Masthead

ଧାମରା ରେଳପଥ ପ୍ରକଳ୍ପ ମଞ୍ଜୁର ପାଇଁ ଗଣ ଧାରଣା

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି। ଯାଜପୁର -ଧାମରା ରେଳ ପଥ ପ୍ରକଳ୍ପର ଚୂଡାନ୍ତ ସବିଶେଷ ତଥ୍ୟ ପୂର୍ବତଟ ରେଳବାଇ ମହାପ୍ରବନ୍ଧଙ୍କ ରେଳବୋର୍ଡ଼ ଅଧ୍ୟକ୍ଷ, ନୂଆଦିଲ୍ଲୀ ଓ ରେଳମନ୍ତ୍ରାଳୟକୁ ପ୍ରେରଣ କରିବାର ବିଳମ୍ବ କରୁଥିବାରୁ ଯାଜପୁର ରୋଡ-ଧାମରା ରେଳପଥ ପ୍ରକଳ୍ପ ବାବଦରେ କେନ୍ଦ୍ର ରେଳମନ୍ତ୍ରୀ ବ୍ୟୟବରାଦ ନକରିବା ୩ଜିଲ୍ଲାବାସୀଙ୍କ ମନରେ ଅସନ୍ତୋଷ ସୃଷ୍ଟି କରିଛି ବୋଲି ଦାବି କରି ସଂଗ୍ରାମ ସମିତି ଗଣ ଧାରଣା ଦେଇଛନ୍ତି  ।

ଏହି ରେଳପଥ ହେଲେ ୩ ଜିଲ୍ଲାର ୧୨ ଲକ୍ଷ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ନିର୍ଭର କରିବେ ବୋଲି ଧାରଣା ଦେଇଥିବା ସଂଗ୍ରାମ ସମିତି ପକ୍ଷରୁ କୁହାଯାଇଛି । ଏହି ପ୍ରକଳ୍ପ ଲାଭଜନକ ହୋଇଥିଲେ ବି ଏଯାବତ ଅର୍ଥ ମଞ୍ଜୁର ନକରିବା ଦ୍ୱାରା ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ସହ ଲୋକଙ୍କ ମନରେ ଥିବା ଉତ୍ସାହ କମୁଥିବା ସଂଗ୍ରାମ ସମିତି ଅଭିଯୋଗ କରିଛି । ଏହି ରେଳ ପ୍ରକଳ୍ପ ପାଇଁ ଅର୍ଥ ମଂଜୁର କରିବା ଦାବି ନେଇ ଆଗାମୀ ସେପ୍ଟେମ୍ବର ୧୮ ତାରିଖରେ ଭୁବନେଶ୍ୱରସ୍ଥିତ ରେଳ ସଦନ ସମ୍ମୁଖରେ ଧାରଣା ଦିଆଯିବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି । ଅନ୍ୟପକ୍ଷରେ ଏହି ରେଳ ପଥ ପାଇଁ ସବିଶେଷ ତଥ୍ୟ କେନ୍ଦ୍ର ସରକାର ମଂଜୁର କରିଛନ୍ତି । ବହୁ ଶୀଘ୍ର କେନ୍ଦ୍ର ସରକାରଙ୍କ ପକ୍ଷରୁ ରେଳ ପଥ ନିର୍ମାଣ ପାଇଁ ଅର୍ଥ ମଂଜୁର ହେବା ସହ ବିଜେପି ସରକାର ସମୟରେ ରେଳ ପଥ ନିର୍ମାଣ ହେବ ବୋଲି ସାଂସଦ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 କାହା ଛତ୍ର ଛାୟାରେ ବନଖଣ୍ଡ ବିଟ୍ ଅଧିକାରୀ? 🔴 ଧରାପଡ଼ିଲା କେନ୍ଦୁଝର ବନବିଭାଗର ଆଉ ଏକ କେଳେଙ୍କାରୀ 🔴 ଆଜି କାରଗିଲ ବିଜୟ ଦିବସ 🔴 ପ୍ରବଳ ବର୍ଷା, ଅରେଞ୍ଜ ୱାର୍ଣ୍ଣିଂ ଜାରି 🔴 ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ମାଲଦ୍ୱୀପ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ 🔴 ଅପରେସନ ସିନ୍ଦୂର ଜାରି ରହିଛି : ଅନିଲ ଚୌହାନ