Masthead

ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ ଅଧ୍ୟାପକ, ନିର୍ବାଚନ କମିଶନ ପକ୍ଷରୁ ଜବାବ୍ ତଲବ୍

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ତେବେ ଆଚରଣ ବିଧିର ଉଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗରେ କମିଶନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଆଚରଣ ବିଧିର ଉଲଂଘନ ଜଣେ ସରକାରୀ କର୍ମଚାରୀ ତଥା ପ୍ରିଜାଇଡିଂ ଅଫିସର କରିଥିବାର ଅଭିଯୋଗ ହୋଇଛି।

ସୂଚନା ଅନୂଯାୟୀ ଗତ ୨୮ ତାରିଖରେ ବସ୍ତା ନିର୍ବାଚନମଣ୍ଡଳି ଅଧୀନ ବାଲିଆପାଳ ବ୍ଲକର ବାସୁଦେବପୁର ପଡିଆରେ ବିଜେଡି ପକ୍ଷରୁ ଏକ ରାଜନୈତିକ ସଭା ଅନୁଷ୍ଠିତ ହୋଇଥିଲା ବେଳେ ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଣିତ ବିଭାଗର ଅଦ୍ଧାପକ ତଥା ପ୍ରିଜାଇଡିଙ୍ଗ ଅଫିସର ପ୍ରଦୀପ କୁମାର ଜେନା ସେଠାରେ ଯୋଗଦାନ କରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ମଧ୍ୟ ଜଣେ ଟ୍ରେନିଂ ପ୍ରିଜାଇଡିଙ୍ଗ ଅଫିସର ରାଜନୈତିକ ସଭାକୁ ଗଲେ କାହିଁକି? ତେବେ ଏନେଇ ସିଭିଜିଲ୍ ଆପ୍ ମାଧ୍ୟମରେ ନିର୍ବାଚନ କମିଶନ ଠାରେ ଅଭିଯୋଗ ହେବାପରେ ବସ୍ତା ନିର୍ବାଚନମଣ୍ଡଳି ଦାୟିତ୍ବରେ ଥିବା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ ସବ୍ୟସାଚୀ ଦାସ୍ ଏହାର ତଦନ୍ତ କରୁଥିବା ବେଳେ ସଂପୃକ୍ତ କର୍ମଚାରୀ ପ୍ରଦୀପ କୁମାର ଜେନାଙ୍କ ପ୍ରିଜାଇଡିଙ୍ଗ ଅଫିସର ପଦକୁ ରଦ୍ଧ କରିଥିବା ସୂଚନା ଦେଇଛନ୍ତି। ତେବେ ଖୁବଶୀଘ୍ର ସଂପୃକ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯିବ ବୋଲି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ