Masthead

ମଟନ ଭାଙ୍ଗିଦେଲା ବାହାଘର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ହାତଗଣ୍ଠି ପଡିବା ପୂର୍ବରୁ ଶେଷ ହୋଇଗଲା ସ୍ୱାମୀ ସ୍ତ୍ରୀ ହେବାର ସମ୍ପର୍କ । ଆଉ ମାତ୍ର କିଛି ସମୟ ପରେ ପଡ଼ିଥାନ୍ତା ହାତଗଣ୍ଠି , ହେଲେ ଖାସି ମାଂସ ଉଜାଡ଼ିଦେଲା ଦୁଇଟି ପରିବାରର ସୁନେଲି ସ୍ୱପ୍ନ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ସମ୍ବଲପୁର ଧନକଉଡା ବ୍ଲକରେ । ଝିମିଟି ଖେଳରୁ ମହାଭାରତ ପରି ସାମାନ୍ୟ ଖାସି ମାଂସରୁ ଆରମ୍ଭ ଝଗଡା ଧୀରେ ଧୀରେ ଉଗ୍ରରୂପ ନେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ ବର ପିଲା ବେଦୀ ଛାଡି ଝଗଡା ଲାଗିବାକୁ ଉଠି ଯାଇଥିଲେ । ଖାସି ମାଂସ ନଖାଇଲେ ବାହାଘର ହୋଇପାରିବନାହିଁ ନାହିଁ ବୋଲି ବରଘର ସିଧା ଶୁଣାଇଥିଲେ ।

ବେଦୀ ଛାଡି ଉଠିଯାଇଥିବା ବର ଓ ତାଙ୍କ ପରିବାରଙ୍କ ଗୋଡାହାତ ଧରି ବୁଝାଇବା ପାଇଁ ଆପ୍ରାଣ ଉଦ୍ୟମ କରିଥିଲେ କନ୍ୟାଘର ।ଏପରିକି କନ୍ୟାଘରର ଛୋଟରୁ ବଡ଼ ସମସ୍ତେ ଏହି ବାହାଘର ସାରିବାକୁ କାକୁତି ମୀନତି ହୋଇଥିଲେ । ହେଲେ କିଛି ଲାଭ ଦେଲାନି ।ରାତି ଅଧରେ ଖାସି ମାଂସ ଖାଇବା ଜିଦରେ ଅଡ଼ି ବସିଥିଲେ ବରପକ୍ଷ । ତଥାପି ରାତି ଗୋଟାଏ ବେଳକୁ ଖାସି ମାଂସ ଯୋଗାଡ଼ରେ ଲାଗି ପଡିଲେ କନ୍ୟାଘର । ବରଯାତ୍ରୀଙ୍କ ପାଇଁ ଖାସି ମାଂସ ଆଣିବାକୁ ରାତି ଗୋଟାଏରେ ବରଗଡ଼ ଜିଲ୍ଲାର ଏକ ଢ଼ାବା କୁ ଯାଇଥିଲେ କନ୍ୟାଘର । ମାଂସ ଆଣି ଆସିବା ବେଳକୁ କିନ୍ତୁ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଏଥର ବର ତ ବେଦୀକୁ ଯାଇଥିଲା ହେଲେ ବାହା ହେବାକୁ ରୋକଠୋକ ମନା କରିଦେଲା ମଙ୍ଗୁଳା କନ୍ୟା ।

ଲାଲ ରଙ୍ଗର ବାହା ଶାଢ଼ୀ ପିନ୍ଧି , ପାଦରେ ଅଳତା, ହାତରେ ମେହେନ୍ଦି, ବେକରେ ମଙ୍ଗଳସୁତ୍ର ପିନ୍ଧିଥିବା ମଙ୍ଗୁଳା ଝିଅ ଆଉ ବାହା ହେବନାହିଁ ବୋଲି ମନା କରିଦେଇଥିଲା । ସାମାନ୍ୟ ଖାସି ମାଂସ ପାଇଁ ବାହା ବେଦୀରୁ ଉଠି ଆସିଥିବା ବର ସହିତ ସାରା ଜୀବନ ରହିବା ଠିକ ହେବନାହିଁ ଚିନ୍ତା କରି ବାହା ବେଦୀ ଛାଡି ଘରକୁ ପଳାଇ ଆସିଥିଲେ ସଜ୍ଞା। ଗତ ଜୁନ ୧୧ ତାରିଖରେ ସମ୍ବଲପୁର ଉପକଣ୍ଠ ଏକ ନାମୀ ବିବାହ ମଣ୍ଡପରେ ସଦର ଥାନା ଗୁଂଡେରପୁର ଗ୍ରାମର ସଜ୍ଞା ସୁଚରିତା ବେହେରା ଙ୍କ ସହ ସୁନ୍ଦରଗଡ଼ ବ୍ରାହ୍ମଣ ପଡା ର ଶୁଭ୍ରଜୀତ ଙ୍କ ସହ ବିବାହ ଅନୁଷ୍ଠିତ ହେଉଥିଲା । ଶୁଭ୍ରଜୀତ ବ୍ୟାଙ୍କରେ କାର୍ୟ୍ୟ କରନ୍ତି ଓ ସଜ୍ଞା ଜଣେ ଏମଏସସି ପାସ ଆଉଟ ଛାତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ