପଛେଉଣ୍ଡ ଝିଅର କରୁଣ କାହାଣୀ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ବିପଦ ଆସିଲେ ଚତୁର୍ଦ୍ଦିଗ ଅନ୍ଧାର ଦେଖାଯାଏ । ଆପଣାର ଲୋକମାନେ ହାତ ଛାଡିଦିଅନ୍ତି । ଭଗବାନଙ୍କ ଉପରେ ଭରସା କରିବା ଛଡା ଅନ୍ୟ ଉପାୟ ବା କାହିଁ? ଏଭଳି କରୁଣ ଦୃଶ୍ୟ କାମାକ୍ଷାନଗର ବ୍ଳକ କାନପୁରା ପଞ୍ଚାୟତ ପଲ୍ଲୀସାନ୍ତରାପୁର ଗାଁରେ ଦେଖିବାକୁ ମଳିଛି । ପଲ୍ଲୀସାନ୍ତରାପୁର ଗାଁର ରୀତା ପ୍ରଧାନ । ବୟସ ୧୫ । ବାପା ସନ୍ତୋଷ ପ୍ରଧାନ ଏବଂ ମା ଗୀତା ଅତି ସରାଗରେ ରୀତାଙ୍କୁ ବଢାଇଥିଲେ । ସନ୍ତୋଷଙ୍କ ମୃତ୍ୟୁପରେ ପରଘରେ ମୂଲ ମଜୁରି ଲାଗି ଝିଅକୁ ମଣିଷ କରିବାର ସ୍ୱପ୍ନ ଦେଖିଥିଲେ ଗୀତା ।

ଝିଅ ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ହଠାତ ଦେହ ଖରାପ ହେଲା । ପରେ ପରେ ତାଙ୍କ ପେଟ ଏବଂ ନାଭି ବଢ଼ିବାରେ ଲାଗିଲା । ଏପରିକି ଗୋଡ ମଧ୍ୟ ସରୁ ହେବାକୁ ଲାଗିଲା । ରୀତାଙ୍କର କାର୍ଡ଼ିଓମାଇଓପାଥି ଆଣ୍ଡ ଅମ୍ବଲିକାଲ ହାର୍ନିଆ ହୋଇଥିବା ଡ଼ାକ୍ତର କହିଥିଲେ । ରୀତା ଯାହା ସଞ୍ଚିଥିଲେ ଝିଅକୁ ଡ଼ାକ୍ତର ଦେଖାଇବାରେ ସରିଗଲା । ଚିକିତ୍ସାଲାଗି ବଡ଼ ମେଡ଼ିକାଲରେ ଦେଖାଇବାକୁ ଡ଼ାକ୍ତର ନିର୍ଦ୍ଦେଶ ଦେଇଥିଲେ । ଟଙ୍କା ନଥିବାରୁ ବାଧ୍ୟ ହୋଇ ଘରକୁ ନେଇଆସିଥିଲେ ଗୀତା । ଭାଗ୍ୟ ଆଉ ଭଗବାନଙ୍କ ଭରସାରେ ଘରେ ପଡିରହିଛନ୍ତି ମା’ ଆଉ ଝିଅ । ଖେଳିବା ବୁଲିବା ବୟସରେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ରୀତା । ଅର୍ଥ ଅଭାବରୁ ଚିକିତ୍ସା ହୋଇପାରୁନାହିଁ । ସରକାରୀ ସହାୟତା ଲାଗି ମା’ ବାରମ୍ବାର ପ୍ରଶାସନକୁ ଗୁହାରି କରିଥିଲେ ସୁଦ୍ଧା ସୁଫଳ ମିଳୁ ନାହିଁ । ସରକାରୀ ସହାୟତା ମିଳିଲେ ଝିଅର ଚିକିତ୍ସା ହୋଇପାରନ୍ତା ବୋଲି କହିଛନ୍ତି ଗୀତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ