Masthead

ହାଥରାସ ବଳାତ୍କାର ମାମଲା : ହିନ୍ଦୁ ରିତିନୀତି ଅନୁସାରେ ଶବ ସଂସ୍କାର ହୋଇନି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ହାଥରାସ ବଳାତ୍କାର ମାମଲାକୁ ନେଇ ସାରା ଦେଶ ଅଶାନ୍ତ ହୋଇପଡିଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଦିଲ୍ଲୀର ଜନ୍ତର ମନ୍ତ୍ରରେ ଅନେକ ସାମାଜିକସଂଗଠନ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏଥିରେ ଆମ୍ ଆଦମୀ ପାର୍ଟି, ଭୀମ ଆର୍ମି ଠାରୁ ବିଭିନ୍ନ ରାଜନୈତିକ ଦଳର ନେତାମାନେ ସାମିଲ୍ ହୋଇଥିଲେ ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି। କେବଳ କେଜରିୱାଲ୍‌ ନୁହେଁ, ସିପିଆଇଏମ୍‌ ନେତା ସୀତାରାମ ୟେଚୁରୀ, ସିପିଆଇ ନେତା ଡି. ରାଜା, ଭୀମ ଆର୍ମୀ ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଏଠାରେ ଦେଖିବାକୁ ମିଳିଥିଲା । କେଜରିୱାଲ କହିଛନ୍ତି “ ଆମେ ଯୋଡ଼ହସ୍ତରେ ଉତ୍ତରପ୍ରଦେଶ ସରକାରଙ୍କୁ ନିବେଦନ କରୁଛୁ ଯେ ଏହି ଘଟଣାରେ ଦୋଷୀକୁ କଠୋର ଦଣ୍ଡମିଳୁ। ଯେତେଶୀଘ୍ର ସମ୍ଭବ ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ” ।

କେଜରିୱାଲ୍‌ ଆହୁରି ମଧ୍ୟ କହିଛନ୍ତି ଯେ, ପୀଡ଼ିତାଙ୍କ ପ୍ରତି ଜଘନ୍ୟ କାଣ୍ଡ ହୋଇଛି। କିନ୍ତୁ ଉତ୍ତରପ୍ରଦେଶ ସରକାର କହୁଛନ୍ତି ଦୁଷ୍କର୍ମ ହୋଇନି। ହିନ୍ଦୁ ରିତିନୀତି ଅନୁସାରେ ଶବ ସଂସ୍କାର କରାଯାଇନି ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଘଟଣାକୁ ଲୁଚାଇବା ପାଇଁ ଚେଷ୍ଟା କରାଯାଉଛି। ଏଭଳି ନୃଶଂସତାର ଶିକାର ହୋଇଥିବା ପରିବାର ପାଇଁ ବର୍ତ୍ତମାନ ସହାନୁଭୂତି ଓ ସମର୍ଥନ ଆବଶ୍ୟକତା ଅଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ