Before Header

ମହିଳା ସଶକ୍ତି କରଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ: ନରସିଂହ ମିଶ୍ର

0 89

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଲକ୍ଷ୍ୟ ଠୁ ଦୁରେଇ ଯାଉଛି ମିଶନ ଶକ୍ତି। ମହିଳା ସଶକ୍ତି କରଣ ନାଁରେ କୋଟି କୋଟି ଟଙ୍କାର ହରିଲୁଟ । ମୁଲତବି ଆଲୋଚନା ବେଳେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ଯଦି ମନ୍ତ୍ରୀ କହୁଛନ୍ତି ମୁଲତବୀ ପ୍ରସ୍ତାଵ ତଥ୍ୟ ଉପରେ ଆଧାରିତ ନୁହେଁ । ତେବେ ତଥ୍ୟ କାହାକୁ କୁହାଯାଏ ସରକାର ଓ ବିଭାଗ ଜାଣିଛନ୍ତି କି । ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଯେଉଁ ଋଣ ଦିଆଯାଉଛି ତାହା ସେହି ଉଦେ୍ଦଶ୍ୟରେ ଖର୍ଚ୍ଚ କରା ଯାଇ ପାରୁନି । ସେଥିପାଇଁ ସେମାନେ ଋଣ ପରିଶୋଧ କରି ପାରୁନାହାନ୍ତି ।

ଏହି କଥା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିଶ କରିଛି । ଏହା ସହିତ ବଜାର ବ୍ୟବସ୍ଥା ଏବଂ ଟ୍ରେନିଂ ଦିଆ ଦିଆଯାଉ ନଥିବା ବାରମ୍ବାର ଷ୍ଟାଣ୍ଡିଂ କମିଟି ସୁପାରିଶ କରୁଛି । ଯଦି ମନ୍ତ୍ରୀ ଷ୍ଟାଣ୍ଡିଂ କମିଟିର ରିପୋର୍ଟକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ତେବେ ଷ୍ଟାଣ୍ଡିଂ କମିଟି କଣ ପାଇଁ ରହିବ । ସ୍ୱୟଂ ସହାୟକ ଗୋଷ୍ଠୀ କେବଳ ଓଡ଼ିଶାରେ ନାହାନ୍ତି । ସବୁଆଡେ ଅଛନ୍ତି । ଏହା ଓଡ଼ିଶା ସରକାରଙ୍କ ମାନସ ସନ୍ତାନ ନୁହେଁ । ଯୋଜନାକୁ ରାଜନୈତିକ ଉଦେ୍ଦଶ୍ୟରେ ବ୍ୟବହାର କରାନଯାଉ । ସରକାରଙ୍କ ପଇସାରେ ସରକାରୀ ଦଳ ରାଜନୀତି କରୁଛି । ରାଜକୋଷରୁ ଏପରି ଲୁଣ୍ଠନ କରା ନଯାଉ ।

ପ୍ରକୃତରେ ଅର୍ଥ ହରିଲୁଟ ହେଉଛି କି ନାହିଁ, ଗୃହକୁ ମନ୍ତ୍ରୀ ବିଭ୍ରାନ୍ତି କରୁଛନ୍ତି କି ନାହିଁ ତାହାର ତଦନ୍ତ ହେଉ । ଯଦି ଷ୍ଟାଣ୍ଡିଂ କମିଟିକୁ ବିଶ୍ଵାସ ନାହିଁ ତେବେ ହାଉସ କମିଟି ଗଠନ କରି ଏହାର ତଦନ୍ତ କରଯାଉ । ସ୍ପଷ୍ଟ ଭିଜିଟ କରି ତଦନ୍ତ କରଯାଉ । କେଉଁଟା ସତ କେଉଁଟା ମିଛ ଆପେ ଆପେ ଜଣା ପଡିଯିବ । ସରକାରୀ ପଇସାରେ ମହିଳାଙ୍କ ବିନାଶ ନ କରଯାଉ କି ରାଜନୀତି ନ କରଯାଉ କହି ପ୍ରଶ୍ନ କରିଛନ୍ତି ଏହା କଣ ସରକାରଙ୍କ ୫ଟି ଓ ମୋ ସରକାର କି ? ବୋଲି ପଚାରିଛନ୍ତି ନରସିଂହ ।

Leave A Reply

Your email address will not be published.