ଦିଗହରା ଆବାସ ଯୋଜନା

ବାଲିଆପାଳ, (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକରେ ସରକାରଙ୍କ ଆବାସ ଯୋଜନା ଦିଗହରା ହୋଇଛି । ଥିଲାବାଲାଙ୍କୁ ପକ୍କାଘର ମିଳିଥିବା ବେଳେ ବାଦ ପଡିଛନ୍ତି ଯୋଗ୍ୟ ହିତାଧିକାରୀ । ବାଲିଆପାଳ ବ୍ଲକ ଶ୍ରୀରାମପୁର ପଞ୍ଚାୟତର ଗୋକୁଳାନନ୍ଦପୁର ଗାଁର ବଂଶୀଧର ଜେନା । ପକ୍କାଘର ଲାଗି ଲାଞ୍ଚନପାରିବାରୁ ଆବାସ ଯୋଜନାରୁ ବାଦ ପଡିଥିବା କହିଛନ୍ତି ସେ । ବାଧ୍ୟ ହୋଇ ଝାଟି ମାଟିଚାଳଘରେ ଭାଗ୍ୟକୁ ଆଦରି ରହୁଛନ୍ତି ତାଙ୍କ ପରିବାର ।

ବଂଶୀଧରଙ୍କ ପରିବାର କହିଲେ ତିନିଝିଅ, ପୁଅ ଓ ସ୍ତ୍ରୀ । ଦିନମଜୂରି କରି ଯାହା ରୋଜଗାର କରନ୍ତି ସେତିିକିରେ ଚଳୁଛି ପରିବାର । ଝାଟିମାଟି ଚାଳଘରେ ୬ପ୍ରାଣୀ ରହୁଛନ୍ତି । ଗୋଟିଏ ବଖରାରେ ୬ଜଣ ଚଳିବା କଷ୍ଟ ହେଉଛି । ଘର ଉପରେ ଚଢ଼ିଯାଇଛି ଗତଲତା । ସବୁବେଳେ ରହୁଛି ସାପର ଭୟ । ମାଟିଘର କେତେବେଳେ ଯେ ଭୁଷୁଡି ପଡିବ ତାର କିଛି ଗ୍ୟାରେଣ୍ଟି ନାହିଁ । ତଥାପି ଭାଗ୍ୟ ଓ ଭଗବାନଙ୍କ ଭରସାରେ ରହିଛନ୍ତି ବଂଶୀଧରଙ୍କ ପରିବାର । ଟଙ୍କା କେଉଁଠୁ ବା ଆସିବ ଯେ ପକ୍କାଘର କରିବେ । ଆବାସ ଯୋଜନାରେ ପକ୍କାଘର ପାଇଁ ବାରମ୍ବାର ସରପଞ୍ଚ ଓ ବିଡ଼ିଓ ଙ୍କୁ ଲିଖିତ ଦରଖାସ୍ତ କରିଛନ୍ତି ବଂଶୀଧର । ପଞ୍ଚାୟତର ଘର ତାଲିକାରେ ମଧ୍ୟ ନାମ ରଖାଯାଇନାହିଁ । ରାଜନୈତିକ ଉଦ୍ଦେଶ୍ୟ ରଖି ତାଙ୍କୁ ଘର ଦିଆ ଯାଉନଥିବା ସେ କହିଛନ୍ତି । ଦୁଇତାଲା ଥାଇ ଗାଁର କିଛି ଲୋକ ଆବାସ ଯୋଜନାରେ ଘର ପାଇଛନ୍ତି ।

ବଂଶୀଧର ଯଦିଓ ଯୋଗ୍ୟ ହିତାଧିକାରୀ ତେବେ ସେ ସରକାରୀବାବୁଙ୍କ ହାତଗୁଞ୍ଜା ନ ଦେଇପାରିବାରୁ ତାଙ୍କ ନାମ ଲିଷ୍ଟରେ ନାହିଁ । ଯାହାକୁ ନେଇ ସାଧାରଣରେ ଉଠିଛି ପ୍ରଶ୍ନବାଚୀ । ଆବାସ ଯୋଜନାରେ ବଂଶୀଧରଙ୍କୁ ପକ୍କାଘର ଯୋଗଇ ଦିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’