Masthead

ପୁଣି ଅଶାନ୍ତ ବାଂଲାଦେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପୁଣି ବାଂଲାଦେଶ ଅଶାନ୍ତ । ଶେଖ୍ ହାସିନାଙ୍କ ଭାଷଣକୁ ନେଇ ତୁମୁଳକାଣ୍ଡା ଅନ୍‌ଲାଇନ୍‌ରେ ବିବାଦୀୟ ଭାଷଣକୁ ନେଇ ଟାର୍ଗେଟରେ ହାସିନା । ଶେଖ୍ ହାସିନାଙ୍କ ବାପା ମୁଜିବୁର ରେହମାନ୍‌ଙ୍କ ଘରେ ନିଆଁ ଲଗାଇଲେ ବିକ୍ଷୋଭକାରୀ । ଘରେ ପଶି ଭଙ୍ଗାରୁଜା କଲେ ହଜାର ହଜାର ଆନ୍ଦୋଳନକାରୀ । ହାସିନାଙ୍କ ଦଳ ଆୱାମୀ ଲିଗ୍‌ ବ୍ୟାନ୍‌ କରିବାକୁ ବିକ୍ଷୋଭକାରୀଙ୍କ ଦାବି । ଗତବର୍ଷ ଅଗଷ୍ଟ ୫ରେ ଢାକା ଛାଡ଼ି ପଳାୟନ କରିଛନ୍ତି ଶେଖ୍ ହସିନା ।

ହସିନା ରାତି ୯ଟାରେ ଭାଷଣ ଦେବା ମାତ୍ରେ ଯୋଜନାବଦ୍ଧ ହିଂସା ଆରମ୍ଭ ହୋଇଯାଇଥିଲା । ହଜାର ହଜାର ଲୋକ ସୋସିଆଲ ମିଡିଆରେ ବୁଲଡୋଜର ଶୋଭାଯାତ୍ରା ଡାକରା ଦେଇ ମୁଜିବୁର ଭବନକୁ ଘେରିଯାଇଥିଲେ । ଏହାର ଜବାବରେ ଶେଖ ହସିନା କହିଛନ୍ତି, ସେମାନେ ଏକ କୋଠା ଭାଙ୍ଗିପାରିବେ କିନ୍ତୁ ଇତିହାସ ନୁହଁ । ସେମାନେ ଏହା ମଧ୍ୟ ମନେ ରଖିବା ଦରକାର ଯେ ଇତିହାସ ଏହାର ପ୍ରତିଶୋଧ ନେଇଥାଏ । ବାଂଲାଦେଶରେ ଏବେ ଯେଉଁ ଅନ୍ଧକାର ଘଟିଛି ତାହା ଦିନେ ଶେଷ ହେବ ବୋଲି କହିଛନ୍ତି ଶେଖ୍ ହସିନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ