Masthead

ମନେ ପଡନ୍ତି ଖୋକା ଭାଇ….

ହାପି ବାର୍ଥ ଡେ’ ଅକ୍ଷୟ..

ବଡ଼ ଖବର ବ୍ୟୁରୋ: ଖୋକା ଭାଇ….ପ୍ରତିଟି ଓଡିଆଙ୍କର ପ୍ରିୟ ଖୋକା ଭାଇ… ଓଡିଆ ସଙ୍ଗୀତର ଅକ୍ଷୟ ସ୍ମୃତି ଅକ୍ଷୟ ମହାନ୍ତି । ବେତାଜ୍ ବାଦଶାହା ଅକ୍ଷୟ ମହାନ୍ତି । ସେ କେତେବେଳେ ଯାଯାବର ତ କେବେବେଳେ ଡାହାବାଳୁଙ୍ଗା ଆଉ କେତେବେଳେ ଜଣେ ନାୟକ ସାଜି ସୁନ୍ଦରୀ ନାୟିକାଙ୍କୁ କହିଥାନ୍ତି ଅବୁଝା ପ୍ରିୟତମା । ଆଜିର ଦିନରେ ଜନ୍ମ ହୋଇଥିଲେ ସମସ୍ତଙ୍କର ପ୍ରିୟ ଖୋକା ଭାଇ । କୁହାଯାଏ ବୟସ କାହାପାଇଁ ଅପେକ୍ଷା କରେନି କିନ୍ତୁ ଖୋକା ଭାଇଙ୍କ ପାଇଁ ହୁଏତ ବୟସ ଯେମିତି ଅଟକି ଯାଇଥିଲା । ସେ କୁହନ୍ତି ବୟସ କେବେ ବଢେନି । ତାଙ୍କୁ ୫୦ ହୋଇଯାଇଥିଲେ ବି ନିଜକୁ ସବୁବେଳେ ୨୪ ବର୍ଷର ସେଇ ଯୁବାବସ୍ଥାକୁ ଫେରେଇ ନେଇ ଯାଆନ୍ତି ଖୋକାଭାଇ । ଆଧୁନିକ ଠାରୁ ଆରମ୍ଭ କରି ଚଳଚିତ୍ର, ଲୋକଗୀତ, ଭଜନ ସବୁପ୍ରକାର ଗୀତ ଗାଇ ଓଡିଶାର କିମ୍ବଦନ୍ତୀ ହୋଇ ରହିଛନ୍ତି ଅକ୍ଷୟ । କେବଳ ଜଣେ ଭଲ ଗାୟକ ନୁହେଁ ଗୀତିକାର, ରଚନା, ସଙ୍ଗୀତକାର ତଥା ଓଡିଆରେ ଜଣେ ଭଲ ଲେଖକ ଥିଲେ ଖୋକା ଭାଇ । ୫୦ ଦଶକରେ ପ୍ରଥମ ‘ଗୀତ ଗାଡିଆଲା ଭାଇ ଧରିଛି ସୁର ରେ..’ଗାଇ ସେ ରେକର୍ଡ ତିଆରି କରିଥଇଲେ । ୧୯୫୯ରେ ଓଡିଆ ଚଳଚିତ୍ର ଜଗତର ସଙ୍ଗୀତ ଦୁନିଆରେ ପାଦ ଦେଇଥିଲେ ଅକ୍ଷୟ ମହାନ୍ତି । ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ତାଙ୍କର ପ୍ରଥମ ଗୀତ ଥିଲା ‘ଗୋରୀ..ଗୋରୀ..ଗୋରୀ..’ । ଚଳଚିତ୍ର ଜଗତରେ ତାଙ୍କ ପ୍ରଥମ ଗୀତ ହିଟ୍ ହେବା ପରେ ପଛକୁ ଫେରି ନାହାଁନ୍ତି ସେ । ଗାଇ ଚାଲଥିଲେ ଅସରନ୍ତି ଗୀତ ।

ସକାଳର ଗାଡି, ଟିକ୍ ଟିକ୍ ଘଣ୍ଟା ଚାଲେ, ସାତ ଦରିଆ ପାରି, ରଙ୍ଗବତୀ ରେ ରଙ୍ଗବତୀ, ଚନ୍ଦ୍ରମଲୀ ହସେ, ହେ ଫଗୁଣ ତମେ, ସାବି ସାବି, ଅବୁଝା ପ୍ରିୟତମା…ଏପରି ଅନେକ ଗୀତ ଗାଇ ଓଡିଆ ସଙ୍ଗୀତ ଦୁନିଆର କିମ୍ବଦନ୍ତୀ ପାଲଟିଥିଲେ ଖୋକା ଭାଇ । ତାଙ୍କର ପ୍ରତିଟି ଗୀତରେ ଥାଏ ଜଣେ ଓଡିଆର ଭାବନା ଓ ମନର କଥା । ୧୨୯ଟି ଓଡିଆ ଚଳଚିତ୍ରରେ ଗୀତ ଗାଇଛନ୍ତି ସେ । ପ୍ରାୟ ୭୫ଟି ଚଳଚିତ୍ର ପାଇଁ ସଙ୍ଗୀତ ରଚନା କରିଛନ୍ତି । ଏହା ସହ ରେକଡିଂ, ପ୍ରଡ୍ୟୁସିଂ, ସ୍ପେସିଆଲ ସାଉଣ୍ଡ ଇଫେକ୍ଟ୍ ସବୁଥିରେ ସେ ପରୀକ୍ଷଣ କରିଛନ୍ତି । ତାଙ୍କର କେତେକ ପରୀକ୍ଷଣରେ କାଞ୍ଚି ଅଭିଜାନ୍, ରାଣ୍ଡିପୁଅ ଅନନ୍ତା, ଏବଂ କୋଣାର୍କ ଗାଥା ଭଳି ଲୋକପ୍ରିୟ କିମ୍ବଦନ୍ତୀ ସାମିଲ୍ ହୋଇଛି । ସେ ଏକ ଲୋକପ୍ରିୟ ଡ୍ରାମା ‘ପେଟେଣ୍ଟ୍ ମେଡିସିନ୍’ ମଧ୍ୟ ରେକର୍ଡ କରିଥିଲେ ଯାହା ଅଲ୍ ଇଣ୍ଡିଆ ରେଡିଓରୁ ସର୍ବୋତ୍ତମ ଡ୍ରାମା ପୁରସ୍କାର ପାଇବାକୁ ଯାଇଥିଲା । ତେବେ ଓଡିଶା ସଙ୍ଗୀତ ଦୁନିଆରେ ଜଣେ ମହାନ୍ କଳାକାର ଭାବେ ପରିଚିତ ହୋଇ ଅନେକ ସ୍ମୃତି ଛାଡି ଯାଇଛନ୍ତି ଅକ୍ଷୟ । ଆଜି ବି ତାଙ୍କର ପ୍ରତିଟି ଗୀତ ଶୁଣିଲେ ସେ ଆଖି ଆଗରେ ନାଚି ଉଠନ୍ତି । ସେ ଆଜି ଆମ ପାଖରେ ନାହାଁନ୍ତି ସତ କିନ୍ତୁ ଓଡିଆ ସଙ୍ଗୀତକୁ ସେ ଦେଇଥିବା ଅପୂର୍ବ ଅବଦାନ ଆମ ପାଖରେ ସବୁବେଳେ ସତେଜ୍ ହୋଇ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ