ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କଲେ ଅଧ୍ୟାପକ, ନିର୍ବାଚନ କମିଶନ ପକ୍ଷରୁ ଜବାବ୍ ତଲବ୍

ବାଲିଆପାଳ (ବଡ଼ ଖବର ବ୍ୟୁରୋ): ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଜାତୀୟ ନିର୍ବାଚନ କମିଶନ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । ତେବେ ଆଚରଣ ବିଧିର ଉଲଂଘନ ହେଉଥିବାର ଦେଖିବାକୁ ମିଳୁଛି। ଆଚରଣ ବିଧି ଉଲଙ୍ଘନ କରିଥିବା ଅଭିଯୋଗରେ କମିଶନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ଆଚରଣ ବିଧିର ଉଲଂଘନ ଜଣେ ସରକାରୀ କର୍ମଚାରୀ ତଥା ପ୍ରିଜାଇଡିଂ ଅଫିସର କରିଥିବାର ଅଭିଯୋଗ ହୋଇଛି।

ସୂଚନା ଅନୂଯାୟୀ ଗତ ୨୮ ତାରିଖରେ ବସ୍ତା ନିର୍ବାଚନମଣ୍ଡଳି ଅଧୀନ ବାଲିଆପାଳ ବ୍ଲକର ବାସୁଦେବପୁର ପଡିଆରେ ବିଜେଡି ପକ୍ଷରୁ ଏକ ରାଜନୈତିକ ସଭା ଅନୁଷ୍ଠିତ ହୋଇଥିଲା ବେଳେ ଦୁର୍ଗାପ୍ରଶନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଗଣିତ ବିଭାଗର ଅଦ୍ଧାପକ ତଥା ପ୍ରିଜାଇଡିଙ୍ଗ ଅଫିସର ପ୍ରଦୀପ କୁମାର ଜେନା ସେଠାରେ ଯୋଗଦାନ କରିଥିଲେ।

ଏଠାରେ ପ୍ରଶ୍ନ ଉଠୁଛି ଆଦର୍ଶ ଆଚରଣ ବିଧି ଲାଗୁ ହେବାପରେ ମଧ୍ୟ ଜଣେ ଟ୍ରେନିଂ ପ୍ରିଜାଇଡିଙ୍ଗ ଅଫିସର ରାଜନୈତିକ ସଭାକୁ ଗଲେ କାହିଁକି? ତେବେ ଏନେଇ ସିଭିଜିଲ୍ ଆପ୍ ମାଧ୍ୟମରେ ନିର୍ବାଚନ କମିଶନ ଠାରେ ଅଭିଯୋଗ ହେବାପରେ ବସ୍ତା ନିର୍ବାଚନମଣ୍ଡଳି ଦାୟିତ୍ବରେ ଥିବା ଏକଜ୍ୟୁଟିଭ୍ ମାଜିଷ୍ଟ୍ରେଟ ସବ୍ୟସାଚୀ ଦାସ୍ ଏହାର ତଦନ୍ତ କରୁଥିବା ବେଳେ ସଂପୃକ୍ତ କର୍ମଚାରୀ ପ୍ରଦୀପ କୁମାର ଜେନାଙ୍କ ପ୍ରିଜାଇଡିଙ୍ଗ ଅଫିସର ପଦକୁ ରଦ୍ଧ କରିଥିବା ସୂଚନା ଦେଇଛନ୍ତି। ତେବେ ଖୁବଶୀଘ୍ର ସଂପୃକ୍ତ କର୍ମଚାରୀଙ୍କୁ ନିଲମ୍ବନ କରାଯିବ ବୋଲି ସୂଚନା ଦେଇଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ