Before Header

ଭାରତୀୟଙ୍କ ବାଇକ୍ କ୍ରେଜ୍, ବିଶ୍ୱରେ ନମ୍ବର୧ ରେଜିଷ୍ଟ୍ରେସନ୍

0 31

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ସର୍ବାଧିକ ପଞ୍ଜିକୃତ ଦୁଇ ଚକିଆ ଯାନ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡୋନେସିଆ । ସଡକ ପରିବହନ ଇୟର ବୁକ୍ ଏନେଇ ଜାରି କରିଛି ସୂଚନା । ଯାତ୍ରୀବାହି କାର ସଂଖ୍ୟାରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ଥିବା ବେଳେ ଚୀନ୍ ପ୍ରଥମ, ଆମେରିକା ଦ୍ୱିତୀୟ ଓ ଜାପାନ ତୃତୀୟ ସ୍ଥାନରେ ରହିଛି ।

ରିପୋର୍ଟ ଅନୁଯାୟୀ, ଭାରତରେ ୨୦୨୦ରେ ୩୨.୬୩ କୋଟି ଯାନ ଥିବାବେଳେ ଏବଂ ଏଥିରୁ ପ୍ରାୟ ୭୫% ଦୁଇ ଚକିଆ ଯାନ ଥିଲା । ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ଦୁଇ କୋଟି ଯାନ ପଞ୍ଜିକୃତ ହୋଇ ଜୁଲାଇ ପର୍ଯ୍ୟନ୍ତ ୩୪.୮କୋଟିରେ ପହଞ୍ଚିଛି ବୋଲି ସରକାରଙ୍କ ପକ୍ଷରୁ ତଥ୍ୟ ମିଳିଛି । ସରକାରୀ ତଥ୍ୟ ଦର୍ଶାଉଛି ଯେ ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ପଞ୍ଜିକୃତ ଯାନ ୩.୭୮ କୋଟି ରହିଛି । ତା’ପରେ ଉତ୍ତରପ୍ରଦେଶରେ ୩.୪୯ କୋଟି ଏବଂ ତାମିଲନାଡୁରେ ୩.୨୧ କୋଟି ରହିଛି ।

ସହରମାନଙ୍କ ମଧ୍ୟରେ ୧.୧୮ କୋଟି ପଞ୍ଜିକୃତ ଯାନ ସହିତ ଦିଲ୍ଲୀ ଶିର୍ଷରେ ରହିଥିବା ବେଳେ ବେଙ୍ଗାଲୁରୁରେ ସର୍ବାଧିକ ୯୬.୪ ଲକ୍ଷ ରହିଛି । ଭାରତରେ ଦୁଇ ଚକିଆ ଚାଳକଙ୍କ ସଂଖ୍ୟା ୨୦୨୧ ମସିହାରେ କ୍ରମାଗତ ଭାବରେ ୬୯,୩୮୫ କୁ ବୃଦ୍ଧି ପାଇଥିବାବେଳେ ସଡକ ଦୁର୍ଘଟଣା ୪୫% କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.