Masthead

ଭାରତୀୟଙ୍କ ବାଇକ୍ କ୍ରେଜ୍, ବିଶ୍ୱରେ ନମ୍ବର୧ ରେଜିଷ୍ଟ୍ରେସନ୍

ନୁଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଭାରତରେ ସର୍ବାଧିକ ପଞ୍ଜିକୃତ ଦୁଇ ଚକିଆ ଯାନ ରହିଛି । ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡୋନେସିଆ । ସଡକ ପରିବହନ ଇୟର ବୁକ୍ ଏନେଇ ଜାରି କରିଛି ସୂଚନା । ଯାତ୍ରୀବାହି କାର ସଂଖ୍ୟାରେ ଭାରତ ବିଶ୍ୱରେ ଅଷ୍ଟମ ସ୍ଥାନରେ ଥିବା ବେଳେ ଚୀନ୍ ପ୍ରଥମ, ଆମେରିକା ଦ୍ୱିତୀୟ ଓ ଜାପାନ ତୃତୀୟ ସ୍ଥାନରେ ରହିଛି ।

ରିପୋର୍ଟ ଅନୁଯାୟୀ, ଭାରତରେ ୨୦୨୦ରେ ୩୨.୬୩ କୋଟି ଯାନ ଥିବାବେଳେ ଏବଂ ଏଥିରୁ ପ୍ରାୟ ୭୫% ଦୁଇ ଚକିଆ ଯାନ ଥିଲା । ଗତ ତିନି ବର୍ଷ ମଧ୍ୟରେ ପ୍ରାୟ ଦୁଇ କୋଟି ଯାନ ପଞ୍ଜିକୃତ ହୋଇ ଜୁଲାଇ ପର୍ଯ୍ୟନ୍ତ ୩୪.୮କୋଟିରେ ପହଞ୍ଚିଛି ବୋଲି ସରକାରଙ୍କ ପକ୍ଷରୁ ତଥ୍ୟ ମିଳିଛି । ସରକାରୀ ତଥ୍ୟ ଦର୍ଶାଉଛି ଯେ ସମସ୍ତ ରାଜ୍ୟ ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ପଞ୍ଜିକୃତ ଯାନ ୩.୭୮ କୋଟି ରହିଛି । ତା’ପରେ ଉତ୍ତରପ୍ରଦେଶରେ ୩.୪୯ କୋଟି ଏବଂ ତାମିଲନାଡୁରେ ୩.୨୧ କୋଟି ରହିଛି ।

ସହରମାନଙ୍କ ମଧ୍ୟରେ ୧.୧୮ କୋଟି ପଞ୍ଜିକୃତ ଯାନ ସହିତ ଦିଲ୍ଲୀ ଶିର୍ଷରେ ରହିଥିବା ବେଳେ ବେଙ୍ଗାଲୁରୁରେ ସର୍ବାଧିକ ୯୬.୪ ଲକ୍ଷ ରହିଛି । ଭାରତରେ ଦୁଇ ଚକିଆ ଚାଳକଙ୍କ ସଂଖ୍ୟା ୨୦୨୧ ମସିହାରେ କ୍ରମାଗତ ଭାବରେ ୬୯,୩୮୫ କୁ ବୃଦ୍ଧି ପାଇଥିବାବେଳେ ସଡକ ଦୁର୍ଘଟଣା ୪୫% କୁ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ