Masthead

ଚିରା ପଲିଥିନ ତଳେ ସାରା ଜୀବନ

ବଙ୍ଗୋମୁଣ୍ଡା(ବଡ଼ ଖବର ବ୍ୟୁରୋ): ସରକାର ବୃଦ୍ଧଙ୍କୁ ନେଇ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଆଜିବି ଅନେକ ଏଥିରୁ ବଞ୍ଚିତ ଅଛନ୍ତି । ପରିବାରଠୁ ଦୁରରେ ଥିବା ଜଣେ ଦଳିତ ବୃଦ୍ଧ ଏହି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି । ସରକାରୀ ଯୋଜନାର ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ବକାଗୁରା ଗ୍ରାମରେ । ବର୍ଷ ବର୍ଷ ଧରି ଚିରା ପଲିଥିନ ତଳେ ଜଣେ ଦଳିତ ବୃଦ୍ଧ ଅତି ଦୟନୀୟ ଭାବେ ରହୁଥିବାର ଦେଖିବାକୁ ମିଳିଛି । ଦଳିତ ବୃଦ୍ଧ କୃଷ୍ଣ ମହାନନ୍ଦ(୭୦) ଘର ନଥିବାରୁ ୧୨ ବର୍ଷ ରୁ  ଅଧିକ ହେବ ଚିରା ପଲିଥିନ ତଳେ ଅସହାୟ ଅବସ୍ଥାରେ ରହୁଛନ୍ତି । ପରିବାରରେ କେହି ନଥିବା ବେଳେ ସ୍ତ୍ରୀ ୧୦ ବର୍ଷ ହେବ ଆର ପାରିକୁ ଚାଲିଗଲେଣି ।ସ୍ତ୍ରୀ ଗଲା ପରେ ଏକୁଟିଆ ପଲିଥିନ ତଳେ ଜୀବନ ବିତାଉଛନ୍ତି । ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ତାଙ୍କ କଥା କେହି ଶୁଣି ନାହାନ୍ତି ।ଏଭଳି ଦୁର୍ବିସହ ଜୀବନ ଜୀଉଁଥିବା ବୃଦ୍ଧଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ