Masthead

କଟିକିଆଙ୍କ ଆଶା ମଉଳିଲା

କଟକ(ବଡ଼ ଖବର ବ୍ୟୁରୋ): ଦୁର୍ଗାପୂଜା ସରିଲେ କଟିକିଆ ଅନାଇ ରହିଥାନ୍ତି ବାଳିଯାତ୍ରାକୁ । ଖାଲି କଟିକିଆ କାହିଁକି, ଦେଶର ବଡ଼ ବଡ଼ ବ୍ୟବସାୟୀମାନଙ୍କ ନଜର ଥାଏ ମହାନଦୀ କୁଳରେ ପ୍ରତିବର୍ଷ ଅନୁଷ୍ଠିତ ହେଉଥିବା ବୃହତମ ବାଣିଜ୍ୟିକ ମେଳା ବାଲିଯାତ୍ରାକୁ । ମାସେ ଆଗରୁ ଆରମ୍ଭ ହୁଏ ଯାତ୍ରା ପ୍ରସ୍ତୁତି । ଏହି ପ୍ରସ୍ତୁତି କେବଳ ବ୍ୟବସାୟୀମାନଙ୍କର ନୁହେଁ, ସାଧାରଣ ଲୋକମାନେ ମଧ୍ୟ ନିଜକୁ ପ୍ରସ୍ତୁତ କରିଥାନ୍ତି ।

ଏବର୍ଷ କିନ୍ତୁ ବ୍ୟତିକ୍ରମ ଘଟିଛି । କରୋନା ଯୋଗୁଁ ଲାଗିବନି ଭଳିକି ଭଳି ଷ୍ଟଲ । ଆସିବେନି ଦୂରଦୁରାନ୍ତରୁ କ୍ରେତା ଓ ବିକ୍ରେତା । ଗଡଗଡ଼ିଆରେ ଆଉ ଶୁଭିବନି କୋଳାହଳ । ବାଲିଯାତ୍ରାର ତଳ ଓ ଉପର ପଡିଆରେ ଜଳିବନି ରଙ୍ଗବେରଙ୍ଗର ଆଲୋକ । ରାଜୁତି କରିବ ନିରବତା ।

କାର୍ତ୍ତିକ ପୂର୍ଣ୍ଣିମାଠାରୁ ୧୦ଦିନ ପର୍ଯ୍ୟନ୍ତ ଖାଁ ଖାଁ ଲାଗିବ ବାଲିଯାତ୍ରା ପଡ଼ିଆ । କରୋନା ମହାମାରୀକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ବାଲିଯାତ୍ରା ବନ୍ଦ ଘୋଷଣା କରିଛି । ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ଶୁକ୍ରବାର ଏହି ସୂଚନା ଦେଇଛନ୍ତି । ସଂକ୍ରମଣ ଦୃଷ୍ଟିରୁ ସାମୂହିକ ବୋଇତ ବନ୍ଦାଣକୁ ବାରଣ କରାଯାଇଛି । ବଡ଼ଓଷା ଓ ପଞ୍ଚୁକରେ ଧବଳେଶ୍ୱର ପୀଠକୁ ଯିବା ଉପରେ ମଧ୍ୟ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ । ପୂର୍ବରୁ ଗଣେଶ ପୂଜା ଓ ଦଶହରା ଉତ୍ସବକୁ ସର୍ବସାଧାରଣଙ୍କୁ ଅନୁମତି ମିଳିନଥିଲା । କଟକଣା ଭିତରେ ଦଶହରା ପାଳିତ ହୋଇଥିଲା ।

କାର୍ତ୍ତିକ ପୂର୍ଣ୍ଣିମାଠାରୁ ପ୍ରସିଦ୍ଧ ବାଲିଯାତ୍ରା ଅନୁଷ୍ଠିତ ହୋଇଥାଏ । ପରମ୍ପରା ଅନୁଯାୟୀ ସାଧବପୁଅମାନେ ବଣିଜ କରିବା ଲାଗି ବିଦେଶକୁ ଯାଉଥିଲେ । ସେମାନଙ୍କୁ ବନ୍ଦାଣ ଦିଆଯାଉଥିଲା । ଏହି ପରମ୍ପରାରୁ ସବୁଦିନ ପାଇଁ ସାଇତିରଖିବା ଉଦ୍ଦେଶ୍ୟରେ ଆବାହମାନକାଳରୁ ପାଳିତ ହୋଇ ଆସୁଛି ବାଲିଯାତ୍ରା । କେବେ ବି ବନ୍ଦ ହୋଇନଥିଲା ବାଲିଯାତ୍ରା । ବାଲିଯାତ୍ରାରେ ପଡୁଥିବା ଷ୍ଟଲ ସମସ୍ତଙ୍କ ମନ କିଣୁଥିଲା । ରାଜ୍ୟର କୋଣ ଅନୁକୋଣ ଓ ରାଜ୍ୟ ବାହାରୁ ମଧ୍ୟ ଲୋକଙ୍କ ସୁଅ ଛୁଟୁଥିଲା । ଚଳିତ ବର୍ଷ କରୋନା ସବୁ ସାରି ଦେଇଛି । ପ୍ରଶାସନର ନିଷ୍ପତ୍ତି କଟିକିଆଙ୍କ ଆଶା ମଉଳାଇ ଦେଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି