Masthead

ଭାଇଙ୍କ ଏଣ୍ଟ୍ରି ପଡ଼ିବ କି ଭାରି?

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଡ଼ିଶା ରାଜନୀତିରେ ଏବେ ନନା-ନାନୀ ଲଢ଼େଇ । ଚର୍ଚ୍ଚାର କେନ୍ଦ୍ରରେ ବାଲେଶ୍ୱର ସଂସଦୀୟ ବିଜେପି ଓ ବିଜେଡି ପ୍ରାର୍ଥୀ । ଗୋଟେ ଦଳରେ ରହି ଡକା ଡାକି ହେଉଥିଲେ ନନା ଓ ନାନୀ । ଏବେ କିନ୍ତୁ ବନିଯାଇଛନ୍ତି ଉଭୟ ଉଭୟଙ୍କ ପ୍ରତିଦ୍ୱନ୍ଦୀ । ଆରୋପ ପ୍ରତ୍ୟାରୋପରେ ମାତିଛନ୍ତି । ୨୦୨୪ ରଣଭୂମିକୁ ଲଗାଇଛନ୍ତି ଲମ୍ଫ । ଆମେ କହୁଛୁ ଏମପି ଭାବେ ବାଲେଶ୍ୱରରୁ ଶଙ୍ଖରୁ ଟିକେଟ ପାଇଥିବା ଲେଖାଶ୍ରୀ ସାମନ୍ତସିଂହାର ଏବଂ ପଦ୍ମରୁ ଟିକେଟ ପାଇ ଲଢୁଥିବା ପ୍ରତାପ ଷଡଙ୍ଗୀଙ୍କ କଥା । ଦିନେ ଥିଲେ ମିତ୍ର ଆଉ ଏବେ ନିର୍ବାଚନ ମଇଦାନରେ ବନିଗଲେ ଶତ୍ରୁ । ଟିକେଟ ନପାଇ ବିଜେପି ଛାଡି ବିଜେଡିରେ ଯୋଗଦେଇ ବାଲେଶ୍ୱର ସଂସଦୀୟ ପାଇଁ ଲେଖାଶ୍ରୀ ପାଇଲେ ଟିକେଟ । ପୂର୍ବରୁ ବିଜେପି ଘୋଷଣା କାରିଥିବା ମିତ୍ର ତଥା ପ୍ରାର୍ଥୀ ପ୍ରତାପଙ୍କର ହୋଇଗଲେ ଶତ୍ରୁ । ଲୋକେ ଉଭୟ ନେତାଙ୍କୁ ଓଡ଼ିଶା ରାଜନୀତିରେ ଡାକନ୍ତି ନନା ଓ ନାନୀ ।

ବାଲେଶ୍ୱରରେ ଏବେ ଗୋଟେ ଚର୍ଚ୍ଚା ଆମର ଏଠି ଚାଲିଛି ନନା-ନାନୀ ଲଢେଇ । କିଏ କାହା ଉପରେ ପଡିବେ ଭାରି ତାକୁ ନେଇ ଉଭୟ ଉଭୟଙ୍କ ପାଇଁ ବନାଉଛନ୍ତି ରୋଡମ୍ୟାପ । ଏଠୁ ବିଜୟ ହାସଲ କରି କେନ୍ଦ୍ରରେ ମନ୍ତ୍ରୀ ପରିଷଦରେ ସାମିଲ ହୋଇଥିଲେ ସାଂସଦ ତଥା ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ । ଏବେ ନନାଙ୍କ ପରୀକ୍ଷାର ପାଳି । ସେପଟେ ବିଜେପିରୁ ବିଦ୍ରୋହ କରି ବିଜେଡିରେ ସାମିଲ ହୋଇ ପ୍ରାର୍ଥୀ ବନିଥିବା ନାନୀ ତଥା ଲେଖାଶ୍ରୀ ଦେଉଛନ୍ତି ଅଗ୍ନି ପରିକ୍ଷା । କାହିଁକି ନା ଏହି ଆସନରେ ବିଜୟ ହେବା ଭାରି କଷ୍ଟ । ଇତିହାସକୁ ପଢିଲେ ଅନୁମାନ କରିହେଉଛି ଏଠି ପ୍ରାର୍ଥୀ ହୋଇ ତିଷ୍ଟିବା ଭାରି କଷ୍ଟ । ଏମାନଙ୍କୁ ମଧ୍ୟ କଡା ଫାଇଟ ଦେବା ପାଇଁ କଂଗ୍ରେସରୁ ମଇଦାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା । ଯିଏ କି ବାଲେଶ୍ୱରରେ ଭାଇ ରୂପେ ବେଶ ପରିଚିତ । କୁହାଯାଉଛି ଶ୍ରୀକାନ୍ତ ବିଗାଡି ପାରନ୍ତି ବିଜେଡି-ବିଜେପି ଅଙ୍କ । ଦେଖାଇପାରନ୍ତି ୨୦୦୯ର ଜଲୱା । ନନା-ନାନୀଙ୍କ ଫାଇଟ ଭିତରେ ଛଡାନେଇପାରନ୍ତି ଭାଇ । ଯେହେତୁ ଗୋଟେ ଶିବିରରେ ରହି କାମ କରୁଥିଲେ ଆଉ ଏବେ ସାମ୍ନାସାମ୍ନି ହେଉଛନ୍ତି । ତେବେ ନିର୍ବାଚନରେ ଭୋଟର ସେମାନଙ୍କୁ କେତେ ଗ୍ରହଣ କରୁଛନ୍ତି ତାହା ସମୟ କହିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା