ଚିରା ପଲିଥିନ ତଳେ ସାରା ଜୀବନ

ବଙ୍ଗୋମୁଣ୍ଡା(ବଡ଼ ଖବର ବ୍ୟୁରୋ): ସରକାର ବୃଦ୍ଧଙ୍କୁ ନେଇ ବିଭିନ୍ନ ଯୋଜନା କରିଥିଲେ ମଧ୍ୟ ଆଜିବି ଅନେକ ଏଥିରୁ ବଞ୍ଚିତ ଅଛନ୍ତି । ପରିବାରଠୁ ଦୁରରେ ଥିବା ଜଣେ ଦଳିତ ବୃଦ୍ଧ ଏହି ସରକାରୀ ଯୋଜନା ପାଇବାରୁ ବଞ୍ଚିତ ଅଛନ୍ତି । ସରକାରୀ ଯୋଜନାର ଏଭଳି ଏକ ନଗ୍ନ ଚିତ୍ର ଦେଖିବାକୁ ମିଳିଛି ବଲାଙ୍ଗିର ଜିଲା ବଙ୍ଗୋମୁଣ୍ଡା ବ୍ଲକ ଅଲଣ୍ଡା ପଞ୍ଚାୟତର ବକାଗୁରା ଗ୍ରାମରେ । ବର୍ଷ ବର୍ଷ ଧରି ଚିରା ପଲିଥିନ ତଳେ ଜଣେ ଦଳିତ ବୃଦ୍ଧ ଅତି ଦୟନୀୟ ଭାବେ ରହୁଥିବାର ଦେଖିବାକୁ ମିଳିଛି । ଦଳିତ ବୃଦ୍ଧ କୃଷ୍ଣ ମହାନନ୍ଦ(୭୦) ଘର ନଥିବାରୁ ୧୨ ବର୍ଷ ରୁ  ଅଧିକ ହେବ ଚିରା ପଲିଥିନ ତଳେ ଅସହାୟ ଅବସ୍ଥାରେ ରହୁଛନ୍ତି । ପରିବାରରେ କେହି ନଥିବା ବେଳେ ସ୍ତ୍ରୀ ୧୦ ବର୍ଷ ହେବ ଆର ପାରିକୁ ଚାଲିଗଲେଣି ।ସ୍ତ୍ରୀ ଗଲା ପରେ ଏକୁଟିଆ ପଲିଥିନ ତଳେ ଜୀବନ ବିତାଉଛନ୍ତି । ଘର ଖଣ୍ଡିଏ ପାଇଁ ବାରମ୍ବାର ଗୁହାରି କଲେ ମଧ୍ୟ ତାଙ୍କ କଥା କେହି ଶୁଣି ନାହାନ୍ତି ।ଏଭଳି ଦୁର୍ବିସହ ଜୀବନ ଜୀଉଁଥିବା ବୃଦ୍ଧଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ଦାବି କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ