ଗୋଠ ଛଡ଼ା ହାତୀର ଉତ୍ପାତ, ନା ଘରେ ରହିବାକୁ ଦଉଛନ୍ତି ନା ରାତିରେ ଶୁଆଇ ଦଉଛନ୍ତିି

ବଣାଇ (ବଡ଼ ଖବର ବ୍ୟୁରୋ): ବଣାଇ ରେଞ୍ଜରରେ ଏକ ଗୋଠ ଛଡା ଦନ୍ତା ଦୀର୍ଘ ଦିନ ହେଲା ବଣାଇ, ତଳିତା, ଧରିଣୀଧର ପାଲି, କେନାଭେଟା ଅଂଚଳରେ ଉତ୍ପାତ ଚଳାଇଛି । ଗତକାଲି ରାତିରେ ଗୋବିନ୍ଦ ପୁର ନିକଟ ମଗରମୁଣ୍ଡା ଅଂଚଳରେ ଘରେ ଶୋଇ ଥିବାବେଳେ ହାତୀ ଆସି ଘର ଭାଙ୍ଗିବାରୁ ଘର ଲୋକ ଯିଏ ଯୁଆଡେ ପିଲା ଛୁଆ ଧରି ପଳାଇଥିଲେ । ଫଳରେ ହାତୀ ଘର ଭାଙ୍ଗି ଚାଉଳ ଆସବାସପତ୍ର ସବୁ ନଷ୍ଟ କରିଦେଇଛି ।

ରାତି ସାରା ଅନିଦ୍ରା ହୋଇଛନ୍ତି ଗାଁ ଲୋକ । ବନ ବିଭାଗ ହାତୀକୁ ଘଉଡ଼ାଇ ଥିଲେ ମଧ୍ୟ ହାତୀଟି ରାତିରେ କ୍ଷତି କରି ପୁଣି ଧରିଣୀଧର ପାଲି ଜଙ୍ଗଲକୁ ପଳାଇ ଯାଇଛି । ହାତୀ ଯୋଗୁ ଚାଷୀ ଠାରୁ ସମେସ୍ତେ ନାକେଦମ ହେଲେଣି । ଉକ୍ତ ବିଟ ଅଂଚଳରେ ଥିବା ଫରେଷ୍ଟର, ଫରେଷ୍ଟ ଗାର୍ଡ ହାତୀ ଘଉଡ଼ାଇବାକୁ ଆସୁନଥିବା ଫୋନ କଲେ ଉଠାଉ ନାହାନ୍ତି, ହାତୀକୁ ଦୂର ଜାଗାକୁ ନେବା ସମ୍ପୂର୍ଣ୍ଣ ବିଫଳ ହେଉଛନ୍ତି ବୋଲି କହିଛନ୍ତି ଗ୍ରାମବାସୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ